ବିଜେପୁର: ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ ପରେ ବିଜେପୁର ଅଞ୍ଚଳରେ ନୂତନ ମଣ୍ଡଳ ସଭାପତିମାନଙ୍କୁ ବୁଧବାର ଦାୟିତ୍ୱ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ବିଜେପୁର ଓ ପାଖପାଖି ଅଞ୍ଚଳର ବରିଷ୍ଠ ନେତାମାନେ ଉପସ୍ଥିତ ହୋଇ, ନୂତନ ସଭାପତିମାନଙ୍କୁ ସ୍ୱାଗତ କରିଥିଲେ । ନୂତନ ସଭାପତିମାନଙ୍କ ମଧ୍ୟରେ ବିଜେପୁର ଏନଏସିରେ ମହେଶ ଦେବତା, ଜାରିଂ ମଣ୍ଡଳରେ ଆନନ୍ଦ ବାରିକ, ଲାଉମୁଣ୍ଡା ମଣ୍ଡଳରେ ଆଶୁତୋଷ ମେହେର ଓ ସାଇପାଲି ମଣ୍ଡଳରେ ବୀରସୁରେନ୍ଦ୍ର ସାହୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ସମସ୍ତଙ୍କୁ ଔପଚାରିକ ଭାବରେ ପଦଭାର ଦିଆଯାଇ, ଦଳ ପ୍ରତି ନିଷ୍ଠା ଓ ସମର୍ପଣ ସହିତ କାର୍ଯ୍ୟ କରିବାକୁ ଉତ୍ସାହିତ କରାଗଲା । ଜିଲ୍ଲା ସଭାପତି ଡା. ଅରୂପାନନ୍ଦ ସାହୁ, ସଭାପତିମାନଙ୍କୁ ସ୍ୱାଗତ କରି, ଉପାହାର ଓ ସମ୍ବର୍ଦ୍ଧନା ଦେଇଥିଲେ । ସେ କହିଥିଲେ, “ନୂତନ ସଭାପତିମାନେ ଦଳୀୟ ସଂଗଠନକୁ ତଳସ୍ତରରୁ ଶକ୍ତିଶାଳୀ କରିବାରେ ମୁଖ୍ୟ ଭୂମିକା ନିର୍ବାହ କରିବେ ।” ସେହିପରି, ସାଧାରଣ ଲୋକଙ୍କ ସହ ସମ୍ପର୍କ ସୁଦୃଢ଼ କରି, ପ୍ରତ୍ୟେକ କାର୍ଯ୍ୟକ୍ରମକୁ ସଫଳ କରିବାରେ ସମସ୍ତଙ୍କୁ ସକ୍ରିୟ ହେବାକୁ ଆହ୍ୱାନ କଲେ । କାର୍ଯ୍ୟକ୍ରମରେ ବିଜେପୁର ବିଧାୟକ ସନତ କୁମାର ଗଡ଼ତୀୟା, ଜିଲ୍ଲା ପରିଷଦ ସଦସ୍ୟ ସୁଶାନ୍ତ ଗଡ଼ତୀୟା, ପୂର୍ବତନ ସଭାପତି ଯୋଗୀନ୍ଦ୍ର ପଧାନ, ବ୍ଲକ ଅଧ୍ୟକ୍ଷ ଜୟକୃଷ୍ଣ ଡନସେନା, ରାଜ୍ୟ ପରିଷଦ ସଦସ୍ୟ ଶରତ ବିଶି ସହିତ ଅନ୍ୟାନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ । ସମସ୍ତେ ଏକସ୍ୱରରେ ନୂତନ ସଭାପତିମାନଙ୍କୁ ଦଳୀୟ କାର୍ଯ୍ୟକଳାପରେ ସଚେତନ, ସମର୍ପିତ ଓ ଦୃଢ଼ ମନୋଭାବରେ ରହି କାମ କରିବା ପାଇଁ ପରାମର୍ଶ ଦେଲେ । ପାର୍ଟି ସୂତ୍ରମାନଙ୍କ କହିବା ଅନୁଯାୟୀ, ଏହି ନୂତନ ନିଯୁକ୍ତିରେ ବିଜେପୁର ଓ ତାହାର ପାଖପାଖି ଅଞ୍ଚଳରେ ସଂଗଠନୀୟ କାର୍ଯ୍ୟକଳାପ ଅଧିକ ସକ୍ରିୟ ହେବ । ଦଳୀୟ କାର୍ଯ୍ୟକଳାପରେ ଯୁବମାନଙ୍କ ସହଭାଗୀତା ବୃଦ୍ଧି, ଗ୍ରାମସ୍ତରରୁ ସାଧାରଣ ଲୋକଙ୍କ ସହିତ ସମ୍ପର୍କ ବିକାଶ ଓ ସମାଜିକ କାର୍ଯ୍ୟରେ ନିରନ୍ତର ଯୋଗଦାନ ନୂତନ ସଭାପତିମାନଙ୍କର ପ୍ରାଥମିକତା ରହିବ ।
Report- Sushanta Sahu
Talpadar TV
ଯେକୌଣସି ନ୍ୟୂଜ୍ ଦେବାପାଇଁ ଆମ ପ୍ରତିନିଧି ଙ୍କୁ ଯୋଗାଯୋଗ କରନ୍ତୁ - Mob-9439493184
ଯଦି ଆମର ନ୍ୟୁଜ ଆପଣଙ୍କୁ ଭଲ ଲାଗୁଛି ତାହେଲେ ନିଜ ସାଙ୍ଗ ସାଥୀଙ୍କୁ ସେୟାର କରନ୍ତୁ ଓ ଆମର ୱେବସାଇଟ କୁ SUBSCRIBE କରନ୍ତୁ I
No comments:
Post a Comment