ତାଳପଦର ପଞ୍ଚାୟତ ମହାବିଦ୍ୟାଳୟ ରେ ବିଶ୍ଵ ପ୍ରାଥମିକ ଦିବସ ପାଳିତ - Talpadar TV

Breaking

Saturday, September 13, 2025

ତାଳପଦର ପଞ୍ଚାୟତ ମହାବିଦ୍ୟାଳୟ ରେ ବିଶ୍ଵ ପ୍ରାଥମିକ ଦିବସ ପାଳିତ

 


ତାଳପଦର: ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ୍‌ର ତାଳପଦର ପଞ୍ଚାୟତ ମହାବିଦ୍ୟାଳୟ ପରିସରରେ ଆଜି ବିଶ୍ୱ ପ୍ରଥମିକ ଚିକିତ୍ସା ଦିବସ ପାଲିତ ହୋଇଯାଇଛି।ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପ୍ରତିବର୍ଷ ସେପ୍ଟେମ୍ବର ମାସର ଦ୍ୱିତୀୟ ଶନିବାର ପାଳନ ହୋଇଥାଏ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଲୋକମାନଙ୍କୁ ପ୍ରଥମିକ ଚିକିତ୍ସାର ଗୁରୁତ୍ୱ ବୁଝାଇବା। ଦୁର୍ଘଟଣା, ହୃଦ୍‌ରୋଗ, ପୋଡ଼ା, କାଟା–ଘା' ହେଲେ ପ୍ରଥମ ସହାୟତା ବହୁତ ଉପକାରୀ। ସମୟରେ ସହାୟତା ମିଳିଲେ ଲୋକଙ୍କ ଜୀବନ ବଞ୍ଚି ପାରେ ଏବଂ ହସ୍ପିଟାଲକୁ ନେବା ପର୍ଯ୍ୟନ୍ତ ସୁରକ୍ଷା ମିଳେ। ଏହି ଦିନରେ ସଚେତନତା କାର୍ୟକ୍ରମ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାନ ହୋଇଥାଏ। ସେଥିପାଇଁ ପ୍ରତ୍ୟେକ ଲୋକଙ୍କୁ ସାଧାରଣ ପ୍ରଥମିକ ଚିକିତ୍ସା ଜାଣିବା ଦରକାର।ଆଜିର କାର୍ଯ୍ୟକ୍ରମରେ ତାଳପଦର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କମଳାକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ହରିହର ବିଶ୍ୱାଳ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ପ୍ରଥମିକ ଚିକିତ୍ସାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମ ର ସଂଯୋଜନା ଉମାକାନ୍ତ ସାହୁ କରିଥିବା ବେଳେ ଅଧ୍ୟକ୍ଷ ପଞ୍ଚାନନ ମିଶ୍ର, YRC ସଂଯୋଜକ ଶିଶୁପାଳ ପାଧାନ ସହିତ କଲେଜର ସମସ୍ତ ଅଧ୍ୟାପକ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।


Reported By - Sushanta Sahu

No comments:

Post a Comment

Post Bottom Ad

Pages