Breaking News

ବସ ଧକ୍କାରେ ନିର୍ମମ ମୃତ୍ୟୁ l 4 ଦିନର ଶିଶୁ କୁ ଛାଡି ଚାଲିଗଲେ ବାପା


ବରଗଡ଼ : ବରଗଡ ଗାନ୍ଧୀ ଛକ ଗୋଶାଳା ପାଖରେ ଆଜି ସକାଳେ ଏକ ହୃଦୟ ବିଦାରକ ଘଟଣା ଘଟିଗଲା । ନିଜର ବାଇକ୍‌ରେ ଅଫିସକୁ ଯାଉଥିବା ସମୟରେ ଗୌରବ ବସ ଧକ୍କା ଦେବାରୁ ସରସରା ଗାଁର ବାସିନ୍ଦା ଅଞ୍ଜନ ମହାନନ୍ଦଙ୍କ ମୂଲ୍ୟବାନ ଜୀବନ ଶେଷ ହୋଇଗଲା । ଘଟଣା ସ୍ଥଳରେ ଉପସ୍ଥିତ ଲୋକେ ତାଙ୍କୁ ଉଦ୍ଧାର କରି ଅଟୋ ଯୋଗେ ସରକାରୀ ଟାଉନ ହସ୍ପିଟାଲକୁ ନେଇଥିଲେ । ସେଠାରୁ ଅବସ୍ଥା ଗମ୍ଭୀର ହେବାରୁ ଡାକ୍ତରମାନେ ଟୁକୁର୍ଲାକୁ ରେଫର କରିଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ଟୁକୁର୍ଲା ହସ୍ପିଟାଲରେତାଙ୍କର ଜୀବନର ପ୍ରଦୀପ ଲିଭିଗଲା । ଖବର ପାଇ ପରିବାରଜନ ହସ୍ପିଟାଲକୁ ପହଞ୍ଚିଥିଲେ ଓ ସେଠାରେ ଆଖିର ଲୁହ ଓ ହାହାକାରରେ ଅତ୍ୟନ୍ତ ବିଷଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା । ଅଞ୍ଜନ ବରଗଡ଼ର ଗୋଟେ ସି.ଏ.ଙ୍କ ଅଫିସରେ କାମ କରୁଥିଲେ । ମାତ୍ର ବର୍ଷେକ ପୂର୍ବରୁ ତାଙ୍କର ବିବାହ ହୋଇଥିଲା । ଏବଂ କେବଳ ଚାରି ଦିନ ପୂର୍ବରୁ ସେ ବାପା ହୋଇଥିଲେ । ଶିଶୁର ଆଗମନରେ ସମସ୍ତ ପରିବାର ଖୁସିରେ ମଗ୍ନ ଥିଲେ, କିନ୍ତୁ ସେଇ ଖୁସିରେ କାଳର ନଜର ପଡ଼ି ଆଜି ତାଙ୍କର ପ୍ରାଣ ଚାଲିଗଲା । ସେ ଗରିବ ପରିବାର ର ଥିଲେ, ତେଣୁ ଏହି  ଅପରିମିତ ଦୁଃଖର ସମୟରେ ତାଙ୍କ ପରିବାରକୁ ସରକାରୀ ସହାୟତା ଆବଶ୍ୟକ ।


Reported By- Sushanta Sahu

No comments