ବିଜେପୁର: ମାନ୍ୟବର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 75 ତମ ଜନ୍ମ ଦିବସ ଉପଲକ୍ଷେ ଓଡ଼ିଶା ସରକାରଙ୍କ ଆନୁକୁଲ୍ୟ ରେ ଏକ ପେଡ ମା କେ ନାମ 2.0 କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଏ ନେଇ ଆଜି ବିଜେପୁର ବ୍ଲକର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଜି ଏମ୍ ଗଣ୍ଡପାଲି ଆଦର୍ଶ ବିଦ୍ୟାଳୟ ରେ 250 ଟି ବୃକ୍ଷ ରୋପଣ କରାଯାଇଥିବା ବେଳେ ଅଧ୍ୟକ୍ଷ ମୁରାରୀ ପ୍ରସାଦ ସାହୁଙ୍କ ଅଧ୍ୟକ୍ଷତା ଆୟୋଜିତ ସଭା ରେ ଜିଲ୍ଲା ପରିଷଦ ସଦସ୍ୟ ସୁଶାନ୍ତ ଗଡତିଆ, କୃଷି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପରିଚାଳନା ଏଜେନ୍ସି ର ଯୋଗିନ୍ଦ୍ର ପ୍ରଧାନ, ସରକାରୀ ହର୍ଟି କଳଚର ଅଫିସର ନିରଞ୍ଜନ ଦ୍ବିବେଦୀ , ଓ ହର୍ଟିକଲ ଚର ଏକ୍ସଟେଂଶନ ୱାର୍କର ଦୀପିକା ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ l ଏଠାରେ ଶିକ୍ଷକ ଓ କର୍ମଚାରୀଙ୍କ ଦ୍ଵାରା 250 ଟି ବୃକ୍ଷ ରୋପଣ କରାଯାଇଥିଲା l ବିଦ୍ୟାଳୟ ଓ କଲେଜ ର କାର୍ଯ୍ୟକ୍ରମ ମାନଙ୍କରେ ବିପୁଳ ସଂଖ୍ୟାରେ ଛାତ୍ରଛାତ୍ରୀ ମାନେ ଯୋଗଦାନ କରି ବୃକ୍ଷ ରୋପଣ କରିଥିଲେ I ଠିକ୍ ସେହିପରି ଜାରିଙ୍ଗ ଏବଂ ବିଜେପୁର ରେଡିଆନସ କଲେଜ ରେ ମଧ୍ୟ କାର୍ଯ୍ୟକ୍ରମ କୁ ସୂଚାରୁ ରୂପେ ପାଳନ କରାଯାଇଥିଲା l ବିଜେପୁର icds କାର୍ଯ୍ୟାଳୟ ରେ ଦିନ ଟିକୁ କେକ କାଟି ପାଳନ କରାଯାଇଥିବା ବେଳେ ଭୈରପୁର ଠାରେ ସହ ସହ ଦ୍ଵିପ ପ୍ରଜ୍ବଳନ କରାଯାଇଥିଲା l ଏହିପରି ଭାବରେ ଆଜି ସମଗ୍ର ବିଜେପୁର ବ୍ଲକ ର 23 ଟି ପଞ୍ଚାୟତ ରେ 17000 ରୁ ଉର୍ଦ୍ଧ୍ବ ବୃକ୍ଷ ରୋପଣ କରାଯାଇଥିଲା l ବିଜେପୁର ବ୍ଲକ ର ସମସ୍ତ କାର୍ଯ୍ୟକ୍ରମ ମାନ୍ୟବର ବିଜେପୁର ବିଧାୟକ ସନତ କୁମାର ଗଡ଼ତିଆ ଙ୍କ ତତ୍ଵାବଧାନ ରେ ସମ୍ପାଦିତ ହୋଇଥିଲା I
Reported By- Sushanta Sahu
No comments:
Post a Comment