ଜାରିଂ ମଣ୍ଡଳସ୍ତରୀୟ ରକ୍ତଦାନ ଶିବିର ସଫଳତାର ସହିତ ଅନୁଷ୍ଠିତ
ବିଜେପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସେବା ପକ୍ଷ ପାଳନର ଅବସରରେ ବିଜେପୁର ବ୍ଲକ ଜାରିଂରେ ମଣ୍ଡଳସ୍ତରୀୟ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଏହି ଶିବିରରେ ସ୍ଥାନୀୟ ବିଜେପି କାର୍ଯ୍ୟକର୍ତ୍ତା, ସମାଜସେବୀ ଓ ସଚେତନ ଯୁବକମାନେ ସକ୍ରିୟ ଭାଗ ନେଇଥିଲେ। ଶିବିର ମଣ୍ଡଳ ସଭାପତି ଆନନ୍ଦ ବାରିକ, ଜିଲ୍ଲା ପରିଷଦ ସୁଶାନ୍ତ ଗଡ଼ତୀୟା ଓ ଯୋଗୀନ୍ଦ୍ର ପଧାନଙ୍କ ତତ୍ୱାଧାନରେ ଏହା ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଅମୃତ ଧାରା ନର୍ସିଙ୍ଗହୋମର ଡ଼. ରୋଜାଲିନ ମେହେର ଓ ସମ୍ମାନିତ ଅତିଥି ସବିତା ସାହୁ ଉପସ୍ଥିତ ଥିଲେ। ସମସ୍ତେ ମିଶି ରକ୍ତଦାନର ମହତ୍ତ୍ୱ ବିଷୟରେ ଆଲୋଚନା କରି, ଯୁବପୀଢ଼ୀକୁ ଏଥିରେ ଆଗକୁ ଆସିବାକୁ ଆହ୍ୱାନ କରିଥିଲେ। ଶିବିରରେ ୫୨ ଜଣ ରକ୍ତଦାତା ରକ୍ତଦାନ କରିଥିଲେ, ଏଥିରେ ୫ ଜଣ ମହିଳା ଥିଲେ। ବରଗଡ ରକ୍ତଭଣ୍ଡାରର କର୍ମଚାରୀ ଅମେରେନ୍ଦ୍ର ମହାନ୍ତି, ରେବତୀକାନ୍ତ ସାହୁ, ଶ୍ରୀବଚ ସେଠ ଓ କୃଷ୍ଣଚନ୍ଦ୍ର ସାହୁ ରକ୍ତ ସଙ୍ଗ୍ରହ କାର୍ଯ୍ୟକୁ ସୁଚାରୁ ଭାବରେ ସମ୍ପାଦନ କରିଥିଲେ। ଅନ୍ୟାନ୍ୟ ସହଯୋଗୀଙ୍କ ମଧ୍ୟରେ ନରେସ ମେହେର, ଆଲୋକ ଗିରି, ସପ୍ନ ମଟାରୀ, ବିସିକେଶନ ମେହେର, ଧରଣୀଧର ମେହେର, ସୁବ୍ରତ ବାରିକ, ବିନୋଦ ବିଶ୍ଵାଳ ଓ ଜାରିଂ ସରପଞ୍ଚ ପ୍ରଭାସିନୀ ବିଭାର ଓ ସମିତି ସଭ୍ୟାମାନେ ଥିଲେ। ସମସ୍ତଙ୍କର ସହଯୋଗ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲା। ଏହି ଶିବିରରେ ଡ଼ ରୋଜାଲିନ ମେହେର ନିଜେ ରକ୍ତଦାନ କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ l ଅତିଥିମାନେ କହିଥିଲେ ଯେ, ରକ୍ତଦାନ ହେଉଛି ମାନବର ଏକ ସେବାକାର୍ଯ୍ୟ, ଯାହା ସମାଜରେ ରକ୍ତ ର ଆବଶ୍ୟକତା କୁ ସମ୍ପୂର୍ଣ୍ଣ କରିଥାଏ। ସ୍ଥାନୀୟ ଅଞ୍ଚଳରେ ସମାଜିକ ସଚେତନତାର ସକାରାତ୍ମକ ପ୍ରତିଫଳନ ଏହି ଉଦ୍ୟମରୁ ପ୍ରକଟ ହୋଇଛି। ଶିବିରର ସଫଳତା ପରେ ଏହିପରି ଉଦ୍ୟମକୁ ଆଗାମୀଦିନରେ ନିୟମିତ କରିବାକୁ ସମସ୍ତଙ୍କୁ ଆହ୍ୱାନ କରାଯାଇଛି, ଯାହା ସମାଜରେ ସେବାବୃତ୍ତି ଓ ମାନବତାର ପ୍ରଚାର କରିବ।
Reported By- Sushanta Sahu

No comments