ନୂଆ ରୂପ ନେବ ବିଜେପୁର ସହର l ଜିଲ୍ଲାପାଳଙ୍କ ବିଜେପୁର ଗସ୍ତ - Talpadar TV

Breaking

Friday, September 12, 2025

ନୂଆ ରୂପ ନେବ ବିଜେପୁର ସହର l ଜିଲ୍ଲାପାଳଙ୍କ ବିଜେପୁର ଗସ୍ତ

 



ବିଜେପୁର :ଆଜି ବରଗଡ ଜିଲ୍ଲାପାଳ ମାନ୍ୟବର ଆଦିତ୍ୟ ଗୋୟଲ ବିଜେପୁର ଗସ୍ତ କରି ସ୍ଥାନୀୟ ସମସ୍ୟାଗୁଡ଼ିକୁ ସମୀକ୍ଷା କରିଥିଲେ ଓ ସହରର ସୋନ୍ଦର୍ଯ୍ୟକରଣ ପାଇଁ ବିସ୍ତୃତ ରୋଡମ୍ୟାପ ତିଆରି କରିଥିଲେ । କିଛିଦିନ ପୂର୍ବରୁ ବିଜେପୁର ବସଷ୍ଟାଣ୍ଡ ଅଞ୍ଚଳରୁ ଅବୈଧ ଜବର ଦଖଳ ଉଚ୍ଛେଦ କରାଯାଇଥିଲା । ବର୍ତ୍ତମାନ ସହରକୁ ନୂଆ ରୂପରେ ପ୍ରତିଷ୍ଠା କରିବାପାଇଁ ପ୍ରଶାସନୀୟ ପଦକ୍ଷେପ ଜାରି ରହିଛି । ସହରର ପ୍ରମୁଖ ସ୍ଥାନଗୁଡ଼ିକରେ ସଫା–ସୂତରା, ବୃକ୍ଷରୋପଣ, ବିଦ୍ୟୁତ୍ ଆଲୋକ ସଜାଣ, ଓ ସଡ଼କ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହୋଇଛି । ଜିଲ୍ଲାପାଳ ସହରର ପରିସ୍କାରତା ଓ ପରିମଳ ବ୍ୟବସ୍ଥାକୁ ପ୍ରାଥମିକତା ଦେଇ ସମ୍ପର୍କିତ ଅଧିକାରୀଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । ସହରରେ  ଯାତାୟାତ, ପାର୍କିଂ ବ୍ୟବସ୍ଥା କୁ ସୁଧାରିବା ସହ ନୂଆ ବସଷ୍ଟାଣ୍ଡ ନିର୍ମାଣ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା । ଏହି ଗସ୍ତ ସମୟରେ ଜିଲ୍ଲାପାଳ ଡେଲି ମାର୍କେଟର ସ୍ଥାନୀୟ ବ୍ୟବସାୟୀଙ୍କ ସହ କଥାହୋଇ ବଜାରର ସୁନିୟୋଜିତ ବ୍ୟବସ୍ଥା ପାଇଁ ପ୍ରଶାସନୀୟ ଆଶ୍ୱାସନା ଦେଇଥିଲେ ।ଜିଲ୍ଲାପାଳଙ୍କ ଏହି ପଦକ୍ଷେପକୁ ବିଜେପୁର ନଗରବାସୀ ସ୍ବାଗତ କରିଥିଲେ ଓ ସହରକୁ ସୁନ୍ଦର ଓ ସୁବ୍ୟବସ୍ଥିତ କରିବାରେ ସହଯୋଗ ଦେବାର ପ୍ରତିଶ୍ରୁତି ମଧ୍ୟ କରିଥିଲେ । ବସଷ୍ଟାଣ୍ଡ ଉଚ୍ଛେଦ ପରେ ପ୍ରଶାସନଙ୍କ ଏହି ପ୍ରୟାସ ବିଜେପୁର ସହରର ସାମାଜିକ ଓ ଆର୍ଥିକ ଉନ୍ନତିରେ ନିଶ୍ଚିତ ଭାବରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିବ ।

ରିପୋର୍ଟ - ସୁଶାନ୍ତ ସାହୁ

No comments:

Post a Comment

Post Bottom Ad

Pages