![]() |
Padmapur Subdivional Level 79th independence day Celebration |
ପଦ୍ମପୁରରେ ମହାଆଡମ୍ବରରେ ପାଳିତ ହେଲା ଉପଖଣ୍ଡ ସ୍ତରୀୟ ୭୯ତମ ସ୍ବାଧୀନତା ଦିବସ
ପଦ୍ମପୁର, ୧୫ ଅଗଷ୍ଟ ୨୦୨୫:
ପଦ୍ମପୁର ଉପଖଣ୍ଡରେ ୭୯ତମ ସ୍ୱାଧୀନତା ଦିବସକୁ ଗାମ୍ଭୀର୍ଯ୍ୟ, ଗର୍ବ ଓ ଉତ୍ସାହ ସହ ପାଳନ କରାଗଲା। ତ୍ରିରଙ୍ଗା ପତାକା ଉତ୍ତୋଳନ, ପ୍ୟାରେଡ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସମ୍ମାନ ସମାରୋହ ଏହି ଦିନକୁ ଅବିସ୍ମରଣୀୟ କରିଦେଇଥିଲା। ଏହି ପାବନ ଅବସରରେ କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ଭାବରେ ପଦ୍ମପୁର ଉପଜିଲ୍ଲାପାଳ ସ୍ନେହା ଅରୁଗୁଲା ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସ୍କୁଲ କଲେଜ ମାନଙ୍କର ବିଭିନ୍ନ ଶାଖା ଯଥା NCC, NSS, ସ୍କାଉଟ ସମେତ ବିଭିନ୍ନ ସ୍କୁଲର ୪୫ଟି ଦଳ ସମ୍ମିଳିତ ପ୍ୟାରେଡରେ ଅଂଶଗ୍ରହଣ କରିଥିଲେ। ସମ୍ମିଳୀତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିବା ପରେ ପଦ୍ମପୁର ଉପଖଣ୍ଡର ସ୍ବାଧିନତା ସଂଗ୍ରାମୀ ଦାୟାଦ ମାନଙ୍କୁ ସମ୍ମାନୀତା ଓ ଜାତୀୟ ସ୍ତରୀରରେ ପୁରସ୍କାର ହୋଇଥିବା ବ୍ୟକ୍ତି ବିଶେଷଙ୍କ ସମେତ ନିସ୍ବାର୍ଥପର ସ୍ୱାସ୍ଥ୍ୟସେବା କ୍ଷେତ୍ର, କଳା କ୍ଷେତ୍ର ,ଶିକ୍ଷାକ୍ଷେତ୍ର କ୍ରିଡାକ୍ଷେତ୍ରରେ କୃତିତ୍ବ ହାସଲ କରିଥିବା ବିଭିନ୍ନ ପ୍ରତିଯୋଗିତା ତଥା ସଙ୍ଗିତ ଇଂରାଜି ତର୍କ ଓଡ଼ିଆ ପ୍ରବନ୍ଧ ଅନ୍ୟାନ କ୍ଷେତ୍ରରେ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଆତିଥି ପୁରସ୍କାର ପ୍ରଦାନ କରି ସେମାନଙ୍କ ମନୋବଳ ବୃଦ୍ଧି କରିଥିଲେ I
ପଦ୍ମପୁର ଉପଖଣ୍ଡରେ ବିଭିନ୍ନ ଶିକ୍ଷା ସ୍ତରରେ — NRTS, ହାଇସ୍କୁଲ ସର୍ଟିଫିକେଟ, CBSE ଓ +2 ବିଜ୍ଞାନ — ଶ୍ରେଷ୍ଠ ଫଳାଫଳ କରିଥିବା ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପ୍ୟାରେଡ୍ ପଡିଆରେ ସାର୍ବଜନୀନ ଭାବେ ପୁରସ୍କୃତ କରାଗଲା। ଏହି ସମ୍ମାନ ତାଙ୍କୁ ଆଗାମୀଦିନରେ ଅଧିକ ପରିଶ୍ରମ କରି ସଫଳତାର ସିଢ଼ି ଚଢିବାରେ ପ୍ରେରଣା ଦେବ ବୋଲି ସମସ୍ତଙ୍କ ଆଶା।ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଘୋଷ ଦଳ ଓ ଛାତ୍ରଛାତ୍ରୀମାନେ ଦେଶଭକ୍ତିର ସ୍ବରରେ ଜାତୀୟ ସଙ୍ଗୀତ ଗାନ କରିଥିଲେ। ଏନସିସି କମାଣ୍ଡରଙ୍କ ନେତୃତ୍ୱରେ ୪୫ଟି ପ୍ୟାରେଡ୍ ଦଳ ଶୃଙ୍ଖଳାବଦ୍ଧ ଭାବରେ ଅଂଶଗ୍ରହଣ କରିଥିଲା। ତ୍ରିରଙ୍ଗା ପତାକ କୁ ନମନ ପୂର୍ବକ , ମୁଖ୍ୟ ଅତିଥିଙ୍କୁ ସମ୍ମାନ ଜଣାଇ, ଏହି ପାରମ୍ପରିକ କାର୍ଯ୍ୟକ୍ରମକୁ ଉତ୍ସାହର ସହ ପାଳନ କରାଯାଇଥିଲା। ୭୯ତମ ସ୍ଵାଧୀନତା ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଉପଜିଲ୍ଲାପାଳ ସ୍ନେହା ଅରୁଗୁଲା ସହରବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ, “ଆମର ସାର୍ବଭୌମତ୍ବକୁ ନେଇ ଦେଶ ବାହାରୁ ଚ୍ୟାଲେଞ୍ଜ ନିରନ୍ତର ଆସୁଛି। ଏହି ସମସ୍ୟାମାନଙ୍କୁ ମୁକାବିଲା କରିବା ପାଇଁ ଆମେ ସମସ୍ତେ — ଜାତି, ବର୍ଣ୍ଣ, ଧର୍ମ ଓ ସମ୍ପ୍ରଦାୟର ସୀମାକୁ ଅତିକ୍ରମ କରି — ଏକତାବଦ୍ଧ ଭାରତୀୟ ଭାବରେ ଏହାର ସାମ୍ନା କରିବାକୁ ପଡିବ।ପ୍ୟାରେଡ୍ ସମାପ୍ତି ପରେ, ମୁଖ୍ୟ ଅତିଥି ଉପଖଣ୍ଡ ଚିକିତ୍ସାଳୟକୁ ପରିଦର୍ଶନ କରି ରୋଗୀମାନଙ୍କୁ ଫଳ ଓ ବିସ୍କୁଟ ବଣ୍ଟନ କରିଥିଲେ। ତା’ପରେ ଉପଖଣ୍ଡ କାରାଗାରରେ ବନ୍ଦୀମାନଙ୍କୁ ବିସ୍କୁଟ ଦିଆଯାଇଥିଲା। ସେହିପରି, ପଦ୍ମପୁର କୁଷ୍ଠାଆଶ୍ରମରେ ଅନ୍ତୋବାସୀମାନଙ୍କୁ ଧୋତି ଓ ସାଢ଼ୀ ପ୍ରଦାନ କରାଗଲା। ମୁଖ୍ୟ ଅତିଥିଙ୍କ ହାତରୁ ଏହି ସାମଗ୍ରୀଗୁଡିକ ଗ୍ରହଣ କରି, ଅନ୍ତୋବାସୀମାନେ ଆନନ୍ଦିତ ହୋଇଥିଲେ। ଏହି ପବିତ୍ର ଦିବସ ଅବସରରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗର ପରିଚାଳନାରେ ସହରରେ ପ୍ରଭାତଫେରୀ ଆୟୋଜିତ ହୋଇଥିଲା। ଡାକବିଜି ଯନ୍ତ୍ରର ସଙ୍ଗତି ସହିତ ଏହି ପରିକ୍ରମାରେ ରାମଧୂନ ରାଧାମାଧବ ସମିତି ଓ ସତ୍ୟସାଇ ସେବା ସମିତିର ସଦସ୍ୟମାନେ ସହଭାଗୀ ହୋଇଥିଲେ। ପରିଶେଷରେଫୁଟବଳ ମ୍ୟାଚ ବଲାଙ୍ଗୀର ,ପଦ୍ମପୁର ମଧ୍ୟରେ ଆୟୋଜିତ ହୋଇଥିଲା I ଉପଖଣ୍ଡସୂଚନା ଲୋକ ସମ୍ପର୍କ ଅଧିକାରୀ ଙ୍କ ତତ୍ତତ୍ତାବଧାନରେ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା।
Report- Sushanta Sahu
Talpadar TV
No comments:
Post a Comment