ଆଜି ସନ୍ଧ୍ୟାରେ ଅର୍ଡ୍ଲାର ମାଟିରେ ଉତ୍ସବମୟ ପରିବେଶ ଦେଖିବାକୁ ମିଳିଥିଲା। ଲାଉମୁଣ୍ଡା ମଣ୍ଡଳର ନୂତନ ସଭାପତି ଆଶୁତୋଷ ମେହେରଙ୍କ ଆଗମନରେ ସମସ୍ତ କାର୍ଯ୍ୟକର୍ତ୍ତାଙ୍କର ହୃଦୟରେ ଆନନ୍ଦର ଝରିଣୀ ବହିଯାଇଥିଲା। ପଦଭାର ଗ୍ରହଣ ପରେ ପ୍ରଥମଥର ପାଇଁ ଅର୍ଡା ପଦାର୍ପଣ କରୁଥିବା ମେହେରଙ୍କୁ ସ୍ନେହ, ସମ୍ମାନ ଓ ସମର୍ଥନରେ ସମସ୍ତେ ପ୍ରଫୁଲ୍ଲିତ ହୋଇଉଠିଥିଲେ। ଲାଉମୁଣ୍ଡା ମଣ୍ଡଳ ର ଆଠ ଟି ପଂଚାୟତ ଯଥା ତାଳପଦର, ସାନବାଉସେନ, ଲାଉମୁଣ୍ଡା, ଏମ ଶ୍ରୀଗୀଡା, ପହଣ୍ଡି, ଯୋଖିପାଲି, ଭଟିଗାଁ, ବରମୁଣ୍ଡା ରୁ ପଂଚାୟତ ପ୍ରମୁଖ ମାନେ ତାଙ୍କୁ ସ୍ୱାଗତ ଜଣାଇଥିଲେ I ସଭାପତି ଆଶୁତୋଷ ମେହେର ନିଜର ସମ୍ବୋଧନରେ କହିଲେ, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସରଳତା, ସେବାଭାବ ଓ ଅଦମ୍ୟ କାର୍ଯ୍ୟନିଷ୍ଠା ସମସ୍ତଙ୍କ ପାଇଁ ପଥପ୍ରଦର୍ଶକ। ଦେଶର ଗୌରବ, ମାନ ମର୍ଯ୍ୟାଦା ଓ ବିକାଶର ଯାତ୍ରା ମୋଦିଜିଙ୍କ ନେତୃତ୍ୱରେ ନୂତନ ମାର୍ଗରେ ପ୍ରବାହିତ। ସେହି ଆଲୋକରେ ଆମେ ମଣ୍ଡଳ ସ୍ତରରେ ଲୋକଙ୍କ ପାଖରେ ଆଶା ଓ ପ୍ରଗତିର ସନ୍ଦେଶ ପହଞ୍ଚାଇବା ପାଇଁ ସଙ୍କଳ୍ପବଦ୍ଧ। ନୂଆ ସଭାପତିଙ୍କୁ ଅଭିନନ୍ଦନ କରି କାର୍ଯ୍ୟକର୍ତ୍ତାମାନେ ସ୍ପଷ୍ଟ କଲେ — ସଂଗଠନର ସୁଦୃଢ଼ତା ଗ୍ରାମ୍ୟସ୍ତରରୁ ଆରମ୍ଭ ହେବ ଓ ସେଥିରେ ସେମାନଙ୍କ ସହଯୋଗ ସଦା ସକ୍ରିୟ ଓ ସଜାଗ ରହିବ। ସଭାସ୍ଥଳରେ ପଡ଼ୋଶୀ ଅଞ୍ଚଳର ଅନେକ କାର୍ଯ୍ୟକର୍ତ୍ତାମାନେ ମଧ୍ୟ ଉପସ୍ଥିତ ହୋଇ, ସମାବେଶକୁ ଅଧିକ ଉଜ୍ଜ୍ୱଳ କରିଦେଇଥିଲେ।
Reported By- Sushanta Sahu
No comments:
Post a Comment