ବରପାଲିର ପୁରାତନ ଉଠାଜଳ ସେଚନ ପ୍ରକଳ୍ପର ସୁଦୃଢ଼ୀକରଣ କାର୍ଯ୍ୟର ଆରମ୍ଭ - Talpadar TV

Breaking

Sunday, September 14, 2025

ବରପାଲିର ପୁରାତନ ଉଠାଜଳ ସେଚନ ପ୍ରକଳ୍ପର ସୁଦୃଢ଼ୀକରଣ କାର୍ଯ୍ୟର ଆରମ୍ଭ

 



ବରପାଲି : ବରଗଡ଼ ଜିଲ୍ଲାର ବରପାଲି ବ୍ଲକରେ ଅବସ୍ଥିତ ପୁରାତନ ଉଠାଜଳ ସେଚନ ପ୍ରକଳ୍ପର ସୁଦୃଢ଼ୀକରଣ କାମକୁ ବ୍ରଜେଶ୍ୱରୀ ମହା ପାଣିପାଞ୍ଚାୟତର ଉଦ୍ୟମରେ ଆରମ୍ଭ କରାଯାଇଛି। ଏହାକୁ ନେଇ ପାଣିପାଞ୍ଚାୟତ ପକ୍ଷରୁ ଏକ ନୂଆଁଖାଇ ଭେଟଘାଟ ଆୟୋଜିତ ହୋଇଥିଲା। ଏହି ଅବସରରେ ମୁଖ୍ୟ  ଅତିଥି ଭାବେ ବିଜେପୁର ବିଧାୟକ ସନତ କୁମାର ଗଡ଼ତୀୟା ଯୋଗଦେଇଥିଲେ। ସେ କହିଥିଲେ, “କୃଷକଙ୍କ ସୁବିଧା ପାଇଁ ସରକାର ପ୍ରତିବଦ୍ଧ। ପୁରାତନ ସେଚନ ପ୍ରକଳ୍ପକୁ ସୁଦୃଢ଼ କରିବା ଦ୍ୱାରା ଜଳସେଚନ ସମସ୍ୟା ଦୂରହେବା ସହିତ, ଚାଷୀଙ୍କ  ଉତ୍ପାଦନ ବଢ଼ିବ ଓ  କୃଷକଙ୍କ ଆୟ ମଧ୍ୟ ବୃଦ୍ଧି ହେବ ।” ସମ୍ମାନୀତ ଅତିଥି ଭାବେ ଉଠାଜଳ ସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ସୂର୍ଯ୍ୟନାରାୟଣ ତ୍ରିପାଠୀ କହିଥିଲେ, “ଏହି ସୁଦୃଢ଼ୀକରଣ ପ୍ରୟାସରୁ ହଜାରହଜାର କୃଷକ ସିଧାସଳଖ ଲାଭ ପାଇବେ ଓ ଅଧିକ କ୍ଷେତ୍ର ରେ ଜଳସେଚନ ହେବ।” ଏହି ଅବସରରେ ଜିଲ୍ଲା ପରିଷଦ ସଂଯୁକ୍ତା ସାହୁ ମଧ୍ୟ ମଞ୍ଚାସିନ ହୋଇଥିଲେ। ସେ କହିଥିଲେ, “ଏହି ପଦକ୍ଷେପ ଫଳରେ କୃଷକମାନେ ଠିକ ସମୟରେ  ଜଳସେଚନ ପାଇଁ  ପାଣି ପାଇପାରିବେ। ଧାନ ସହିତ ବିଭିନ୍ନ ପନିପରିବା ଫସଲର ଚାଷକୁ ପ୍ରୋତ୍ସାହନ ମିଳିବା ସହ, ଚାଷୀଙ୍କ ଆୟ ବୃଦ୍ଧି ହେବ ଓ ସାମାଜିକ-ଆର୍ଥିକ ଅବସ୍ଥା ସୁଧୁରିବ।” ଏହି କାର୍ଯ୍ୟକ୍ରମ ରେ  ପାଣିପାଞ୍ଚାୟତ ସଦସ୍ୟ, ସ୍ଥାନୀୟ କୃଷକ, ପ୍ରଗତିଶୀଳ ଚାଷୀ ଓ ବିଭିନ୍ନ ଗଣମାନ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

Reported By- Sushanta Sahu

No comments:

Post a Comment

Post Bottom Ad

Pages