ମୁଖ୍ୟମନ୍ତ୍ରୀଙ୍କର ବଡ଼ ପଦକ୍ଷେପ : ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ବସ ସେବା - Talpadar TV

Breaking

Thursday, September 18, 2025

ମୁଖ୍ୟମନ୍ତ୍ରୀଙ୍କର ବଡ଼ ପଦକ୍ଷେପ : ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ବସ ସେବା

 

ଭୁବନେଶ୍ୱର : ସ୍କୁଲ ଛାତ୍ରଛାତ୍ରୀଙ୍କ ଯାତାୟାତ ସୁବିଧାକୁ ଧ୍ୟାନରେ ରଖି ରାଜ୍ୟ ସରକାର ତରଫରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ମୁଖ୍ୟମନ୍ତ୍ରୀ ଗତକାଲି  ଘୋଷଣା କରିଛନ୍ତି ଯେ, ସମସ୍ତ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ "ମୁଖ୍ୟମନ୍ତ୍ରୀ ବସ ସେବା"କୁ ମାଗଣା କରାଯିବ। ଏହି ଯୋଜନାକୁ ସମଗ୍ର ରାଜ୍ୟରେ ଶୀଘ୍ର ଲାଗୁ କରିବା ପାଇଁ ଗଣଶିକ୍ଷା ବିଭାଗର ସଚିବ, ବାଣିଜ୍ୟ ଓ ପରିବହନ ବିଭାଗକୁ ଉପଯୁକ୍ତ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଛନ୍ତି। ଏହା ଲାଗୁ ହେଲେ ଏଣିକି ପିଲା ମାନେ ବିନା ମୂଲ୍ୟରେ ବସ ସାହାଯ୍ୟରେ ସ୍କୁଲ ଯିବା ଆସିବା କରି ପାରିବେ I ସରକାରୀ ସୂଚନା ଅନୁସାରେ, ଏହି ସୁବିଧାରୁ ସମସ୍ତ ବିଦ୍ୟାଳୟର ପିଲାମାନେ ଲାଭାନ୍ବିତ ହେବେ। ତେବେ, ଏହି ସେବା ପାଇଁ କିଛି ସର୍ତ୍ତ ରହିଛି। ଛାତ୍ରଛାତ୍ରୀଙ୍କୁ ନିଶ୍ଚିତଭାବେ ସ୍କୁଲ ୟୁନିଫର୍ମ ପିନ୍ଧିବାକୁ ହେବ ଏବଂ ବ ଯେଉଁ ସ୍କୁଲ ରେ ପଢୁଛନ୍ତି ସେହି ସ୍କୁଲ ର ପରିଚୟ ପତ୍ର ନିଜ ସହିତ ରଖିବା ଆବଶ୍ୟକ। ଓଏସଆରଟିସି (OSRTC) କୁ ପ୍ରତ୍ୟେକ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ରୁଟ୍‌ ଓ ସମୟସୂଚୀ ସମୀକ୍ଷା କରି, ଆବଶ୍ୟକତାନୁସାରେ ବସ ଚାଲୁ କରିବାକୁ ଅନୁରୋଧ କରାଯାଇଛି। ସେହିପରି, ସମସ୍ତ ପିଲାମାନେ ସୁବିଧାଭୋଗୀ ହୋଇପାରିବେ ତାକୁ ବିଶେଷ ଗୁରୁତ୍ୱ ଦିଆଯିବ। ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଏନେଇ ସବିଶେଷ ରିପୋର୍ଟ ପ୍ରସ୍ତୁତ କରି ଶୀଘ୍ର ସରକାରଙ୍କୁ ଦେବାକୁ କୁହାଯାଇଛି। ଏହା ଆଧାରରେ ଏକ ବିସ୍ତୃତ "ରୋଡମ୍ୟାପ" ପ୍ରସ୍ତୁତ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପ  ରାଜ୍ୟରେ ଶିକ୍ଷାକ୍ଷେତ୍ରରେ ଏକ ଐତିହାସିକ ପଦକ୍ଷେପ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ମୁଖ୍ୟମନ୍ତ୍ରୀ ନିଜେ ଏକ ପୂର୍ବତନ ଶିକ୍ଷକ ହୋଇଥିବାରୁ , ଛାତ୍ରଛାତ୍ରୀଙ୍କ ସମସ୍ୟା ସମ୍ପର୍କରେ ସେ ଜାଣିଛନ୍ତି । ସେଥିପାଇଁ, ଶିକ୍ଷାକ୍ଷେତ୍ରରେ  ପିଲାମାନଙ୍କୁ  କୌଣସି ବାଧାର ସମ୍ମୁଖୀନ ହେବାକୁ ନ ପଡୁ  ସେଥିପାଇଁ ଏହି ନୂତନ ପଦକ୍ଷେପକୁ ବିଶେଷ ଗୁରୁତ୍ୱ ଦେଇଛନ୍ତି। ସାଧାରଣ ପିତାମାତା ଏବଂ ଶିକ୍ଷକମାନଙ୍କ ମତାନୁସାରେ, ଏହି ସେବା ଲାଗୁ ହେଲେ ଅନେକ ଗରିବ ଓ ଦୁରଦୁରାନ୍ତର  ପିଲାମାନେ ନିରାପଦ ଓ ଠିକ ସମୟରେ ସ୍କୁଲ ଯାଇପାରିବେ।

No comments:

Post a Comment

Post Bottom Ad

Pages