ବିଜେପୁର ମହାବିଦ୍ୟାଳୟ ପରିସରରେ ସୁସ୍ଥ ନାରୀ ଓ ସସକ୍ତ ପରିବାର କାର୍ଯ୍ୟକ୍ରମ
ବିଜେପୁର ମହାବିଦ୍ୟାଳୟ ପରିସରରେ ସୁସ୍ଥ ନାରୀ ଓ ସସକ୍ତ ପରିବାର କାର୍ଯ୍ୟକ୍ରମ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବିଜେପୁର ଆନୁକୂଲ୍ୟରେ ଆୟୋଜିତ ହୋଇ ଯାଇଛି i ସର୍ବ ପ୍ରଥମେ ମା ସରସ୍ଵତୀ ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା l ଏହା ପରେ ବିଧି ବିଧାନ ସହ ଏଡିପିଏଚଓ ଡ ଶ୍ରୀକୃଷ୍ଣ ବଲ୍ଲଭ ମହାନ୍ତି , ଦନ୍ତ ରୋଗ ବିଶେଷଜ୍ଞ ଡ ଆଶିଷ କୁମାର ପଣ୍ଡା, ସ୍ତ୍ରୀ ରୋଗ ବିଶେଷଜ୍ଞ ଡ ପୂର୍ଣ୍ଣ ଶଙ୍କର ମେହେର, ଶିଶୁ ରୋଗ ବିଶେଷଜ୍ଞ ଡ ଅମିତ୍ କୁମାର ଭୋଇ, ଜେନେରାଲ ଓଡିପି ଡ ସୋନାଲି ମେହେର ଓ ଡ ସୁଦୀପ୍ତ ପଧାନ , ଜନସ୍ବାସ୍ଥ୍ୟ ଅଧିକାରୀ ଡ ସୁଶାନ୍ତ ମେହେର, ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦୀପ କୁମାର ମିଶ୍ର , ଗୋଷ୍ଠୀ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଶ୍ରୀଯୁକ୍ତ ବୁଦ୍ଧଦେବ ଡନସେନା ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l ଉକ୍ତ ସଭାରେ ରେ ସିଡିପିଓ ଆମେରିସିଆନ୍ ଏକ୍କା ମଧ୍ୟ ଉପସ୍ଥିତ ଥିଲେ l ଶିବିର ରେ 564 ଜଣଙ୍କୁ ଫ୍ରି ରେ ସ୍ଵାସ୍ଥ୍ୟ ପରୀକ୍ଷା ସହ ଔଷଧ ପ୍ରଦାନ କରାଯାଇଥିଲା l ବିଶେଷ କରି କିଶୋରୀ ବାଳିକାଙ୍କ ସ୍ଵାସ୍ଥ୍ୟ, ସିକଲ ସେଲ, ହିମୋଗ୍ଲୋ ବିନ୍ ଓ ଏନ୍ ସିଡି ସ୍କ୍ରିନିଂ ଉପରେ ଗୁରୁତ୍ବ ଦିଆ ଯାଇଥିଲା ସେହିପରି ଆୟୁଷ୍ମାନ କାର୍ଡ ପ୍ରଦାନ ସୁବିଧା ମଧ୍ୟ ରହିଥିଲା lୟୁଥ୍ ରେଡକ୍ରସ, NSS ଓ NCC ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀମାନେ ରୋଗୀମାନଙ୍କୁ ସହଯୋଗ କରିଥିଲେ। ମେଲେରିଆ, ଡେଙ୍ଗୁ, ଫାଇଲେରିଆ, ଯକ୍ଷ୍ମା, କୁଷ୍ଠ ଇତ୍ୟାଦି ରୋଗ ସମ୍ପର୍କରେ ସଚେତନତା ବୃଦ୍ଧି ପାଇଁ ପଙ୍କଜ ମେହେର, ସୁପରଭାଇଜର ନବ କୁମାର ବାରିକ, ଦେବାଶିଷ ଦେବତା ଓ ଅମିତ କୁମାର ସାହୁ ଏକ ଜ୍ଞାନବର୍ଧକ କ୍ଲାସ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକ ସ୍ତରୀୟ ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀ ଓ ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସକ୍ରିୟ ଯୋଗଦାନ କରିଥିଲେ।
Report- Sushanta Sahu
No comments