ପିପିଲିପାଳିରେ ଅନନ୍ତ ପୂଜା ଉପଲକ୍ଷେ ରଙ୍ଗାରଙ୍ଗ ନୃତ୍ୟ ଧମାକା - Talpadar TV

Breaking

Monday, September 8, 2025

ପିପିଲିପାଳିରେ ଅନନ୍ତ ପୂଜା ଉପଲକ୍ଷେ ରଙ୍ଗାରଙ୍ଗ ନୃତ୍ୟ ଧମାକା



 

ବିଜେପୁର (ବରଗଡ଼) – ବିଜେପୁର ଅଞ୍ଚଳର ପିପିଲିପାଳି ଗ୍ରାମରେ ଅନନ୍ତ ପୂଜା ଉପଲକ୍ଷେ ଗତରାତିରେ ଆୟୋଜିତ ରଙ୍ଗାରଙ୍ଗ ନୃତ୍ୟ ଧମାକା କାର୍ଯ୍ୟକ୍ରମରେ ଗ୍ରାମବାସୀମାନେ ବହୁତ ଉତ୍ସାହର ସହିତ ଯୋଗଦେଲେ।କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ ପ୍ରେମରାଜ ଡନସେନା। ଗ୍ରାମର ଗୌତିଆ କିଶୋର ପାତ୍ର ଓ ଭଦ୍ରବ୍ୟକ୍ତି ପଙ୍କଜ ଭୋଇଙ୍କ ସହଯୋଗତାରେ ସାରା ଗାଁରେ ଉତ୍ସାହର ପରିବେଶ ଦେଖାଦେଇଥିଲା।ବିଚାରକ ମଣ୍ଡଳୀରେ ଥିଲେ ଅନିଲ ତରିଆ, ଅନ୍ୱେଷା ଶତପଥି ଓ ସୁରେଶ କୁମାର ସାହୁ। କାର୍ଯ୍ୟକ୍ରମକୁ ସଫଳତାର ସହିତ ପରିଚାଳନା କରିଥିଲେ କୃଷ୍ଣଚନ୍ଦ୍ର ନାଏକ।

ପ୍ରତିଯୋଗୀତାର ଫଳାଫଳ:

1. ଜୁନିୟର ଗ୍ରୁପ୍

ପ୍ରଥମ: ଦିସାନ୍ତ ପଟେଲ

ଦ୍ୱିତୀୟ: ଅଞ୍ଜଳି ସାହୁ

ତୃତୀୟ: ଜୟଶ୍ରୀ ସାହୁ

2. ସିନିୟର ଗ୍ରୁପ୍

ପ୍ରଥମ: ଭାଗ୍ୟଶ୍ରୀ ସାହୁ

ଦ୍ୱିତୀୟ: ରାମକେତନ ନାଏକ

ତୃତୀୟ: ପଙ୍କଜ ଭୋଇ

3. ଗ୍ରୁପ୍ ଡାନ୍ସ

ବିଜେତା: ଆର୍ କେ ଗ୍ରୁପ୍ (ବିନିକା) – ଜଙ୍ଗଲି ନୃତ୍ୟ ପାଇଁ

ଉପବିଜେତା: ମା’ ମାହେଶ୍ୱରୀ ଗ୍ରୁପ୍ (ଅମରାମୁଣ୍ଡା)

ଶେଷରେ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଥିଲା ଓ  କୃତି ପ୍ରତିଯୋଗୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଅନନ୍ତ ପୂଜା କମିଟି ସହ ନିକୁ ପଟେଲ, ପପୁ ପାଣୀ ଓ ସମସ୍ତ ସଦସ୍ୟଙ୍କୁ ଗ୍ରାମବାସୀମାନେ କାର୍ଯ୍ୟକ୍ରମ ସଫଳ ହୋଇଥିବା ଯୋଗୁଁ ଧନ୍ୟବାଦ ଜଣାଇଲେ।

Report- Sushanta Sahu

Talpadar TV

ଯେକୌଣସି ନ୍ୟୂଜ୍ ଦେବାପାଇଁ ଆମ ପ୍ରତିନିଧି ଙ୍କୁ ଯୋଗାଯୋଗ କରନ୍ତୁ - Mob-9439493184

ଯଦି ଆମର ନ୍ୟୁଜ ଆପଣଙ୍କୁ ଭଲ ଲାଗୁଛି ତାହେଲେ ନିଜ ସାଙ୍ଗ ସାଥୀଙ୍କୁ ସେୟାର କରନ୍ତୁ ଓ ଆମର ୱେବସାଇଟ କୁ SUBSCRIBE କରନ୍ତୁ I 

ଯଦି ଆମ ୱେବସାଇଟ ରେ କୌଣସି ବିଜ୍ଞାପନ ଦେଖାଇବା ପାଇଁ ଚାଁହୁଛନ୍ତି ଆମ ପ୍ରତିନିଧିଙ୍କୁ ସମ୍ପର୍କ କରନ୍ତୁ I




No comments:

Post a Comment

Post Bottom Ad

Pages