ବଲାଙ୍ଗୀର, କାମାକ୍ଷୀନଗର : ଜିଲ୍ଲା କୁଲତା ସମାଜ ପକ୍ଷରୁ ୨୫ତମ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଉତ୍ସାହ-ଉଦ୍ଦୀପନାରେ ସମ୍ପନ୍ନ ହୋଇଛି । ପ୍ରଥମେ ରଣେଶ୍ୱର ରାମଚଣ୍ଡୀଙ୍କ ପୂଜାର୍ଚ୍ଚନା ସହିତ ଅନୁଷ୍ଠାନର ଶୁଭାରମ୍ଭ କରାଗଲା । ସଭା ସଭାପତି ଶଙ୍କର୍ଷଣ ପଧାନଙ୍କ ଅଧ୍ୟକ୍ଷତାରେ ଓ ସହ-ସଂପାଦକ ମଧୁସୂଦନ ସାହୁଙ୍କ ସଂଚାଳନାରେ କାର୍ଯ୍ୟକ୍ରମ ଆଗେଇଥିଲା । ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଧାୟକ ଓ ଶାସକଦଳର ଡେପୁଟି ଚିଫ୍ହ୍ୱିପ୍ ସରୋଜକୁମାର ପଧାନ ଉପସ୍ଥିତ ହୋଇଥିଲେ । ସେହିପରି ମାନ୍ୟବର ବିଜେପୁର ବିଧାୟକ ସନତ କୁମାର ଗଡତୀୟା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ଓ ପୁଇଁତଳା ବ୍ଲକ୍ ଅଧ୍ୟକ୍ଷ ସରୋଜ ପଧାନ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ସମାଜ ର ଗର୍ବ ବୃଦ୍ଧି କରିଥିବାରୁ ସମାଜ ପକ୍ଷରୁ ସରୋଜ ପଧାନ ଓ ସନତ କୁମାର ଗଡତୀୟାଙ୍କୁ ମାନପତ୍ର ଓ ଉପହାର ପ୍ରଦାନ କରି ସମ୍ମାନିତ କରାଗଲା । ମଞ୍ଚରେ ସଂପାଦକ ଶାନ୍ତନୁ କୁମାର ଭୋଇ, ଉପଦେଷ୍ଟା ରାହାସବିହାରୀ ମାଝୀ, ଉପସଭାପତି ରାଜେନ୍ଦ୍ର ପ୍ରସାଦ ସାହୁ, ସଂଗୀତା ମାଝୀ ସହ ସମାଜର ଅନ୍ୟାନ୍ୟ ପଦାଧିକାରୀ ବସିଥିଲେ ।ହଜାରରୁ ଅଧିକ ପୁରୁଷ ଓ ମହିଳାଙ୍କ ଉପସ୍ଥିତିରେ ସ୍ଥାନଟି ଉତ୍ସବମୟ ମାହୋଲ ନେଇଥିଲା । ସମ୍ବୋଧନାରେ ମୁଖ୍ୟ ଅତିଥି ସରୋଜ ପଧାନ କହିଥିଲେ, “କାମାକ୍ଷୀନଗରରେ ଥିବା କୁଲତା ସମାଜର ଜମିକୁ ଶୀଘ୍ର ସମାଜର ନାମରେ ହସ୍ତାନ୍ତର କରାଯିବ । ଏଠାରେ ରଣେଶ୍ୱର ରାମଚଣ୍ଡୀଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ପଦକ୍ଷେପ ନିଆଯିବ । ସେ ସମାଜର ଏକତା, ସାମାଜିକ ମର୍ଯ୍ୟାଦା ଓ ସଂସ୍କୃତିକ ଉନ୍ନୟନ ପାଇଁ ସମସ୍ତଙ୍କୁ ଏକତ୍ରିତ ହୋଇ କାମ କରିବାକୁ ଆହ୍ୱାନ କଲେ । ଏହି ଅବସରରେ ମାନ୍ୟବର ବିଜେପୁର ବିଧାୟକ ସନତ କୁମାର ଗଡତୀୟା ନିଜର ବକ୍ତବ୍ୟ ରେ କହିଥିଲେ , ପ୍ରତ୍ୟେକ ସମାଜର ଉନ୍ନତି ପାଇଁ ଶିକ୍ଷା ନିତାନ୍ତ ଜରୁରୀ l ଶେଷରେ ସ୍ଥାନୀୟ କଳାକାରମାନଙ୍କ ସାଂସ୍କୃତିକ ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ l
Report- Sushanta Sahu
Talpadar TV
ଯେକୌଣସି ନ୍ୟୂଜ୍ ଦେବାପାଇଁ ଆମ ପ୍ରତିନିଧି ଙ୍କୁ ଯୋଗାଯୋଗ କରନ୍ତୁ - 9439493184
No comments:
Post a Comment