ବିଜେପୁର ଏମ୍. ଗଣ୍ଡପାଳୀ ମହିମା ଆଶ୍ରମ ତରଫରୁ ବୃକ୍ଷରୋପଣ - Talpadar TV

Breaking

Home Top Ad

Post Top Ad

Tuesday, August 26, 2025

ବିଜେପୁର ଏମ୍. ଗଣ୍ଡପାଳୀ ମହିମା ଆଶ୍ରମ ତରଫରୁ ବୃକ୍ଷରୋପଣ

 

ବିଜେପୁର, 25/08/2025: ପରିବେଶ ସୁରକ୍ଷାକୁ ଗୁରୁତ୍ବ ଦେଇ, ଏମ୍. ଗଣ୍ଡପାଳୀ ମହିମା  ଆଶ୍ରମ ପକ୍ଷରୁ ଆଜି ବିଜେପୁର ମିନି ଷ୍ଟାଡିୟମ୍ କଡ଼ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଭୀମଭୋଇ ଆଞ୍ଚଳିକ ପରିବେଶ ସୁରକ୍ଷାର କର୍ମକର୍ତ୍ତାମାନେ, ସାଧୁ-ସନ୍ଥମାନେ ଓ ସ୍ଥାନୀୟ ଲୋକମାନେ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ । ଇତ୍ୟବସରରେ ଉଦ୍ଧବ ବାବା ବିଶ୍ୱ ଶାନ୍ତି ଓ ସମସ୍ତଙ୍କ ମଙ୍ଗଳ କାମନା ପାଇଁ ବୃକ୍ଷରୋପଣ କରିଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ଏକ ପେଡ଼ ମା’କେ ନାମ” ଆହ୍ଵାନକୁ ଚରିତାର୍ଥ କରିବା ସହିତ ପରିବେଶ ସୁରକ୍ଷାରେ ସଚେତନତା ଆଣିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଜେପୁର ତହସିଲଦାର, ବ୍ଲକ ଚେୟାରମ୍ୟାନ୍, ଇଓ, ସିଡିପିଓ ମ୍ୟାଡମ୍, ଆସିଷ୍ଟାଣ୍ଟ ହର୍ଟିକଲଚର ଅଫିସର ସହିତ ବିପୁଳ ସଂଖ୍ୟାରେ ଅଞ୍ଚଳବାସୀ ଉପସ୍ଥିତ ହୋଇ, କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

Report- Sushanta Sahu
Talpadar TV

No comments:

Post a Comment

Post Bottom Ad

Pages