Breaking News

ମନୋହରପାଳି ଦୁର୍ଘଟଣା, ଘରର ମୁରବୀଙ୍କ ମୃତ୍ୟୁ, ପରିବାର ପାଇଁ ରେଡକ୍ରସର ସହାୟତା ଆବଶ୍ୟକ



ବିଜେପୁର: ଗୁଦେର ପାଲି ପଞ୍ଚାୟତ ଜାମୁଟ ପାଲିର ନାଗରିକ ଶ୍ରୀ ଗୋକୁଳ ଡୁମାଲ ଗତକାଲି ଏକ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି। ଘଟଣା ସନ୍ଧ୍ୟାବେଳେ ବିଜେପୁର ବ୍ଲକ ମନୋହରପୁର ରେ ଘଟିଥିଲା। ଏକ ମିନି ଟ୍ରକ (OD17E4774) ଦୃତ ଗତିରେ ଆସି ଗୋକୁଳଙ୍କୁ ଧକ୍କା ଦେଇଥିଲା, ଯାହାର ଫଳରେ ସେ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ। ସୂତ୍ରରୁ ମିଳିଥିବା ଖବର ଅନୁସାରେ, ଗୋକୁଳଙ୍କ ଝିଅ ବରଗଡ ଚିକିତ୍ସାଲୟରେ ଭର୍ତ୍ତି ଥିବାରୁ ସେ ତାଙ୍କୁ ଦେଖିବା ପାଇଁ ଯାଇଥିଲେ ଓ ସେ ଘରକୁ ଫେରିବା ସମୟରେ ଦୁର୍ଘଟଣା ଘଟିଥିଲା। ବିଜେପୁର ଥାନାରେ ଏହି ସଂକ୍ରାନ୍ତରେ ଏକ ମାମଲା ରୁଜୁ  କରାଯାଇଛି ଓ ଅନୁସନ୍ଧାନ ଆରମ୍ଭ ହୋଇଛି। ଘଟଣାରେ ମୃତ୍ୟୁବରଣ କରିଥିବା ଗୋକୁଳଙ୍କ ପରିବାର ଅତ୍ୟନ୍ତ ଆର୍ଥିକ ଅସୁବିଧାରେ ଅଛନ୍ତି। ଏହି ପରିବାର ଏବେ ଆର୍ଥିକ ଅଭାବ ଦେଇ ଗତି କରୁଥିବାରୁ ଅର୍ଥନୈତିକ ସମର୍ଥନ ଅତ୍ୟାବଶ୍ୟକ। ସେଥିପାଇଁ ଏହି ସମୟରେ ରେଡକ୍ରସ ସଂସ୍ଥା ତରଫରୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ଜାମୁଟପାଳି ଗ୍ରାମ ବାସି ଗାଇସିଲଟ ତହସିଲଦାର ଙ୍କ ନିକଟରେ ଆବେଦନ କରିଛନ୍ତି I ସ୍ଥାନୀୟ ନାଗରିକମାନେ କହୁଛନ୍ତି ଯେ, ଏହି ପରିବାର ପାଇଁ ଯଥାଶୀଘ୍ର ସାହାଯ୍ୟ ଦିଆଯିବା ଆବଶ୍ୟକ। ତେଣୁ ଯଥାଶୀଘ୍ର ପ୍ରଶାସନ ଓ ସରକାର ଏ ଦିଗରେ ଦୃଷ୍ଟି ଦେଲେ ନିଶ୍ଚିତ ଭାବରେ ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ଏକ ପରିବାରର ବୋଝ ଟିକେ ଲାଘବ ହେବ I


Reported By- Sushanta Sahu

No comments