ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ଭଲିବଲ୍ ଚାମ୍ପିଅନସିପ I ବିଜେପୁର ଚାମ୍ପିଅନ - Talpadar TV

Breaking

Home Top Ad

Post Top Ad

Thursday, September 4, 2025

ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ଭଲିବଲ୍ ଚାମ୍ପିଅନସିପ I ବିଜେପୁର ଚାମ୍ପିଅନ

 


ଚଣ୍ଡିଭଟା, 04 ସେପ୍ଟେମ୍ବର 2025 – ବରଗଡ଼ ଜିଲ୍ଲା ସ୍କୁଲ୍ ସ୍ପୋର୍ଟସ୍ ଆସୋସିଏସନ୍ ଓ ଝାରବନ୍ଧ ବ୍ଲକ୍ ସ୍କୁଲ୍ ସ୍ପୋର୍ଟସ୍ ଆସୋସିଏସନଙ୍କ ଯୁକ୍ତ ଆୟୋଜନରେ 03 ଓ 04 ସେପ୍ଟେମ୍ବର 2025 ତାରିଖରେ ଚଣ୍ଡିଭଟା ହାଇସ୍କୁଲ୍ ପ୍ରାଙ୍ଗଣରେ "ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ଭଲିବଲ୍ ଚାମ୍ପିଅନସିପ୍ 2025 (Under-17) ସଫଳତାର ସହିତ ସମାପ୍ତ ହୋଇଛି। ଏହି ପ୍ରତିଯୋଗିତାରେ ମୋଟ 12ଟି ଦଳ ଅଂଶଗ୍ରହଣ କରିଥିଲେ  – ଅମ୍ବାଭୋନା, ବରପାଲି, ପଦ୍ମପୁର, ଭେଡେନ, ଭଟଲି, ସୋହେଲା, ଝାରବନ୍ଧ, ଅତାବିରା, ବିଜେପୁର, ଗାଇସିଲଟ, ପାଇକମାଳ ଓ ବରଗଡ଼ । ଏହି ପ୍ରତିଯୋଗିତାରେ ବିଜେପୁର ଦଳ ଉତ୍ତମ ପ୍ରଦର୍ଶନ କରିଥିଲା I ବିଜେପୁର ଦଳ ଉନ୍ନତ ରଣ  କୌଶଳର ପରିଚୟ ଦେଇ ଅତାବିରା, ଝାରବନ୍ଧ, ବରଗଡ଼ ଓ ପଦ୍ମପୁର ପରି ଶକ୍ତିଶାଳୀ ପ୍ରତିଦ୍ବନ୍ଦୀ ମାନଙ୍କୁ ପରାସ୍ତ କରି ଫାଇନାଲ ଟ୍ରଫି ହାସଲ କରିଥିଲା । ଏହି ଜିଲ୍ଲା ସ୍ଥରୀୟ ଭଲିବଲ ମୁକାବିଲା ରେ ଫାଇନାଲ ମ୍ୟାଚ ବିଜେପୁର ଓ ପଦ୍ମପୁର ଦଳ ମଧ୍ୟରେ ହୋଇଥିଲା ।ଏହି ମ୍ୟାଚ ରେ ଏକତରଫା ଭାବେ ତାଳପଦର ଦଳ ପଦ୍ମପୁର ଭଳି ଏକ ଶକ୍ତିଶାଳୀ ଦଳ କୁ ପ୍ରଥମ ସେଟ ରେ 25/08 ଓ ଦ୍ଵିତୀୟ ସେଟ ରେ 25/12 ରେ ପରାଜିତ କରିଥିଲା I  ଦୁଇଟି ସେଟ୍‌ରେ ଉନ୍ନତ ଖେଳ ପ୍ରଦର୍ଶନ ପୂର୍ବକ ପଦ୍ମପୁରକୁ ପରାସ୍ତ କରି ବିଜେପୁର ଦଳ ଚାମ୍ପିଅନ୍ ହୋଇଥିଲା । ବିଜେପୁର ଦଳ ତରଫରୁ ସାହିଲ, ସ୍ବରିତ, ପ୍ରଣୀତ, କିଶନ, ବଳରାମ, ପୁରବ, ଅମନ,ପ୍ରୀତମ, ଶୁଭମ ଓ ହେମନ୍ତ ଅଂଶଗ୍ରହଣ କରିଥିଲେ I 

Reported By- Tejkumar Padhan



No comments:

Post a Comment

Post Bottom Ad

Pages