ବରପାଲି, ବରଗଡ଼ (ତା. ୦୮.୦୯.୨୦୨୫) – ସଂଯୁକ୍ତ କୃଷକ ସଂଗଠନର ପ୍ରତିନିଧିମଣ୍ଡଳୀ କାରଣ ସାହୁଙ୍କ ନେତୃତ୍ୱରେ ତହସିଲଦାର ରୁକ୍ମଣ ମେହେରଙ୍କୁ ଭେଟି, ବରପାଲି ବ୍ଲକର ଧାନ ପଞ୍ଜିକରଣ, ସାର କଳାବଜାରୀ, ଇନପୁଟ ସବସିଡି ଏବଂ ଚକବନ୍ଦୀ ସମସ୍ୟାର ଶୀଘ୍ର ସମାଧାନ ପାଇଁ ନିବେଦନ କରିଛନ୍ତି । ପ୍ରତିନିଧିମଣ୍ଡଳୀ ତହସିଲଦାରଙ୍କୁ କୁହିଛନ୍ତି ଯେ, ଧାନ ପଞ୍ଜିକରଣ ପ୍ରକ୍ରିୟାରେ ବହୁତ ଚାଷୀ ବଞ୍ଚିତ ହୋଇଯାଇଛନ୍ତି । ପଞ୍ଜିକରଣରେ ଅବହେଳା କିମ୍ବା ପ୍ରଶାସନିକ ବିଳମ୍ବରୁ କୃଷକମାନେ ଆର୍ଥିକ ସୁବିଧା ଓ ସରକାରୀ ନୀତିର ଲାଭ ପାଇପାରୁନାହାନ୍ତି । ତେଣୁ ଧାନ ପଞ୍ଜିକରଣର ଅବଧି ବୃଦ୍ଧି କରିବାକୁ ଜୋରଦାର ଦାବି କରାଯାଉଛି । ସେମାନେ ଆହୁରି ଅଭିଯୋଗ କରିଛନ୍ତି ଯେ, ବରପାଲି ବ୍ଲକରେ ୟୁରିଆ ସାର ସଙ୍କଟ ଚାଷୀମାନଙ୍କୁ ଅସୁବିଧାରେ ପକାଇଛି । କଳାବଜାରୀରେ ସାର ବିକ୍ରି ହେବାରୁ ସାଧାରଣ କୃଷକମାନେ ସମୟରେ ଆବଶ୍ୟକ ପରିମାଣ ସାର ଚାଷୀ ପାଇପାରୁନାହାନ୍ତି । ଏହାକୁ ଶୀଘ୍ର ନିୟନ୍ତ୍ରଣ କରି, ଚାଷୀଙ୍କୁ ଆବଶ୍ୟକ ମୁତାବକ ରାସାୟନିକ ସାର ଯୋଗାଣ କରିବାକୁ ସେମାନେ ଜୋର କରିଛନ୍ତି । ପ୍ରକାଶ ଥାଉକି, ଗତ ରବି ଋତୁରେ ଅଦିନିଆଁ ବର୍ଷାରେ ଅନେକ ଚାଷୀଙ୍କର ଫସଲର ବ୍ୟାପକ କ୍ଷୟକ୍ଷତି ହୋଇଥିଲା । କିଛି ଚାଷୀ ଇନପୁଟ ସବସିଡି ପାଇଥିଲେ ମଧ୍ୟ, ଅଧିକାଂଶ କୃଷକ ଖମାଖିଆଲି ରିପୋର୍ଟ କାରଣରୁ ସବସିଡିରୁ ବଞ୍ଚିତ ହୋଇଥିଲେ । ଏହି ସମସ୍ୟାର ସମାଧାନ ପାଇଁ ମଧ୍ୟ ପ୍ରତିନିଧିମଣ୍ଡଳୀ ଶୀଘ୍ର ପଦକ୍ଷେପ ନେବାକୁ ଚାହିଁଛନ୍ତି । ଚକବନ୍ଦୀ ସମସ୍ୟା ନେଇ ସଂଗଠନର ପ୍ରତିନିଧିମଣ୍ଡଳୀ ଆହୁରି ଜଣାଇଛନ୍ତି ଯେ, ୧ ସେପ୍ଟେମ୍ବରରୁ କିଛି ଚାଷୀ ଧାରଣାରେ ବସିଛନ୍ତି ଓ ସେମାନଙ୍କୁ ସମର୍ଥନ ଦେଇ ଶୀଘ୍ର ସମାଧାନ କରିବାକୁ ତହସିଲଦାରଙ୍କୁ ଅନୁରୋଧ କରାଯାଇଛି । ଏହି ସମସ୍ୟାଗୁଡିକୁ ନେଇ ସଂଯୁକ୍ତ କୃଷକ ସଂଗଠନର କର୍ମୀ ତପନ ମିଶ୍ର, ଟେକରାଜ ପଧାନ, ଦିବାକର ପଧାନ, ଭୁବନ ପଧାନ, ଗୁଣମଣି ପଧାନ, ସୁଦାମ ସାହୁ, ଠାକୁର ବିଶ୍ୱାଳ, ସୁରେଶ ନିକେଣ୍ଟି ଏବଂ ରମେଶ ମହାପାତ୍ର ଆଲୋଚନା କରିଛନ୍ତି I ପ୍ରତିନିଧିମଣ୍ଡଳୀ ସ୍ପଷ୍ଟ କରିଛନ୍ତି ଯେ, ଯଦି ପ୍ରଶାସନ ଆଲୋଚନାକୁ ଗଭୀରତାର ସହିତ ନେଇନଥାଏ, ତେବେ ବଡ ଧାରଣା ଆନ୍ଦୋଳନ କରାଯିବ।
Report- Sushanta Sahu
Talpadar TV
ଯେକୌଣସି ନ୍ୟୂଜ୍ ଦେବାପାଇଁ ଆମ ପ୍ରତିନିଧି ଙ୍କୁ ଯୋଗାଯୋଗ କରନ୍ତୁ - Mob-9439493184
ଯଦି ଆମର ନ୍ୟୁଜ ଆପଣଙ୍କୁ ଭଲ ଲାଗୁଛି ତାହେଲେ ନିଜ ସାଙ୍ଗ ସାଥୀଙ୍କୁ ସେୟାର କରନ୍ତୁ ଓ ଆମର ୱେବସାଇଟ କୁ SUBSCRIBE କରନ୍ତୁ I
ଯଦି ଆମ ୱେବସାଇଟ ରେ କୌଣସି ବିଜ୍ଞାପନ ଦେଖାଇବା ପାଇଁ ଚାଁହୁଛନ୍ତି ଆମ ପ୍ରତିନିଧିଙ୍କୁ ସମ୍ପର୍କ କରନ୍ତୁ I
No comments:
Post a Comment