ତାରିଖ: 03/09/2025
ସ୍ଥାନ: ଘେସ୍
ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଘେଁସ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପରିଣତ କରିବା ପାଇଁ ଘେଁସ ଅଞ୍ଚଳବାସୀ ଦୀର୍ଘଦିନ ହେବ ଦାବି କରି ଆସୁଛନ୍ତି । ବିଶେଷ କରି ଘେଁସ ଅଞ୍ଚଳିକ କ୍ରିୟାନୁଷ୍ଠାନ କମିଟି ଘେଁସ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପରିଣତ କରିବା ପାଇଁ ବହୁବର୍ଷ ହେବ ଦାବି କରିଆସୁଅଛି I ସାତ ଦଶକ ବିତିଗଲାଣି, କିନ୍ତୁ ଘେଁସ ସ୍ବାସ୍ଥ୍ୟ କେନ୍ଦ୍ରରେ କୌଣସି ଗୁରୁତ୍ୱପୂର୍ଣ୍ଣ ଉନ୍ନତି ହୋଇପାରିନାହିଁ। ଘେଁସ, କୁଚିପାଲି, ଶନିମାଲ , କଳଙ୍ଗାପାଳି , ବେହେରାପାଲି, ପେଟୁପାଲି, ଝର, ବିରଜାମ, ତାଳପଦର, ସାନବାଉନସେନ ଆଦି ବିଭିନ୍ନ ଗ୍ରାମର ହଜାର ହଜାର ଲୋକ ଏହି ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭରଶୀଳ ଅଛନ୍ତି । କିନ୍ତୁ ଏଠାରେ ରୋଗ ନିରୁପଣ ପାଇଁ ଆବଶ୍ୟକ ସୁବିଧା ନଥିବା ବେଳେ ଦୁର୍ଘଟନାଗ୍ରସ୍ତଙ୍କ ପାଇଁ ଡ୍ରେସର୍ ନାହିଁI କର୍ମଚାରୀ ଅଭାବରୁ ପ୍ରାୟତଃ ସମସ୍ତଙ୍କୁ ବରଗଡ଼ ଜିଲ୍ଲା ହସ୍ପିଟାଲ୍କୁ ରେଫର୍ କରାଯାଉଛି। ୫୦ ବର୍ଷ ଧରି ୬ଟି ସଜ୍ଜା ବିଶିଷ୍ଟ ଅନ୍ତର୍ବିଭାଗ କାର୍ଯ୍ୟକ୍ଷମ ଥିଲା ହେଲେ ଏବେ ତାହା ମଧ୍ୟ ବନ୍ଦ ରହିଛି। ଉପଯୁକ୍ତ ସ୍ବାସ୍ଥ୍ୟ ସୁବିଧା ନ ମିଳିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ବାରମ୍ବାର ଦାବି ଜଣାଇଲେ ମଧ୍ୟ ସେ ଦିଗରେ କୌଣସି ପଦକ୍ଷେପ ନିଆଯାଉନାହିଁ I ଆଜି ପୁଣିଥରେ ଘେଁସ ଅଞ୍ଚଳ ବାସି ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ଓ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ଦାବିପତ୍ର ଦେଇ, ଶ୍ରୀଘ୍ର ଏହାକୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପରିଣତ କରିବାକୁ ଦାବି କରିଛନ୍ତି।
Report- Sushanta Sahu
Talpadar TV
No comments:
Post a Comment