କୁମ୍ଭାରୀ :ବରଗଡ଼ ଜିଲ୍ଲାର ବରପାଲି ବ୍ଲକ ଅଧୀନସ୍ଥ କୁମ୍ଭାରୀ ଗାଁରେ ଗାୟତ୍ରୀ ପରିବାର ପକ୍ଷରୁ ଏକ ଧାର୍ମିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ବିଜେପୁର ବିଧାୟକ ସନତ କୁମାର ଗଡ଼ତୀୟା ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ବିଧାୟକ ଗଡ଼ତୀୟା, ଗାୟତ୍ରୀ ମାଆଙ୍କ ପାଦପଦ୍ମରେ ପୁଷ୍ପାଞ୍ଜଳି ଅର୍ପଣ କରି ଆଶୀର୍ବାଦ ଲାଭ କରିଥିଲେ। ଏହାପରେ ସେ କହିଥିଲେ, “ଗାୟତ୍ରୀ ମାଆଙ୍କ କୃପାରେ ମାନବଜୀବନରେ ଶାନ୍ତି, ସମୃଦ୍ଧି ଓ ନୀତିମୂଳକ ଚେତନା ବୃଦ୍ଧି ପାଉ। ଗାୟତ୍ରୀ ପରିବାରର ଧାର୍ମିକ ସଚେତନତା ଓ ସାମାଜିକ କାର୍ଯ୍ୟରୁ ଗ୍ରାମ ସମାଜରେ ଏକତା ଓ ନୈତିକ ଶକ୍ତି ସୁଦୃଢ଼ ହେଉଛି।” କାର୍ଯ୍ୟକ୍ରମରେ ସମୂହୀକ ପୂଜା, ବିଦ୍ୟାଳୟୀର ଛାତ୍ରଛାତ୍ରୀଙ୍କ ଭଜନ ପ୍ରଦର୍ଶନ, ଗାୟତ୍ରୀ ମନ୍ତ୍ର ପାଠ, ସାମୁହିକ ପ୍ରାର୍ଥନା ଓ ସନ୍ଥ-ମହାତ୍ମାଙ୍କର ବଚନାମୃତ ଆୟୋଜିତ ହୋଇଥିଲା। ଗାୟତ୍ରୀ ପରିବାର ପକ୍ଷରୁ ବିଧାୟକଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା ଓ ସେମାନଙ୍କ ଯୋଗଦାନ ପାଇଁ ଆଭାର ବ୍ୟକ୍ତ କରାଯାଇଥିଲା। ଏହି ଅବସରରେ ଗାଁର ପୁରୁଷ, ମହିଳା, ଯୁବକ ଓ ଛାତ୍ରଛାତ୍ରୀମାନେ ବହୁ ସଂଖ୍ୟାରେ ସମାଗମ ହୋଇଥିଲେ । ଏହି ପ୍ରଚେଷ୍ଟା ଫଳରେ କୁମ୍ଭାରୀ ଗ୍ରାମରେ ଏକ ସାମୁଦାୟିକ, ଧାର୍ମିକ ଓ ଉତ୍ସବମୟ ପରିବେଶ ସୃଷ୍ଟି ହୋଇଥିଲା।
Reported By- Sushanta Sahu
No comments:
Post a Comment