ବରପାଲି ରେ 1325 ବୋତଲ କଫ ସିରପ ଜବତ, 4 ଗିରଫ - Talpadar TV

Breaking

Tuesday, September 16, 2025

ବରପାଲି ରେ 1325 ବୋତଲ କଫ ସିରପ ଜବତ, 4 ଗିରଫ




ସୋହେଲା ବରପାଲି ରାସ୍ତା ରେ ଗତକାଲି ସୋହେଲା ଥାନା ଇସ୍ପେକଟର ନାରାୟଣ ପଧାନ ଓ ଅନ୍ୟ କର୍ମଚାରୀ ମାନେ ଚିଚିଣ୍ଡା ଛକ ନିକଟରେ ଗାଡି ମଟର ଯାଞ୍ଚ କରୁଥିବା ବେଳେ ଏକ ମାରୁତି କାର ରୁ ବିପୁଳ ପରିମାଣର କଫ ସିରପ ମିଳିଥିଲା I ଏଥିରେ 4 ଜଣ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି I ଏ ସମ୍ପର୍କରେ ପଦ୍ମପୁର ଏସ ଡି ପି ଓ ପାଣ୍ଡବ ଶବର ସୂଚନା ଦେଇଛନ୍ତି I  ମିଳିଥିବା ସୂଚନା ଅନୁସାରେ ଚିଚିଣ୍ଡା ଛକ ଠାରେ ସୋହେଲା ପୋଲିସ ଦ୍ୱାରା ଗାଡି ମଟର ଚେକିଂ ଚାଲିଥିଲା I ଏହି ସମୟରେ ବରପାଲି ରୁ ସୋହେଲା ପଟକୁ ଏକ ଆର୍ଟିଗା କାର ଯାହାର ନମ୍ବର ଓଡି 17 ଭି 6111 ଥିଲା ଚିଚିଣ୍ଡା ଛକ ରେ ପହଞ୍ଚିଥିଲା I ଗାଡି କୁ ଯାଞ୍ଚ କରାଯିବାରୁ ବିପୁଳ ପରିମାଣ ର କଫ ସିରପ ଜବତ ହୋଇଥିଲା I ଏହାପରେ ପୋଲିସ କର୍ମୀ ମାନେ ସୋହେଲା ଥାନା ଆଇ ଆଇ ସି ହରିଶଙ୍କର ଭୋଇ ଙ୍କୁ ଖବର ଦେବାରୁ ସେ ସୋହେଲା ତହସିଲଦାର ଶୁଭାରଂଜନ ନାୟକ ଙ୍କ ଉପସ୍ଥିତି ରେ ଗାଡି ରୁ 1325 ବୋତଲ କଫ ସିରାପ ବାହାର କରିଥିଲେ I ଏହାର ବଜାର ମୂଲ୍ୟ ଆନୁମାନିକ 7 ଲକ୍ଷ ହେବ I ଏହି କାରବାର ରେ ସମ୍ପୃକ୍ତ ଥିବା ପଦ୍ମପୁର ଥାନା କପଶିଲା ଗାଁ ର ଲଖ୍ମ୍ନଣ କୁମ୍ଭାର ଓରଫ ବାବା, ଜମଲା ଗାଁ ର ଗଣେଶ ମେହେର, ବୁଡ଼େନ ଥାନା ଟେଣ୍ଡା ପାଦର ଗାଓଁ ର ଗୌରୀ ନାରାୟଣ ତ୍ରିପାଠୀ ଓ ରାଣୀସର୍ଦ୍ଦା ଗାଓଁ ର ଦୟାନିଧି ପାରୁଆ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି I ଏନେଇ ଥାନା ରେ ବି ଏନ ଏସ ଧାରା 111 (2) b ଏବଂ ଏନ ଡି ପି ଏସ ଧାରା 21 b /25 ରେ କେସ ନମ୍ବର 267/25 ରେଜଷ୍ଟର କରାଯାଇଛି I

Reported By- Sushanta Sahu

No comments:

Post a Comment

Post Bottom Ad

Pages