ତାଳପଦର ପଞ୍ଚାୟତ କଲେଜ ଅଧ୍ୟାପକ ଓ କର୍ମଚାରୀ ଙ୍କ ମହାନତା - Talpadar TV

Breaking

Home Top Ad

Post Top Ad

Monday, September 8, 2025

ତାଳପଦର ପଞ୍ଚାୟତ କଲେଜ ଅଧ୍ୟାପକ ଓ କର୍ମଚାରୀ ଙ୍କ ମହାନତା


ତାଳପଦର, ସେପ୍ଟେମ୍ବର ୮:

ସମାଜରେ ନିଷ୍କାମ ସେବା ଓ ସଚେତନତାର ଉଦାହରଣ ସୃଷ୍ଟି କରିଛନ୍ତି ପଞ୍ଚାୟତ କଲେଜ ତାଳପଦର ର ଅଧ୍ୟାପକ ଓ କର୍ମଚାରୀମାନେ । ସମ୍ପ୍ରତି ସରସ୍ୱତୀ ଶିଶୁ ମନ୍ଦିର ତାଳପଦର ର ଛୋଟ ଛୋଟ ଶିଶୁମାନଙ୍କ ପାଇଁ ଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରିବା ଉଦ୍ଦେଶ୍ୟରେ ସେମାନେ ନିଜେ ନିଜେ ଅର୍ଥ ଦାନ କରି, ଏକ ଆଧୁନିକ ୱାଟର ଫିଲ୍ଟର ଦାନ କରିଛନ୍ତି । ଏହି ସୁଭ କାର୍ଯ୍ୟରେ ଅଧ୍ୟକ୍ଷ ପଞ୍ଚାନନ ମିଶ୍ର ସମେତ କଲେଜ ର ଅନ୍ୟାନ୍ନ ଅଧ୍ୟାପକ ଓ କର୍ମଚାରୀ ମାନେ ଯଥା ଧନପତି ଦେବତା, ଦୂଷ୍ମନ୍ତ କୁମାର ଦେବତା, ଶିଶୁପାଳ ପଧାନ, ଅକ୍ଷୟ କୁମାର ପଧାନ ଓ ଉମାକାନ୍ତ ସାହୁ ସ୍ୱଇଚ୍ଛାରେ ଯୋଗାଦାନ କରିଥିଲେ । ସେମାନଙ୍କର ଏହି ମହାନତା କେବଳ ଶିଶୁମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ପାଇଁ ଏକ ସୁଚିନ୍ତିତ ଯୋଜନା ନୁହେଁ, ବରଂ ସମାଜରେ ମାନବିକତାର ଏକ ନୂତନ ପ୍ରତୀକ । ଅଧ୍ୟାପକ ଓ କର୍ମଚାରୀମାନଙ୍କର ଏହି ସାମୁହିକ ପ୍ରୟାସରେ, ସରସ୍ୱତୀ ଶିଶୁ ମନ୍ଦିରର ପିଲାମାନେ ଏବେ ବିଶୁଦ୍ଧ ପାଣି ପାଇପାରିବେ । ପିଲାମାନଙ୍କ ସୁସ୍ଥ ଜୀବନ ଓ ଶିକ୍ଷାରେ ନୂତନ ଉତ୍ସାହ ସୃଷ୍ଟି କରିବାରେ ଏହି ପଦକ୍ଷେପ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ । ଏହା ବ୍ୟତୀତ ଆଗରୁ ମଧ୍ୟ ପଞ୍ଚାୟତ କଲେଜ ଅଧ୍ୟାପକ ଓ କର୍ମଚାରୀ ମାନେ ସରସ୍ଵତୀ ଶିଶୁମନ୍ଦିର କୁ ବେଞ୍ଚ ଓ ଟେବୁଲ୍ ଦାନ କରିଥିଲେ l ପ୍ରୟାସରୁ ସ୍ପଷ୍ଟ, ବିଦ୍ୟାଳୟ କେବଳ ଜ୍ଞାନର କେନ୍ଦ୍ର ନୁହେଁ, ବରଂ ଏକ ସମାଜ ସେବାର ପ୍ରେରଣା ସ୍ଥଳ । ସୂଚନାଯୋଗ୍ୟ ଯେ ତାଳପଦର ଅଞ୍ଚଳରେ ଦୀର୍ଘଦିନ ହେବ ପିଇବା ପାଣି ସମସ୍ୟା ଗ୍ରାମବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଆସୁଛି । ଶୁଦ୍ଧ ପାନୀୟ ଜଳ ର ଅଭାବରୁ ଲୋକମାନେ ବିଭିନ୍ନ ଜଳଜନିତ ରୋଗରେ ପୀଡ଼ିତ ହେଉଛନ୍ତି ।

ଏହି ଅବସରରେ ମହାତ୍ମା ଗାନ୍ଧୀଙ୍କ ଏକ ଉକ୍ତି ମନେ ପଡେ l ସେ କହିଥିଲେ “ତୁମେ ଯଦି ନିଜକୁ ଖୋଜିବାକୁ ଚାହୁଁଛ, ତାହେଲେ ଅନ୍ୟଙ୍କ ସେବାରେ ନିଜକୁ ହଜାଇଦିଅ ।”

No comments:

Post a Comment

Post Bottom Ad

Pages