ଭାରତୀୟ କ୍ରିକେଟର ଜଗତରେ ଶିଖର ଧବନ ଏକ ପରିଚିତ ନାମ। ସେ ତାଙ୍କର ଦ୍ରୁତ ବ୍ୟାଟିଂ ଶୈଳୀ ଓ “ଗବ୍ବର” ଉପନାମରେ ପ୍ରସିଦ୍ଧ। କିନ୍ତୁ ଏବେ ସେ Enforcement Directorate (ED) ଙ୍କ ତଦନ୍ତରେ ପଡିଛନ୍ତି। ଅଭିଯୋଗ ହେଉଛି, ଧବନ 1xBet ନାମକ ଅନଲାଇନ୍ ବେଟିଙ୍ଗ୍ ଆପ୍ ସହିତ ବିଜ୍ଞାପନ ଓ ସମର୍ଥନ କରିଥିଲେ। ଏହି ଆପ୍ଟିକୁ ଭାରତରେ ଅବୈଧ ବୋଲି ଘୋଷଣା କରାଯାଇଛି, କାରଣ ସରକାର ରିଆଲ୍-ମନି ଗେମିଂ ଉପରେ ପ୍ରତିବନ୍ଧ ଲଗାଇଛନ୍ତି। ED ଧବନଙ୍କୁ PMLA (Prevention of Money Laundering Act) ଅଧୀନରେ ସମନ ପଠାଇଛି ଓ ସେ ତାଙ୍କର ବୟାନ ରେକର୍ଡ କରୁଛି। ଏହାକୁ ନେଇ ସମସ୍ତଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି। ସୁରେଶ ରୈନାଙ୍କୁ ମଧ୍ୟ କିଛି ଦିନ ତଳେ ସମାନ ମାମଲାରେ ପଚାରାଯାଇଥିଲା, ଯେଉଁଥିରୁ ସ୍ପଷ୍ଟ ହେଉଛି ଯେ ଅନେକ ସେଲିବ୍ରିଟି ଏହିପ୍ରକାର ବେଆଇନ ଆପ୍ର ସମର୍ଥନ କରିଥିବାରୁ ସେମାନେ law enforcement agency ଙ୍କ ରାଡାର ରେ ଆସିଛନ୍ତି। ସରକାରଙ୍କ ମତାମତ ଅନୁଯାୟୀ, ସେଲିବ୍ରିଟିମାନେ ସମାଜରେ ବହୁତ ପ୍ରଭାବଶାଳୀ। ସେମାନଙ୍କର ବିଜ୍ଞାପନ ଦେଖି ଯୁବପିଢ଼ୀ ସହଜରେ ପ୍ରଭାବିତ ହୋଇଥାନ୍ତି। ତେଣୁ ଯଦି କେହି ସେଲିବ୍ରିଟୀ ଅବୈଧ ବ୍ୟାଟିଂ ଆପ କୁ ପ୍ରମୋଟ କରନ୍ତି, ତାହାର ଭୁଲ୍ ବାର୍ତ୍ତା ସମାଜକୁ ପହଞ୍ଚିଥାଏ। ବିଶେଷତଃ, ଅନଲାଇନ୍ ବ୍ୟାଟିଂ ଆପ ଗୁଡ଼ିକ ଯୁବକ ମାନଙ୍କୁ ଜୁଆ ଖେଳ ଦିଗକୁ ଆକର୍ଷଣ କରିପାରେ ଓ ସେମାନଙ୍କର ଆର୍ଥିକ ଓ ମାନସିକ କ୍ଷତି କରିପାରେ।
1xBet ବିବାଦ ଭାରତରେ ଅନଲାଇନ୍ ଗେମିଂ ବିଷୟରେ ବଡ଼ ପ୍ରଶ୍ନ ଉଠାଇଛି। କିଛି ଆପ ବିଦେଶରେ ପଞ୍ଜୀକୃତ ହୋଇଥିଲେ ମଧ୍ୟ, ସେଗୁଡ଼ିକ ସଂପର୍କରେ ଭାରତୀୟ ବଜାରରେ ପ୍ରଚାର କରାଯାଉଥିଲା। ଏହା କୁ ବ୍ୟବହାର କରି ବେଆଇନ ଆର୍ଥିକ କାରବାର ହେଉଥିବା ସମ୍ଭାବନାକୁ ED ତଦନ୍ତ କରୁଛି । ସମାଜିକ ଦାୟିତ୍ୱ ଦିଗରୁ ଦେଖିଲେ, ଜଣେ କ୍ରିକେଟର କିମ୍ବା ସେଳିବ୍ରିଟୀ କେବଳ ମନୋରଞ୍ଜନ ପାଇଁ କିମ୍ବା ପ୍ରେରଣା ପାଇଁ ନୁହେଁ, ସେମାନଙ୍କ ପ୍ରତ୍ୟେକ କାମ ନୀତିଗତ ଉଦାହରଣ ସୃଷ୍ଟି କରେ।
No comments:
Post a Comment