Breaking News

ବିଜେପୁର ରେ ନୂତନ ଟ୍ରାନ୍ସଫର୍ମର ପାଇଁ ଭୂମି ପୂଜନ

 


ବିଜେପୁର : ବିଜେପୁର NAC ଅଧୀନସ୍ଥ ପାର୍ବତୀ ଗିରି ମାର୍କେଟ୍ କମ୍ପ୍ଲେକ୍ସର ବିଦ୍ୟୁତୀକରଣ କାର୍ଯ୍ୟକୁ ଗତି ଦେବା ପାଇଁ ଏକ ନୂତନ ୧୦୦ KVA ଟ୍ରାନ୍ସଫର୍ମର ସ୍ଥାପନ ପାଇଁ ଆଜି ଭୂମି ପୂଜନ ଅନୁଷ୍ଠିତ ହୋଇଥିଲା। ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀ ସନତ କୁମାର ଗଡତୀୟା ଙ୍କ ଦ୍ଵାରା ଏହି ଭୂମି ପୂଜନ କାର୍ଯ୍ୟ ସମ୍ପାଦିତ ହୋଇଥିଲା।ଏହି ଅବସରରେ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ବିଭୁଦତ୍ତ ସାହୁ ଏବଂ ଇଲେକ୍ଟ୍ରିକାଲ ବିଭାଗର ଏସ.ଡି.ଓ. ଶ୍ରୀ ସୁଧୀର ମହାପାତ୍ର ଅତିଶିଘ୍ର ଏହି ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ପାଇଁ ଲୋକ ମାନଙ୍କୁ ଆଶ୍ୱାସନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଜ୍ଞାପିତ ଅଞ୍ଚଳ ପରିଷଦର ଜେଇ ଶ୍ରୀ ଅଜୟ ପାତ୍ର, କାଉନସିଲର ଶ୍ରୀ ଦିପକ ପାଣିଗ୍ରାହୀ, ଶ୍ରୀ ପ୍ରଶାନ୍ତ ପଧାନ, ଶ୍ରୀ ଘନଶ୍ୟାମ ପଧାନ, ଇଲେଋକ୍ଟ୍ରିକାଲ ବିଭାଗର ଜେ.ଇ. ଶ୍ରୀ ସମ୍ବିଦ ବହିହାର, ଲାଇନମେନ ଶ୍ରୀ ଉତ୍ତମ କୁମାର ନାୟକ ତଥା ଅନ୍ୟ କର୍ମଚାରୀବୃନ୍ଦ ଉପସ୍ଥିତ ଥିଲେ। ବିଜେପି ଦଳର ବରିଷ୍ଠ କର୍ମୀ ଶ୍ରୀ ସୁଶାନ୍ତ କୁମାର ଗଡତିଆ, ଶ୍ରୀ ମହେଶ ଦେବତା, ଶ୍ରୀ ଯୋଗିନ୍ଦ୍ର ପଧାନ ପ୍ରମୁଖ ଏହି ଶୁଭ କାର୍ଯ୍ୟରେ ଯୋଗଦାନ କରିଥିଲେ।



ରିପୋର୍ଟ - ସୁଶାନ୍ତ ସାହୁ

No comments