Breaking News

ଭେଡେନ ରେ ତାତିଲେ ଚାଷୀ ll ତହସିଲ ଅଫିସ ସାମ୍ନାରେ ଚାଷୀ ଆନ୍ଦୋଳନ



ଗୋଟିଏ ପଟେ ଧାନ ଅମଳ ଆରମ୍ଭ ହେଲାଣି , ଅନ୍ୟ ପଟେ ବାରମ୍ବାର ଧାନ ପଞ୍ଜିକରଣ ରୁ ବଞ୍ଚିତ ହୋଇଥିବା ଚାଷୀ ମାନେ ପଞ୍ଜିକରଣ ପାଇଁ ଧାରଣା ଦେଉଛନ୍ତି l ମନ୍ତ୍ରୀ ଓ ସମସ୍ତ ଅଫିସର ମାନଙ୍କ ମୁହଁରେ କେବଳ ଗୋଟିଏ କଥା, ଧାନ ପଞ୍ଜିକରଣ ନିଶ୍ଚୟ ହେବ, ଗୋଟିଏ ବି ଚାଷୀ ପଞ୍ଜିକରଣ ରୁ ବାଦ୍ ପଡ଼ିବେ ନାହିଁ । ଏହି କଥା ଶୁଣି ଶୁଣି ଚାଷୀ ମାନେ ନୟାନ୍ତ ହୋଇ ଗଲେଣି l ସେପଟେ ପୁଣି ଥରେ ଭେଡେନ ରେ ଚାଷୀ ଅସନ୍ତୋଷ ଦେଖା ଦେଇଛି l ଭେଡେନ ରେ ତହସିଲ ଅଫିସ୍ ସାମ୍ନା ରେ ସଂଯୁକ୍ତ କୃଷକ ସଂଗଠନ ଶାଖା ର ସହରାଟିକ୍ରା ମଣ୍ଡି ସଭାପତି ବୃନ୍ଦାବନ ସାହୁଙ୍କ ନେତୃତ୍ୱରେ ଚାଷୀ ମାନେ ଗତକାଲି ଧାରଣା ରେ ବସିଥିଲେ l ସୁଚନା ଥାଉକୀ ରେମଣ୍ଡା ସୋଷାଇଟିରେ ରାଜ୍ୟର ସର୍ବାଧିକ 950 ଜଣ ଏବଂତାଳମେଣ୍ଡା ପଞ୍ଚାୟତ ର ସର୍ବାଧିକ 532 ଜଣ ଚାଷୀ ପଞ୍ଜିକରଣ କରି ପାରିନାହାନ୍ତି l ସେମାନେ ନିର୍ଦ୍ଧାରିତ ସମୟରେ ସମସ୍ତ କାଗଜ ପତ୍ର ଦେଇଥିଲେ ମଧ୍ୟ, ନେଟ ସମସ୍ୟା, ସର୍ଭର ଡାଉନ୍ ଓ ସୋଷାଇଟି ର ମନମୁଖୀ ପାଇଁ ପଞ୍ଜିକରଣ କରି ପାରି ନଥିଲେ l ସେମାନେ ଅଭିଯୋଗ କରିଛନ୍ତି ଯେ ଶାସନ ପ୍ରଶାସନ ଏ ସବୁ ଜାଣିଶୁଣି କରୁଛନ୍ତି l ଯେତେ କମ ଚାଷୀ ହେବେ ସରକାର କୁ ସେତେ ଲାଭ l ଚାଷୀ ମାନେ ପୁଣି କହିଛନ୍ତି ଯେ ଯଦି ସେମାନେ ପଞ୍ଜିକରଣ ହୋଇ। ନ ପାରିବେ ତାହେଲେ 15, 17 ଶହ ଟଙ୍କାରେ ଧାନ ବିକ୍ରି ପାଇଁ ବାଧ୍ୟ ହେବେ, ଫଳରେ ଋଣ ଶୁଝିବା ଓ ଘର ର ଖର୍ଚ୍ଚ ତୁଲାଇବା ରେ ଅସୁବିଧା ହେବ l ଦିର୍ଘ 5 ଘଣ୍ଟା ର ଧାରଣା ପରେ ତହସିଲଦାର ରଶ୍ମିତା ସ୍ୱାଇଁ ଓ ସହକାରୀ ଉପନିବନ୍ଧକ ରାଧେ ମେହେର ଆସି ଆନ୍ଦୋଳନ ରତ ଚାଷୀ ଙ୍କୁ ବୁଝା ସୁଝା କରିଥିଲେ l ଶେଷରେ ପୁଣି ସେହି କଥା ସେମାନଙ୍କ ମୁହଁରୁ ଶୁଣିବାକୁ ମିଳିଥିଲା, ଚାଷୀ ପଞ୍ଜିକରଣ ନିଶ୍ଚୟ ହେବ l

No comments