ତାଳପଦର ସ୍ୱାସ୍ଥ୍ୟ କେନ୍ଦ୍ରରେ ପାଣି ସମସ୍ୟା, ରୋଗୀ ମାନେ ଡହଳ ବିକଳ - Talpadar TV

Breaking

Thursday, September 11, 2025

ତାଳପଦର ସ୍ୱାସ୍ଥ୍ୟ କେନ୍ଦ୍ରରେ ପାଣି ସମସ୍ୟା, ରୋଗୀ ମାନେ ଡହଳ ବିକଳ


ବରଗଡ଼, ୧୧ ସେପ୍ଟେମ୍ବର –

ବରଗଡ଼ ଜିଲ୍ଲାର ବିଜେପୁର ବ୍ଲକ ତାଳପଦର ସ୍ୱାସ୍ଥ୍ୟ କେନ୍ଦ୍ରରେ ଗତ ୧୦ ଦିନ ଧରି ଚାଲିଥିବା ପାଣି ସମସ୍ୟା ଯୋଗୁଁ ରୋଗୀ ଓ ସ୍ଥାନୀୟମାନେ ଗଭୀର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପାଣିର ଏହି ଅଭାବରେ ଦୂର ଦୁରାନ୍ତରୁ ଚିକିତ୍ସା ପାଇଁ ଆସୁଥିବା ଲୋକମାନେ ଖାଇବା ପାଣି, ପରିଚ୍ଛନ୍ନତା ଓ ଔଷଧ ସେବନରେ ବିଶେଷ ବାଧାର ସମ୍ମୁଖୀନ ହେଉଛନ୍ତି। ଅସୁସ୍ଥଙ୍କୁ ସହାୟତା କରିବାର ବଦଳରେ ପାଣି ଖୋଜିବାରେ ସମୟ ବ୍ୟୟ ହେଉଛି l ଏହି ସମସ୍ୟା ସନ୍ଦର୍ଭରେ ବିଜେପୁର ସ୍ୱାସ୍ଥ୍ୟ କେନ୍ଦ୍ର ସହିତ କଥା ହେବାରୁ ସେମାନଙ୍କ ପକ୍ଷରୁ କୁହାଗଲା ଯେ, ବର୍ତ୍ତମାନ ସ୍ୱାସ୍ଥ୍ୟ କେନ୍ଦ୍ରଟି ଅସ୍ଥାୟୀ ଭାବରେ ପଞ୍ଚାୟତ କାର୍ଯ୍ୟାଳୟରେ ଚାଲିଛି। ତେଣୁ ପାଣି ସମସ୍ୟା ସେମାନଙ୍କ ନିୟନ୍ତ୍ରଣରେ ନଥିବା କଥା ସେମାନେ ସ୍ପଷ୍ଟ କରିଛନ୍ତି। ବିଭାଗୀୟ ଅଧିକାରୀଙ୍କୁ ପଚରାଗଲାବେଳେ ସେମାନେ କହିଥିଲେ ଯେ, ଗ୍ରାମ ସରପଞ୍ଚ ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଯୋଗାଯୋଗ କରିବୁ । ପାଣି ସମସ୍ୟାର ସମାଧାନ ପାଇଁ ପ୍ରାଥମିକ ଭାବରେ ଗ୍ରାମ ପଞ୍ଚାୟତକୁ ପଦକ୍ଷେପ ନେବାକୁ ପଡ଼ିବ । ଗାଁଲୋକଙ୍କ ଅଭିଯୋଗ, “ଦଶ ଦିନ ଧରି ପାଣି ନଥିବାରୁ ରୋଗୀମାନେ ବିଭିନ୍ନ ସମସ୍ୟାରେ ପଡ଼ିଛନ୍ତି । ଯଦି ଯଥାଶୀଘ୍ର ପଦକ୍ଷେପ ନିଆଯିବ ନାହିଁ, ତେବେ ରୋଗୀଙ୍କ ପାଇଁ ଗୁରୁତର ପରିସ୍ଥିତି ସୃଷ୍ଟି ହେବ । ଅନ୍ୟପକ୍ଷରେ, ଏନେଇ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସରପଞ୍ଚଙ୍କ ସହ ସଂପର୍କ ସମ୍ଭବ ହୋଇପାରିନାହିଁ l ସ୍ଥାନୀୟ ଲୋକଙ୍କ ଆଶା, ଯଥାଶୀଘ୍ର ପଦକ୍ଷେପ ନେଇ ଏହି ପାଣି ସମସ୍ୟାକୁ ସମାଧାନ କରାଯିବ ।

No comments:

Post a Comment

Post Bottom Ad

Pages