Breaking News

ଭେଡେନ୍‌ ବ୍ଲକରେ ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ନ ହେବାରୁ ଆର ଆଇ ଅଫିସ କୁ ତାଲା ଦେଲେ ଚାଷୀ


ଭେଡେନ୍‌: ଧାନ ପଞ୍ଜିକରଣ ସମୟ ସୀମା କୁ ନେଇ ବିବାଦ ଥମୁନି I ଏପର୍ଯ୍ୟନ୍ତ ସରକାର ଚାଷୀ ପଞ୍ଜିକରଣ ଅବଧି କୁ ବୃଦ୍ଧି କରି ନାହାନ୍ତି, ସେପଟେ ଚାଷୀ ମାନେ ଆନ୍ଦୋଳନ ପରେ ଆନ୍ଦୋଳନ କରି ଚାଲିଛନ୍ତି I ଚଳିତ ଖରିଫ ଋତୁରେ ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ନ ହେବାରୁ ଭେଡେନ୍‌ ବ୍ଲକର ସହରାଟିକିରା ମଣ୍ଡିରେ ଚାଷୀମାନେ ଆନ୍ଦୋଳନରେ ଲିପ୍ତ ହୋଇଛନ୍ତି। ଚାଷୀମାନେ ଆର ଇ ଅଫିସ୍‌ରେ ତାଲା ଠୁଙ୍କି ଧାରଣାରେ ବସିଥିଲେ। ସୂତ୍ର ରୁ ମିଳିଥିବା ଖବର ଅନୁସାରେ ଧାନ ବିକ୍ରି ପଞ୍ଜିକରଣ ପ୍ରକ୍ରିୟା ଜୁଲାଇ 18 ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ 20 ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ପରେ ଚାଷୀମାନଙ୍କ ଆନ୍ଦୋଳନ ଏବଂ ଅଭିଯୋଗର ପରିଣାମରୁ ଏହି ପଞ୍ଜିକରଣ ସମୟସୀମା 25 ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା। ତାହାସହିତ, ଯେଉଁ ଚାଷୀମାନେ ସମସ୍ତ ଆବଶ୍ୟକ କାଗଜପତ୍ର ଦେଇଥିଲେ ସେମାନଙ୍କର ପଞ୍ଜିକରଣ 30 ତାରିଖ ସୁଦ୍ଧା ହେବ ବୋଲି ଚିଠି ଜାରି ହୋଇଥିଲା। ତେବେ, ନେଟ ବନ୍ଦ ଓ ଅନ୍ୟାନ କାରଣରୁ ଭେଡେନ୍‌ ବ୍ଲକର ରେମଣ୍ଡା ସୋସାଇଟିର 500 ରୁ ଅଧିକ ଚାଷୀ ସମସ୍ତ କାଗଜପତ୍ର ଦେଇଥିଲେ ସୁଦ୍ଧା ସମୟରେ ପଞ୍ଜିକରଣ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇପାରିଲା ନାହିଁ। ଚାଷୀମାନେ ବାରମ୍ବାର ଆପତ୍ତି ଦାଖଲ କରିଛନ୍ତି, ତଥାପି ଯୋଗ୍ୟ ଚାଷୀମାନେ ନିଶ୍ଚିତ ଭାବରେ ପଞ୍ଜିକରଣ କରି ପାରିବେ ବୋଲି  ଉତ୍ତର ମିଳୁଛି ହେଲେ କାମ ଆଗକୁ ବଢୁନି। ଏହି ପରିସ୍ଥିତିରେ ଆଜି ଚାଷୀମାନେ ଆର ଇ ଅଫିସ୍‌ରେ ତାଲା ଠୁଙ୍କି ଅନିର୍ଦ୍ଧିଷ୍ଟ କାଳପାଇଁ ଧାରଣାରେ ବସିଛନ୍ତି। ସ୍ଥାନୀୟ ଅଧିକାରୀଙ୍କୁ ଏହି ଘଟଣା ସମ୍ପର୍କରେ ସୂଚିତ କରାଯାଇଛି  I


Reported By- Sushanta Sahu

No comments