ବରଗଡ଼: ବରଗଡ଼ ଟାଉନ ଥାନା ଅନ୍ତର୍ଗତ ବରମଚାରି ନିକଟବର୍ତ୍ତୀ ଜାତୀୟ ରାଜପଥ–୫୩ ଠାରେ ମିଳିଥିବା ଏକ ଅଚିହ୍ନା ମୃତଦେହକୁ ସମାଜସେବୀ ସଂଗଠନ ସଂକଳ୍ପ ପରିବାର ପକ୍ଷରୁ ସସମ୍ମାନେ ସତ୍କାର କରାଯାଇଛି। ପ୍ରାୟ ଚାରିଦିନ ଧରି ପୁଲିସ ଅଧୀନରେ ଶବ ରଖାଯାଇଥିବା ବେଳେ ଶତ ଚେଷ୍ଟା ସତ୍ତ୍ଵେ ମୃତଦେହର ପରିଚୟ ସ୍ପଷ୍ଟ ହୋଇନଥିଲା । ଏହି ପରିସ୍ଥିତି ରେ କୌଣସି ଦାବିଦାର ନଥିବାରୁ, ଥାନା ଅଧିକାରୀଙ୍କ ଅନୁରୋଧରେ ସଂକଳ୍ପ ପରିବାର ତୁରନ୍ତ ପଦକ୍ଷେପ ଗ୍ରହଣ କରି ମୃତକଙ୍କୁ ପିପଳମୁଣ୍ଡା ସ୍ୱର୍ଗଦ୍ୱାରରେ ସତ୍କାର କରିଥିଲେ। ରଞ୍ଜିତ ସାହୁ, ଶେସଦେବ ପଧାନ, ଅନନ୍ତ ଚରଣ ସାହୁ ଏବଂ ଦେବେନ୍ଦ୍ର ଭୁଏଙ୍କ ନେତୃତ୍ୱରେ ଏହି କାର୍ଯ୍ୟ ସମ୍ପର୍ନ୍ନ ହୋଇଥିଲା। ସଂକଳ୍ପ ପରିବାର ପ୍ରତିଷ୍ଠା ଦିନଠାରୁ ସାଧାରଣତଃ ଅଚିହ୍ନା ମୃତଦେହ ସତ୍କାର, ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତା, ରୋଗୀଙ୍କୁ ରକ୍ତ ଯୋଗାଣ ଏବଂ ସାମାଜିକ କାର୍ଯ୍ୟରେ ଅଗ୍ରଣୀ ଭୂମିକା ଗ୍ରହଣ କରିଆସିଛି। ସଦସ୍ୟମାନେ କହିଛନ୍ତି, “ମଣିଷର ପରିଚୟ ନଥିଲେ ମଧ୍ୟ ସେ ମଣିଷ, ସେହିପାଇଁ ସସମ୍ମାନେ ସତ୍କାର ଅବଶ୍ୟକ। ଆମେ ସମାଜସେବାକୁ ନିଜର କର୍ତ୍ତବ୍ୟ ଭାବେ ଗ୍ରହଣ କରିବାକୁ ପ୍ରତିବଦ୍ଧ।” ସମାଜସେବା ମାଧ୍ୟମରେ ସଂକଳ୍ପ ପରିବାରର ଏହି ଉଦ୍ୟମ ସମଗ୍ର ବରଗଡ଼ ଅଞ୍ଚଳରେ ସମ୍ମାନ ଓ ସ୍ନେହ ବୃଦ୍ଧି କରିଛି।
Sunday, September 14, 2025

Home
achinha saba stakara
bargarh sankala paribar
sankalpa parivaar bargarh
ବରଗଡ ଜିଲ୍ଲା ଖବର
ସଂକଳ୍ପ ପରିବାର
ଅଚିହ୍ନା ମୃତଦେହ ର ଶବ ସତ୍କାର କଲା ସଂକଳ୍ପ ପରିବାର
ଅଚିହ୍ନା ମୃତଦେହ ର ଶବ ସତ୍କାର କଲା ସଂକଳ୍ପ ପରିବାର
Tags
# achinha saba stakara
# bargarh sankala paribar
# sankalpa parivaar bargarh
# ବରଗଡ ଜିଲ୍ଲା ଖବର
# ସଂକଳ୍ପ ପରିବାର
Share This

About TalpadarTV
ସଂକଳ୍ପ ପରିବାର
in
achinha saba stakara,
bargarh sankala paribar,
sankalpa parivaar bargarh,
ବରଗଡ ଜିଲ୍ଲା ଖବର,
ସଂକଳ୍ପ ପରିବାର
Subscribe to:
Post Comments (Atom)
Post Bottom Ad
Author Details
ତାଳପଦର ଟିଭିର ଦର୍ଶକ ହୋଇଥିବାରୁ ଆମେ ଆପଣଙ୍କୁ ଧନ୍ୟବାଦ ଜଣାଉଛୁ। କିଛି ଖବର ଥିଲେ ଦୟାକରି ଆମ ପ୍ରତିନିଧିଙ୍କୁ ସମ୍ପର୍କ କରନ୍ତୁ, Mob-9439493184.
No comments:
Post a Comment