Breaking News

ବିଜେପୁର ଦର୍ଲିପାଲି ରେ ଶୁଖିଲା ଚଡ଼କରେ ୩୫ ବର୍ଷିଆ ଯୁବକଙ୍କ ମୃତ୍ୟୁ


ବରଗଡ଼ ଜିଲ୍ଲାର ବିଜେପୁର ବ୍ଲକରେ ରବିବାର ଦିନ ଘଟିଥିବା ଏକ ଦୁଃଖଦ ଘଟଣାରେ ୩୫ ବର୍ଷିଆ ଯୁବକଙ୍କର ପ୍ରାଣହାନି ଘଟିଛି। ପଥର୍ଲା ଗ୍ରାମପଞ୍ଚାୟତ ଅଧୀନ ଦର୍ଲିପାଲି ଗ୍ରାମର ବାସିନ୍ଦା ସୁରେନ୍ଦ୍ର ବାଗ ବିଲରେ  ସବୁଦିନ ଭଳି କାମ କରୁଥିଲେ ,ଏହି ସମୟରେ ହଠାତ୍ ଏକ ଶୁଖିଲା ଚଡ଼କ (ବଜ୍ରପାତ)ରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ସ୍ଥାନୀୟ ସୂତ୍ର ଅନୁସାରେ, ସୁରେନ୍ଦ୍ର ବିଲ ପାଖରେ କାର୍ଯ୍ୟରତ ଥିବା ବେଳେ ଅଚାନକ ବଜ୍ରପାତ ହୋଇଥିଲା। ଘଟଣାସ୍ଥଳରେ ତାଙ୍କ ସହିତ ଦୁଇଟି ଛେଳି ମଧ୍ୟ ଏହି ବଜ୍ରପାତ ରେ ମୃତ୍ୟୁବରଣ କରିଥିଲେ। ଘଟଣା ପରେ ଗ୍ରାମବାସୀମାନେ ତୁରନ୍ତ ସୁରେନ୍ଦ୍ରଙ୍କୁ ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ତାଙ୍କୁ ନେଇଥିଲେ। କିନ୍ତୁ ଡାକ୍ତରମାନେ ପରୀକ୍ଷା ନିରୀକ୍ଷା କରି ସେଙ୍କୁ ମୃତ ଘୋଷଣା କରିଥିଲେ। ଏହି ଆକସ୍ମିକ ଦୁର୍ଘଟଣାରେ ପରିବାର ବର୍ଗ ଓ ଗ୍ରାମବାସୀମାନେ ଅତ୍ୟନ୍ତ ଶୋକାକୁଲ ଅବସ୍ଥାରେ ଅଛନ୍ତି। ସୁରେନ୍ଦ୍ର ବାଗଙ୍କର ଅସମୟରେ ମୃତ୍ୟୁ ପରିବାରରେ ଅପରିମିତ ଦୁଃଖ ଓ କଷ୍ଟର ବାତାବରଣ ସୃଷ୍ଟି କରିଛି। ଏହା ସହିତ, ସ୍ଥାନୀୟ ପ୍ରଶାସନ କୁ  ମୃତକଙ୍କ ପରିବାରକୁ ଆଇନଅନୁସାରେ ଯାହା  ସହାୟତାମିଳିବା କଥା ତାକୁ ଯୋଗାଇ ଦେବା ପାଇଁ ପରିବାର ବର୍ଗ ଓ ଜନ ସାଧାରଣ ଦାବି କରିଛନ୍ତି ।


Report- Sushanta Sahu


No comments