ସୋହେଲା, ୧୮ ସେପ୍ଟେମ୍ବର – ବାଉସେନମୁରା ଗ୍ରାମର ୪୬ ବର୍ଷୀୟ ଚାଷୀ ହରିବନ୍ଧୁ ବାରିକ (ହରିହର) ଙ୍କ ଆଜି ଦିନ 12ଟା ସମୟରେ ଦୁର୍ଭାଗ୍ୟଜନକ ମୃତ୍ୟୁ ଘଟିଛି। ସେ କ୍ଷେତରେ କୀଟନାଶକ ସିଞ୍ଚନ କରୁଥିବାବେଳେ ହଠାତ୍ ବିଦ୍ୟୁତ ତାର ଛିଣ୍ଡି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଘଟଣା ପରେ ଗ୍ରାମବାସୀମାନେ Tatа Power ଅଫିସ ଏବଂ ପୋଲିସଙ୍କୁ ସୂଚନା ଦେଇଥିଲେ। କିନ୍ତୁ ବହୁ ବିଳମ୍ବ ପରେ ସନ୍ଧ୍ୟା 7ଟାରେ ସୋହେଲା SDO ସାଇ ନିଖିଳ ପଟେଲ ଘଟଣାସ୍ଥଳରେ ପହଞ୍ଚିଥିଲେ। ତା’ପରେ ମୃତକଙ୍କ ପରିବାର, କୃଷକ ବିକାଶ ମଞ୍ଚ ସଭାପତି ମନୋହର ମାଝୀ ଏବଂ ଗ୍ରାମବାସୀଙ୍କ ସହିତ ଆଲୋଚନା କରି, ଟାଟା ପାୱାର ପକ୍ଷରୁ ପରିବାରର ଜଣେ ସଦସ୍ୟଙ୍କୁ ନିଯୁକ୍ତି ଏବଂ ୪ ଲକ୍ଷ ଟଙ୍କା ସହାୟତା ୩–୪ ଦିନ ମଧ୍ୟରେ ଦେବା ପ୍ରତିଶ୍ରୁତି ମିଳିଛି। ଏହା ପରେ ଗ୍ରାମବାସୀ ଏବଂ ପରିବାରବର୍ଗ ସବ୍-ବ୍ୟବଚ୍ଛେଦ ପାଇଁ ରାଜି ହୋଇଛନ୍ତି।
Reported by - Sushanta Sahu
No comments:
Post a Comment