ହୃଦ୍ ଘାତ ରେ ତିର୍ଥବାସୀ ବାରିକଙ୍କ ମୃତ୍ୟୁ l ଚକ୍ଷୁ ଦାନ କରି କଲେ ମହାପୁଣ୍ୟ
ବରଗଡ଼ : ବରଗଡ ଖଜୁରଟିକ୍ରା ନିବାସୀ ୪୫ ବର୍ଷୀୟ ବୟସ୍କ ତୀର୍ଥବାସୀ ବାରିକଙ୍କ ଅକାଳ ବିୟୋଗରେ ସମଗ୍ର ଅଞ୍ଚଳରେ ଗଭୀର ଶୋକର ଛାୟା ଛାଇଯାଇଛି। ସେ ପେଶାରେ ଜଣେ ଏମ.ଆର. ଥିଲେ। ପରିବାର ତରଫରୁ ମିଳିଥିବା ସୂଚନା ଅନୁସାରେ, ଗତରାତି ସୋଇଥିବା ବେଳେ ହଠାତ୍ ହୃଦ୍ ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା। ଚିକିତ୍ସକଙ୍କୁ ଦେଖାଇବା ପୂର୍ବରୁ ତାଙ୍କର ଜୀବନ ଚାଲିଯାଇଥିଲା । ୪୫ ବର୍ଷ ବୟସରେ ଏପରି ଅକାଳ ମୃତ୍ୟୁରେ ପରିବାର, ପରିଜନ ଓ ପରିଚିତମାନେ ଅସହାୟ ଓ ଶୋକାକୁଳ ହୋଇପଡିଛନ୍ତି। ତୀର୍ଥବାସୀ ବାରିକଙ୍କ ବାପା ବୀରବର ବାରିକ। ସେ ନିଜର ସରଳ ଜୀବନଶୈଳୀ ଓ ମିଷ୍ଟଭାଷୀ ପ୍ରକୃତି ପାଇଁ ସମସ୍ତଙ୍କ ପ୍ରିୟ ଥିଲେ l ତେଣୁ ସେ ସମସ୍ତଙ୍କ ମନରେ ବିଶେଷ ସ୍ଥାନ ଅଧିକାର କରିଥିଲେ। ସେଥିପାଇଁ ତାଙ୍କ ଦେହାନ୍ତର ଖବର ଶୁଣିବା ମାତ୍ରେ ଖଜୁରଟିକ୍ରା ସହିତ ସମଗ୍ର ବରଗଡ ଅଞ୍ଚଳରେ ଶୋକର ଲହରି ଖେଳି ଯାଇଛି। ମୃତ୍ୟୁ ପୂର୍ବରୁ ସେ ଆଉ ଏକ ମହତ୍ କାର୍ଯ୍ୟ କରି ଯାଇଛନ୍ତି l ସେ ଚକ୍ଷୁଦାନ କରିଥିବାରୁ ତାଙ୍କ ଚକ୍ଷୁ ସାହାଯ୍ୟରେ କେହି ଜଣେ ପୁଣିଥରେ ଦେଖି ପାରିବ l ଭୁବନେଶ୍ୱର ରୁ ଏକ ସ୍ବତନ୍ତ୍ର ଟିମ ଆସି ତାଙ୍କ ଚକ୍ଷୁଦ୍ବୟ କୁ ସଂଗ୍ରହ କରିଛନ୍ତି l
Report- Sushanta Sahu
Subscribe to:
Post Comments
(
Atom
)
No comments