ବରଗଡ, ଓଡ଼ିଶା | [16/08/25] – ରାଜ୍ୟ ସରକାର ଖରିଫ ଚାଷ ପାଇଁ ପଞ୍ଜିକରଣ ପ୍ରକ୍ରିୟାକୁ ସରଳ କରିବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ନୂତନ ନିର୍ଦ୍ଦେଶ ନାମା ଜାରି କରିଛନ୍ତି। ଏଣିକି କୃଷକମାନେ କେବଳ ସ୍ଵଘୋଷଣାନାମା ଦାଖଲ କରି ପଞ୍ଜିକରଣ କରିପାରିବେ। ପୂର୍ବରୁ ବଂଶାବଳୀ ଓ ବିଭିନ୍ନ ପ୍ରକାର କାଗଜପତ୍ର ଆବଶ୍ୟକତା ଥିଲା ତେଣୁ ପଞ୍ଜିକରଣ ପ୍ରକ୍ରିୟା ଜଟିଳ ହୋଇଯାଇଥିଲା। ଏହାକୁ ନେଇ ବିଭିନ୍ନ ସ୍ଥାନରେ କୃଷକମାନେ ଆନ୍ଦୋଳନ କରିଥିଲେ, ଏକାଧିକ ସ୍ଥାନରେ ରାସ୍ତାରୋକ ମଧ୍ୟ ଦେଖିବାକୁ ମିଳିଥିଲା।
ବରଗଡ଼ ଜିଲ୍ଲାର ବିଧାୟକମାନେ ମଧ୍ୟ କୃଷକମାନଙ୍କ ସମସ୍ୟାର ସମାଧାନ ପାଇଁ ସକ୍ରିୟ ଭାବେ ଆଗେଇ ଆସିଥିଲେ। ସେଥିରେ BJP ବିଧାୟକ – ଅଶ୍ୱିନୀ ଷଡ଼ଙ୍ଗୀ, ସନତ କୁମାର ଗଡତିଆ, ଇରାଶିଶ ଆଚାର୍ଯ୍ୟ ଓ ନିହାର ମହାନନ୍ଦ – ସମିଳିତ ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଁ ଓ ଖାଦ୍ୟଯୋଗଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଭେଟି କୃଷକଙ୍କ ସମସ୍ୟା ସମାଧାନ ପାଇଁ ଅନୁରୋଧ କରିଥିଲେ। ପରିଶେଶ ରେ ଗତକାଲି ବିଧିବଦ୍ଧ ଭାବେ ନିର୍ଦ୍ଦେଶ ନାମା ଜାରି କରିଛନ୍ତି ଓଡ଼ିଶା ସରକାର, କେବଳ ସ୍ୱଘୋଷଣାନାମା ଦାଖଲ କରି କୃଷକମାନେ ପଞ୍ଜିକରଣ କରିପାରିବେ ବୋଲି ଏଥିରେ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସରକାରଙ୍କ ଏହି ପଦକ୍ଷେପ ଯୋଗୁଁ ରାଜ୍ୟର ହଜାର ହଜାର କୃଷକ ଲାଭାନ୍ୱିତ ହେବେ ବୋଲି ଆଶା କରାଯାଉଛି। ଏହି ପରିପ୍ରେକ୍ଷୀରେ ରେ ବରଗଡ଼ର ବିଧାୟକମାନଙ୍କ ପ୍ରଚେଷ୍ଟାକୁ ପ୍ରଶଂସା କରାଯାଉଛି l
Report- Sushanta Sahu
Talpadar TV
No comments:
Post a Comment