ପାଇକମାଳରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର - Talpadar TV

Breaking

Home Top Ad

Post Top Ad

Monday, September 8, 2025

ପାଇକମାଳରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର

 


ତାରିଖ – ୦୮.୦୯.୨୦୨୫

ସ୍ଥାନ – ପାଇକମାଳ, ବରଗଡ଼

ପାଇକମାଳ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜି ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ଓ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରହଲ୍ଲାଦ ସହାୟ ମୀନାଙ୍କ ସଂଯୁକ୍ତ ଅଧ୍ୟକ୍ଷତାରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଲଲାଟ କୁମାର ଲୁହା, ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀମତୀ ଅରୁଗୁଲା ସ୍ନେହା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ବରଗଡ଼ ଶ୍ରୀ କୁବେର ମହନ୍ତ, ବିଡିଓ ଶ୍ରୀ ପ୍ରଫୁଲ୍ଲ କୁମାର ଓଦୁ ଏବଂ ପାଇକମାଳ ତହସିଲଦାର ଉପସ୍ଥିତ ଥିଲେ । ଶିବିରରେ ଲୋକଙ୍କର ଜଳସେଚନ, ବିଦ୍ୟୁତ୍ ଯୋଗାଣ, ପାନୀୟ ଜଳ, ରାସନ କାର୍ଡ, ବାର୍ଦ୍ଧକ୍ୟ ଓ ବିକଳାଙ୍ଗ ଭତ୍ତା, ରାସ୍ତା ନିର୍ମାଣ, କୃଷି ଇତ୍ୟାଦି ସମସ୍ୟା ସମ୍ବନ୍ଧୀୟ ୧୦୬ଟି ଅଭିଯୋଗ ରେଜିଷ୍ଟ୍ରି କରାଯାଇଥିଲା । ସେଥିମଧ୍ୟରୁ ୮୦ଟି ବ୍ୟକ୍ତିଗତ ଓ ୨୬ଟି ସାମୁହିକ ଅଭିଯୋଗ ଉପରେ ଶୁଣାଣି କରାଗଲା । ଜିଲ୍ଲାପାଳ ଶ୍ରୀ ଗୋୟଲ ସମସ୍ତ ଅଭିଯୋଗକୁ ଗୁରୁତ୍ୱ ସହ ନେଇ କରି ବିଭାଗୀୟ ଅଧିକାରୀଙ୍କୁ ତୁରନ୍ତ ସମାଧାନକାରୀ ପଦକ୍ଷେପ ନିବା ପାଇଁ ନିର୍ଦ୍ଦେଶ ଦେଲେ । ଏହି ଅବସରରେ ଚାଷୀ ମାନଙ୍କ ଏକ ଦଳ ଚାଷୀ ପଞ୍ଜିକରଣ କୁ ନେଇ ଜିଲ୍ଲାପାଳ ଙ୍କ ସହ ଆଲୋଚନା କରିଥିଲେ I ଆଲୋଚନା ମଧ୍ୟରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ଏବଂ ଚାଷୀ ମାନଙ୍କ ମଧ୍ୟରେ ପ୍ରବଳ କଥା କଟାକଟି ଦେଖିବାକୁ ମିଳିଥିଲା I ସୂଚନାଯୋଗ୍ୟ ଯେ ଚାଷୀ ପଞ୍ଜିକରଣ ଗତ ଅଗଷ୍ଟ 25 ତାରିଖ ଦିନ ବନ୍ଦ ହୋଇଯାଇଥିଲା  ସେହି ଦିନ ଠାରୁ ଚାଷୀ ପଞ୍ଜିକରଣ ଓ ୟୁରିଆ ସାର ର ଅଭାବ ବିଷୟକୁ ନେଇ ଭିନ୍ନ ଭିନ୍ନ ସ୍ଥାନରେ ଚାଷୀ ଅସନ୍ତୋଷ ଦେଖିବାକୁ ମିଳୁଛି, ହେଲେ ଏ ପର୍ଯ୍ୟନ୍ତ ତାର ସମାଧାନ ହୋଇପାରିନାହିଁ I  


Report- Sushanta Sahu

Talpadar TV

ଯେକୌଣସି ନ୍ୟୂଜ୍ ଦେବାପାଇଁ ଆମ ପ୍ରତିନିଧି ଙ୍କୁ ଯୋଗାଯୋଗ କରନ୍ତୁ - Mob-9439493184

ଯଦି ଆମର ନ୍ୟୁଜ ଆପଣଙ୍କୁ ଭଲ ଲାଗୁଛି ତାହେଲେ ନିଜ ସାଙ୍ଗ ସାଥୀଙ୍କୁ ସେୟାର କରନ୍ତୁ ଓ ଆମର ୱେବସାଇଟ କୁ SUBSCRIBE କରନ୍ତୁ I 

ଯଦି ଆମ ୱେବସାଇଟ ରେ କୌଣସି ବିଜ୍ଞାପନ ଦେଖାଇବା ପାଇଁ ଚାଁହୁଛନ୍ତି ଆମ ପ୍ରତିନିଧିଙ୍କୁ ସମ୍ପର୍କ କରନ୍ତୁ I


No comments:

Post a Comment

Post Bottom Ad

Pages