Breaking News

ସରଧାପାଲିରେ ଜାତୀୟ ସ୍ତରୀୟ ଚେସ ପ୍ରତିଯୋଗିତା, ପୁରସ୍କାର ୫୦ ହଜାର ଟଙ୍କା

 

ଗାଇସିଲେଟ (ବରଗଡ଼): ବରଗଡ଼ ଜିଲ୍ଲାର ଗାଇସିଲେଟ ବ୍ଲକ ଅନ୍ତର୍ଗତ ସରଧାପାଲି ଗିରିଧାରୀ ମହାବିଦ୍ୟାଳୟ ପରିସରେ ଏକ ଚେସ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି। ଏହି 'ତରଣିସେନ ମେମୋରିଆଲ ଚେସ ପ୍ରତିଯୋଗିତା' ଆଗାମୀ ୪ ଓ ୫ ଅକ୍ଟୋବର ରୋଜ ଅନୁଷ୍ଠିତ ହେବ। ତରଣିସେନ ସ୍ମୃତି କମିଟି, କରିମୁଣ୍ଡା ଏହି ପ୍ରତିଯୋଗିତାର ଆୟୋଜକ ଏବଂ ବରଗଡ଼ ଚେସ କମିଟି ଏଥିରେ ସହଯୋଗ କରିବ। ପ୍ରତିଯୋଗିତାରେ ରାଜ୍ୟ ଏବଂ ରାଜ୍ୟ ବାହାରର ଖେଳାଳିମାନେ ଭାଗ ନେବେ। ପ୍ରତିଯୋଗିତାର ବିଜେତା ପାଇଁ ୫୦,୦୦୦ ଟଙ୍କାର ପୁରସ୍କାର ରାଶି ନିର୍ଦ୍ଧାରିତ ହୋଇଛି। ଏଥିସହ ୧୦ଟି ଟ୍ରଫି ଓ ୨୨ଟି ମେଡାଲ ମଧ୍ୟ ପୁରସ୍କାର ସ୍ୱରୂପ ଦିଆଯିବ। ଏହି ଅଞ୍ଚଳରେ ଏପରି ଏକ ଜାତୀୟ ସ୍ତରୀୟ ଚେସ ପ୍ରତିଯୋଗିତା ଏଇ ପ୍ରଥମ ଥର ଅନୁଷ୍ଠିତ ହେବା ସମ୍ବନ୍ଧରେ ଏକ ସାମ୍ବାଦିକ ସମ୍ମିଳନୀରେ ଅତିଥିମାନେ ମତ ଦେଇଥିଲେ। ସେମାନେ ଉଲ୍ଲେଖ କରିଥିଲେ ଯେ ଚେସ ଖେଳର ମହତ୍ତ୍ୱ ଏବଂ ଏହା ଦ୍ୱାରା ସ୍ମରଣ ଶକ୍ତି ବୃଦ୍ଧି ସହିତ ଅନ୍ୟାନ୍ୟ ମାନସିକ ଗୁଣର ବିକାଶ ହୋଇଥାଏ।


Report- Sushanta Sahu

No comments