ଜଲିଗଲା ଚଳନ୍ତା ବାଇକ୍ ll ବରଗଡ଼ - ଭେଡେନ ରାସ୍ତା ରେ ଅଭାବନୀୟ ଘଟଣା - Talpadar TV

Breaking

Home Top Ad

Post Top Ad

Wednesday, August 6, 2025

ଜଲିଗଲା ଚଳନ୍ତା ବାଇକ୍ ll ବରଗଡ଼ - ଭେଡେନ ରାସ୍ତା ରେ ଅଭାବନୀୟ ଘଟଣା

 


ଜଲିଗଲା ଚଳନ୍ତା ବାଇକ୍ ll ବରଗଡ଼ - ଭେଡେନ ରାସ୍ତା ରେ ଅଭାବନୀୟ ଘଟଣା

ବରଗଡ଼, ତା 05.08.2025 ll  ଗତକାଲି ବରଗଡ ଜିଲ୍ଲାର ସାହୁ ଟିକିରା ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ବରଗଡ଼ରୁ ନିଜ ଗାଁ ମାଳିପାଳିକୁ ଜଣେ ବ୍ୟକ୍ତି ନିଜର ପଲସର ବାଇକ୍‌ ରେ ଯାଉଥିଲେ l ବାଇକ୍ ର ନମ୍ବର ହେଲା OD17L1425 . ବାଇକ୍ ଉପରେ ବସି ରାସ୍ତା ରେ ଯାଉଥିବା  ବେଳେ ହଠାତ୍ ବାଇକ୍‌ରୁ ଧୁଆଁ ବାହାରିବା ଆରମ୍ଭ ହେଲା, ତା'ପରେ ଦେଖୁ ଦେଖୁ ବାଇକ୍ ରେ ନିଆଁ ଲାଗିଗଲା lଚାଳକ ହତବୁଦ୍ଧି ହୋଇ ପଡ଼ିଲେ, କିନ୍ତୁ ଭାଗ୍ୟକୃପାରେ ସମୟରେ ବାଇକ୍‌ରୁ ଓଲ୍ହାଇଯାଇ ଜୀବନ ରକ୍ଷା କରିପାରିଲେ। ଅତି କମ୍ ସମୟ ମଧ୍ୟରେ ବାଇକ୍ ହୁ ହୁ ହୋଇ ଜଳି ଯାଇଥିଲା l ସୂଚନା ମିଳିଛି ଯେ ସାର୍ଟ ସର୍କିଟ ଯୋଗୁଁ ଏଭଳି ଅଭାବ ନୀୟ ଘଟଣା ଘଟିଥିଲା l


ରିପୋର୍ଟ -ସୁଶାନ୍ତ ସାହୁ

ତାଳପଦର

No comments:

Post a Comment

Post Bottom Ad

Pages