ପୁଣି ଓଡିଶା ପାଇଁ ବାତ୍ୟା ଭୟ ? - Talpadar TV

Breaking

Friday, September 12, 2025

ପୁଣି ଓଡିଶା ପାଇଁ ବାତ୍ୟା ଭୟ ?

 



ପୁଣି ଓଡିଶା ପାଇଁ ବାତ୍ୟା ଭୟ ?

ଭୁବନେଶ୍ୱର: ଅକଟୋବର ଶେଷ ଆଡକୁ ଓଡିଶାରେ ପୁଣିଥରେ ବାତ୍ୟାର ଭୟ ସୃଷ୍ଟି ହୋଇଛି। “ଲା-ଲିନା” ପ୍ରଭାବରେ ଓଡିଶା ସହ ପୂର୍ବ ଉପକୂଳବର୍ତ୍ତୀ ଅଂଚଳମାନଙ୍କରେ ବାତ୍ୟା ଆଶଙ୍କା ବଢ଼ିଛି। ଏହାକୁ ନେଇ ଆନ୍ତର୍ଜାତିକ ଗଣମାଧ୍ୟମରେ ଚର୍ଚ୍ଚା ବଢ଼ିଛି, କିନ୍ତୁ IMD ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇନାହିଁ।ପ୍ରତିବର୍ଷ ଅକଟୋବର ମାସରେ ଓଡିଶାରେ ବାତ୍ୟା ଆଶଙ୍କା ବଢ଼ିଥାଏ। ସମୁଦ୍ରତଟୀୟ ଅବସ୍ଥିତି ହେତୁ ପୂର୍ବ ଉପକୂଳବର୍ତ୍ତୀ ଅଞ୍ଚଳମାନେ ଏଥିରେ ଘୋର ପ୍ରଭାବିତ ହୁଅନ୍ତି।

ଲା-ଲିନା କ’ଣ?

“ଲା-ଲିନା (La Niña)” କୌଣସି ବାତ୍ୟା (Cyclone) ନୁହେଁ। ଏହା ଗୋଟିଏ ବିଶ୍ୱସ୍ତରୀୟ ଆବହାବାହିନୀ ପ୍ରକ୍ରିୟା (global climate phenomenon)। ପ୍ରଶାନ୍ତ ସାଗରର ମଧ୍ୟ ଓ ପୂର୍ବ ଅଂଶରେ ସମୁଦ୍ରର ପାଣି ସାଧାରଣରୁ ଅଧିକ ଠଣ୍ଡା ହେବାକୁ “ଲା-ଲିନା” କୁହାଯାଏ। ଏହା “ଏଲ୍-ନିନୋ (El Niño)”ର ପ୍ରତିକୂଳ ପ୍ରଭାବ। ଏହି ପରିସ୍ଥିତିରେ ପବନ ଓ ସମୁଦ୍ର ଧାରାରେ ବଡ଼ ପରିବର୍ତ୍ତନ ହୁଏ।

ଭାରତରେ ପ୍ରଭାବ

ଲା-ଲିନା ସମୟରେ ଭାରତରେ ବର୍ଷାଧାରା (ମୌସୁମୀ) ସାଧାରଣରୁ ଅଧିକ ସକ୍ରିୟ ହୁଏ। ବଙ୍ଗୋପସାଗର ଓ ଆରବ ସାଗରରେ ବାତ୍ୟା ଗଢ଼ିଉଠିବା ସମ୍ଭାବନା ବଢ଼ିଥାଏ। ଏହିକାରଣରୁ ଓଡିଶା, ଆନ୍ଧ୍ର ପ୍ରଦେଶ ସହ ସମୁଦ୍ରତଟୀୟ ଅଞ୍ଚଳମାନେ ବାତ୍ୟା ଓ ବନ୍ୟାରେ ବେଶି ପ୍ରଭାବିତ ହୁଅନ୍ତି।

No comments:

Post a Comment

Post Bottom Ad

Pages