Breaking News

ସ୍ଥାନୀୟ ରାସ୍ତାଘାଟ ର ଉନ୍ନତି ପାଇଁ ବିଜେପୁର ବିଧାୟକ ଶ୍ରୀ ଗଡ଼ତୀୟାଙ୍କ ପ୍ରସ୍ତାବ

 

ବିଜେପୁର: ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ରାସ୍ତା ର ପ୍ରଶସ୍ତିକରଣ ଏବଂ ନୂତନ ରାସ୍ତା ନିର୍ମାଣ ପାଇଁ ବିଜେପୁର ବିଧାୟକ ଶ୍ରୀ ସନତ କୁମାର ଗଡ଼ତୀୟା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦେଇଛନ୍ତି। ସେ ରାଜ୍ୟର PWD ମନ୍ତ୍ରୀଙ୍କୁ ପ୍ରେରିତ ଏକ ଚିଠିରେ ରାସ୍ତା ବିକାଶର ଏକ ସ୍ପଷ୍ଟ ପରିକଳ୍ପନା ଉପସ୍ଥାପନ କରିଛନ୍ତି। ବିଧାୟକଙ୍କ ପ୍ରସ୍ତାବ ଅନୁଯାୟୀ, କେନ୍ଦୁଭଟା ରୁ କେର୍ମଲି (୧୩.୩୫ କିମି), କେନ୍ଦୁଭଟା ରୁ ଦମକିପାଲି (୭.୬୦ କିମି), ଏବଂ ରେମତା ରୁ ବିଜୟପଲ୍ଲୀ (ବିଜୟପଲ୍ଲୀ ଭାୟା କାଇଁଶିର, ତୁଳଣ୍ଡି, ସିକିର୍ଡି) (୯.୦୦ କିମି) ପରି ମାର୍ଗଗୁଡ଼ିକୁ RD ରାସ୍ତା (ରୁରାଲ୍ ଡେଭଲପମେଣ୍ଟ ରାସ୍ତା) ପରିବର୍ତ୍ତେ PWD ରାସ୍ତା ପରିଚାଳନା ବ୍ୟବସ୍ଥା ଅଧୀନକୁ ଆଣିବା ଉଚିତ ବୋଲି ସେ ଦର୍ଶାଇଛନ୍ତି । ଏହି ପଦକ୍ଷେପ ଗ୍ରାମବାସୀଙ୍କ ପାଇଁ ଅତ୍ୟନ୍ତ ଉପକାରୀ ହେବା। ଏହାଛଡା, ଏହି ଅଞ୍ଚଳରେ ଯାତାୟତ ସୁବିଧା ଆହୁରି ଉନ୍ନତ କରିବା ପାଇଁ ନୂତନ ରାସ୍ତା ନିର୍ମାଣର ମଧ୍ୟ ପ୍ରସ୍ତାବ ରହିଛି। ଏହି ପ୍ରସ୍ତାବ ବିଧିବଦ୍ଧ ଭାବେ ଗ୍ରହଣ କରାଗଲେ ଅଞ୍ଚଳର ଯୋଗାଯୋଗ ବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ସୁଧାର ଆସିବ ବୋଲି ଆଶା କରାଯାଉଛି। ଏହାଦ୍ୱାରା କୃଷି, ଶିକ୍ଷା, ଚିକିତ୍ସା ସେବା, ଏବଂ ଆର୍ଥିକ କାର୍ଯ୍ୟକଳାପ ସହିତ ସ୍ଥାନୀୟ ଲୋକଙ୍କ ଜୀବନଯାପନର ମାନ ଉନ୍ନତି ହେବ। ଶ୍ରୀ ଗଡ଼ତୀୟା ମାନ୍ୟବର ମନ୍ତ୍ରୀଙ୍କୁ ଏହି ପ୍ରସ୍ତାବ ପ୍ରତି ଶୀଘ୍ର ଧ୍ୟାନ ଦେବା ପାଇଁ ଅନୁରୋଧ ଜଣାଇଛନ୍ତି। ସ୍ଥାନୀୟ ଲୋକେ ମଧ୍ୟ ବିଧାୟକଙ୍କ ଏହି ପଦକ୍ଷେପକୁ ସ୍ୱାଗତ ଜଣାଇ ଏହାର ଦ୍ରୁତ ବାସ୍ତବାୟନ କାମନା କରିଛନ୍ତି।

Report- Sushanta Sahu

No comments