ପାଇକମାଳ ବ୍ଲକ ଏୟାରଟେଲ ଟାୱାର ଚୋରି ll ସମସ୍ତ ଚୋର ମାନଙ୍କୁ ଧରିଲା ପୋଲିସ - Talpadar TV

Breaking

Home Top Ad

Post Top Ad

Sunday, August 17, 2025

ପାଇକମାଳ ବ୍ଲକ ଏୟାରଟେଲ ଟାୱାର ଚୋରି ll ସମସ୍ତ ଚୋର ମାନଙ୍କୁ ଧରିଲା ପୋଲିସ

 


ପାଇକମାଳ: ଆଜିର ଡିଜିଟାଲ୍ ଯୁଗରେ ମୋବାଇଲ ନେଟୱାର୍କ ଆମ ସମସ୍ତଙ୍କ ଜୀବନର ଅଭିନ୍ନ ଅଂଶ। କଥାହେବା, ଇଣ୍ଟରନେଟ୍ ବ୍ୟବହାର କରିବା କିମ୍ବା ଅନଲାଇନ୍ ଲେନଦେନ – ସବୁ କାମରେ ମୋବାଇଲ ଟାୱାର ମୁଖ୍ୟ ଭୂମିକା ଗ୍ରହଣ କରେ। କିନ୍ତୁ ଦୁଃଖର କଥା, ଏହି ଟାୱାରଗୁଡ଼ିକୁ ଲକ୍ଷ୍ୟ କରି ଚୋରିର ଘଟଣା ବାରମ୍ବାର ଘଟୁଛି। ଏଥିରେ କେବଳ କମ୍ପାନୀମାନେ ନୁହେଁ, ସାଧାରଣ ଲୋକମାନେ ମଧ୍ୟ ବିପଦରେ ପଡ଼ୁଛନ୍ତି। ଏପରି ଏକ ଘଟଣା ପାଇକମାଲ ଥାନା ଅନ୍ତର୍ଗତ ପୁରେନା, ଭୂବନେଶ୍ବରପୁର ଓ କାଂସଡା ଅଞ୍ଚଳରେ ଘଟିଛି। ୧୪ ତାରିଖ ରାତିରେ ଏୟାରଟେଲ ମୋବାଇଲ ଟାୱାରରୁ ଅଜଣା ବ୍ୟକ୍ତିମାନେ ଚୋରି କରିଥିଲେ। ଏହି ଘଟଣାକୁ ଆଧାର କରି ପାଇକମାଲ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ, ପାଇକମାଲ ପୋଲିସ ଏକ ସ୍ବତନ୍ତ୍ର ଟିମ ଗଠନ କରିଥିଲା। ତଦନ୍ତ ପରେ ପୋଲିସ ତିନି ଜଣ ଯୁବକଙ୍କୁ ଗିରଫ କରିଥିଲା ଓ ସେମାନଙ୍କଠାରୁ ୩୨ ମିଟର କେବୁଲ ତାର ସହ ଗୋଟିଏ ମୋଟରସାଇକେଲ ଜବତ କରିଥିଲା । ଗିରଫ ହୋଇଥିବା ଯୁବକମାନେ ହେଲେ, ହମିତ୍ ତାଣ୍ଡି (ଫ୍ରେଜରପୁର), ଶିବ  ବାଗ (ମାହାରପଡା),ରାମ ମିର୍ଦ୍ଧ (ମାହାରପଡା) l ସେମାନଙ୍କୁ ପାଇକମାଲ ଥାନା କେଶ ନମ୍ବର ୧୭୧ ଆଧାରରେ କୋର୍ଟକୁ ଚାଲାଣ କରାଯାଇଛି।

କାହିଁକି ବଢ଼ୁଛି ଏପରି ଘଟଣା?

ମୋବାଇଲ ଟାୱାରରୁ ମୁଖ୍ୟତଃ ତମ୍ବା ଓ ଏଲୁମିନିୟମ୍ କେବୁଲ ଚୋରି ହୁଏ, କାରଣ ଏହାର ମାର୍କେଟରେ ଉଚ୍ଚ ଦରରେ ବିକ୍ରି ହୁଏ। ବେକରୀସମସ୍ୟା ଓ ସହଜରେ ଟଙ୍କା ପାଇବା ଲୋଭରେ ଯୁବକମାନେ ମଧ୍ୟ ଏପରି ଅପରାଧରେ ଜଡିତ ହୋଇଯାଇଥାଆନ୍ତି। ଟାୱାରରୁ ତାର ଚୋରି ହେଲେ ସିଧାସଳଖ ନେଟୱାର୍କ ବିଚ୍ଛିନ୍ନ ହୁଏ। ହଠାତ୍ କଲ୍ ଓ ଇଣ୍ଟରନେଟ୍ ବନ୍ଦ ହେବାରୁ ଲୋକମାନେ ଅସୁବିଧାରେ ପଡ଼ନ୍ତି। ବ୍ୟାଙ୍କିଂ, ଅନଲାଇନ୍ କ୍ଲାସ୍ କିମ୍ବା କାର୍ଯ୍ୟାଳୟର କାମ – ସବୁକିଛି ପ୍ରଭାବିତ ହୁଏ।

No comments:

Post a Comment

Post Bottom Ad

Pages