ମାନ୍ୟବର ମନ୍ତ୍ରୀ କହିଥିଲେ — ‘ଗାଇସିଲାଟ କେବଳ ଗୋଟିଏ ବ୍ଲକ ନୁହେଁ, ଏହା ଅନୁଭବିଙ୍କ ମାଟି। ଏଠାର ଲୋକଙ୍କ ସମସ୍ତ ସମସ୍ୟାରେ ଆମେ ସହଭାଗୀ ହେବୁ। ସରକାରୀ ପ୍ରାଥମିକତାରେ ଗାଇସିଲାଟକୁ ଉନ୍ନୟନରେ ନେଇଯିବା ସହ, ଗ୍ରାମୀଣ ପାଣିୟ ଜଳ, ସଡ଼କ, କୃଷି ସୁବିଧା ଓ ଯୁବମାନଙ୍କ ଚାକିରି ସୁଯୋଗ — ସମସ୍ତ କ୍ଷେତ୍ରରେ ସରକାର ସଜାଗ। ସେ ଆହୁରି କହିଥିଲେ — “ସାହୁ ସମାଜ ଓଡ଼ିଶାର ଅର୍ଥନୀତି, ସାମାଜିକ ସଂସ୍କୃତି ଓ ସାମ୍ପ୍ରଦାୟିକ ସମ୍ଭାବନାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଆସିଛି। ନୂଆଁଖାଇ କେବଳ ପାଳା-ପର୍ବ ନୁହେଁ, ଏହା କୃଷିକଙ୍କ ଗୌରବ ଓ ସମାଜର ଏକତାର ପ୍ରତୀକ।
ବିଧାୟକଙ୍କ ପ୍ରତିଶ୍ରୁତି
ସମ୍ମାନିତ ଅତିଥି ବିଜେପୁର ବିଧାୟକ ସନତ କୁମାର ଗଡ଼ତୀୟା କୃଷକମାନଙ୍କ ସମସ୍ୟାକୁ ଉଲ୍ଲେଖ କରି କହିଥିଲେ — “ଗାଇସିଲାଟ ବ୍ଲକର ପ୍ରମୁଖ ସମସ୍ୟା ହେଉଛି ଜଳସେଚନ। କୃଷକମାନେ ସମୟରେ ପାଣି ନମିଳିବାରୁ ଧାନ ଚାଷରେ ବଡ଼ ସମସ୍ୟାରେ ପଡ଼ୁଛନ୍ତି। ଏହାର ସମାଧାନ ପାଇଁ ଜଳସେଚନ ପ୍ରକଳ୍ପ, ପାଣିଟାଙ୍କ ଓ କ୍ୟାନାଲ୍ଗୁଡ଼ିକୁ ସଜାଗ ରଖାଯିବ,” ବୋଲି ସେ ପ୍ରତିଶ୍ରୁତି କରିଥିଲେ।
ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ ଙ୍କ ଉକ୍ତି
ବ୍ଲକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ, ଶିକ୍ଷା, ସ୍ୱାସ୍ଥ୍ୟ, ସଡ଼କ ଓ କୃଷି ସମସ୍ୟାଗୁଡ଼ିକୁ ଆଲୋଚନା କରି, “ଗାଇସିଲାଟର ଅନେକ ଗ୍ରାମରେ ମୌଳିକ ସୁବିଧା ଅଭାବ ରହିଛି। ସମସ୍ତଙ୍କ ସହଭାଗୀତାରେ ଏହାକୁ ଦୂର କରିବା ଆମର ପ୍ରତିବଦ୍ଧତା,” ବୋଲି କହିଥିଲେ।
କାର୍ଯ୍ୟକ୍ରମର ଶେଷରେ ସମାଜ ପକ୍ଷରୁ ସୁନାଧର ସାହୁ ଧନ୍ୟବାଦ ଜଣାଇ, ଅତିଥିମାନଙ୍କୁ ସମ୍ମାନ କରିଥିଲେ। ସେ କହିଥିଲେ, “ସମାଜର ଏକତା ହିଁ ଆମର ସବୁଠାରୁ ବଡ଼ ଶକ୍ତି। ଏହି ପରମ୍ପରାକୁ ଆଗାମୀ ପିଢ଼ୀ ପାଇଁ ସୁରକ୍ଷିତ କରିବା ଆମର କର୍ତ୍ତବ୍ୟ l
No comments:
Post a Comment