ବିଜେପୁର ଇନଡୋର ଷ୍ଟାଡିୟମରେ ବେଡମିଣ୍ଟନ ଟୁର୍ଣ୍ଣାମେଣ୍ଟ
ବିଜେପୁର (ବରଗଡ଼):
କ୍ରୀଡାପ୍ରେମୀଙ୍କ ଉତ୍ସାହ ଓ ସ୍ଥାନୀୟ ଯୁବମାନଙ୍କ ଉଦ୍ୟମରେ ବିଜେପୁର ଇନଡୋର ଷ୍ଟାଡିୟମରେ ୨ୟ ଏକ ଦିବସୀୟ ବେଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉତ୍ସାହପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି ।ଏହି ଟୁର୍ଣ୍ଣାମେଣ୍ଟକୁ ସ୍ଥାନୀୟ ବିଧାୟକ ସନତ କୁମାର ଗଡତୀଆ ଉଦ୍ଘାଟନ କରି, ଯୁବମାନଙ୍କୁ କ୍ରୀଡାକୁ ଜୀବନର ଅଭିନ୍ନ ଅଂଶ କରିବାକୁ ପ୍ରେରଣା ଦେଇଥିଲେ। ।ସମ୍ମାନୀତ ଅତିଥିମାନଙ୍କ ମଧ୍ୟରେ ବିଜେପୁର ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ମିଶ୍ର, ରେଡିଏନ୍ସ ଶିକ୍ଷାନୁଷ୍ଠାନର ଚେୟାରମେନ ଅଜିତ କୁମାର ମେହେର, ବରଗଡ଼ ବେଡମିଣ୍ଟନ ଆସୋସିଏସନର ସମ୍ପାଦକ ଚନ୍ଦନ ଅଗ୍ରୱାଲ ମଧ୍ୟ ଯୋଗଦେଇଥିଲେ । ଟୁର୍ଣ୍ଣାମେଣ୍ଟରେ ବିଭିନ୍ନ ସ୍ଥାନରୁ ମୋଟ ୪୦ଟି ଦଳ ଭାଗ ନେଇଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ନବୀନ ସାହୁ, ଚନ୍ଦନ ସେନାପତି, ଗୌରବ ସାହୁ, ତାପସ ଗଡତୀଆ ସହିତ ବିଜେପୁର ବେଡମିଣ୍ଟନ ଆସୋସିଏସନର ସମସ୍ତ ସଦସ୍ୟମାନେ ସକ୍ରିୟ ଭୂମିକା ନେଇଥିଲେ।
No comments:
Post a Comment