ଦାୟିତ୍ବ ନେଲେ ବିଜେପୁର ପଞ୍ଚାୟତ ସମିତିର ନୂତନ ଅଧ୍ୟକ୍ଷ, ବିଜେପୁର ପଂଚାୟତ ସମିତି ରେ ବିଜେପି ଶାସନ - Talpadar TV

Breaking

Home Top Ad

Post Top Ad

Tuesday, August 26, 2025

ଦାୟିତ୍ବ ନେଲେ ବିଜେପୁର ପଞ୍ଚାୟତ ସମିତିର ନୂତନ ଅଧ୍ୟକ୍ଷ, ବିଜେପୁର ପଂଚାୟତ ସମିତି ରେ ବିଜେପି ଶାସନ

 


 ବିଜେପୁର, 25/08/2025: ଦୀର୍ଘ ସମୟ ର ବ୍ୟବଧାନ ପରେ ବିଜେପୁର ପଞ୍ଚାୟତ ସମିତିର ଅଧ୍ୟକ୍ଷ ପଦବୀରେ ନବ ନିର୍ବାଚିତ ଶ୍ରୀ ଜୟକୃଷ୍ଣ ଡନସନା ଆଜି ନିଜ କାର୍ଯ୍ୟାଳୟରେ ପ୍ରବେଶ କରି ଆସନାରୋହଣ କରିଛନ୍ତି। ନୂତନ ଅଧ୍ୟକ୍ଷ ତାଙ୍କ ଆସନ ଗ୍ରହଣ ପୂର୍ବରୁ ବିଜେପୁର ମା’ କାଳୀଙ୍କ ପାଖରେ ପୂଜା-ଆରାଧନା କରିଥିଲେ। ସମସ୍ତ ବାଧା-ବିଘ୍ନର ସମାଧାନ ପାଇଁ, ପୂଜା କାର୍ଯ୍ୟ ପୁସ୍ତକାଚାର୍ଯ୍ୟ ଶ୍ରୀ ସୁରେନ୍ଦ୍ର ମହାପାତ୍ରଙ୍କ ନିର୍ଦ୍ଦେଶନାରେ ସମ୍ପନ୍ନ କରାଯାଇଥିଲା। ଆସନାରୋହଣ ପରେ ଶ୍ରୀ ଡନସନା କହିଥିଲେ, “ବିଗତ ଦିନରେ ଯେପରି ଦୁର୍ନୀତି, ଠିକାଦାର ଶାସନ କିମ୍ବା ଏକଛତ୍ରବାଦୀ ଶାସନ ଚାଲିଥିଲା, ତାହାର ପୁନରାବୃତ୍ତି ହେବାକୁ ଦିଆଯିବ ନାହିଁ। ସମସ୍ତଙ୍କ ସହଯୋଗରେ ବିଜେପୁର ବ୍ଲକକୁ ପ୍ରଗତିର ପଥରେ ଆଗକୁ ନେବା ଆମର ଲକ୍ଷ୍ୟ।” ଏହି ସୁଅବସରରେ ବିଧାୟକ ଶ୍ରୀ ସନତ କୁମାର ଗଡତିଆ, ସମସ୍ତ ସମିତି ସଭ୍ୟ, ସରପଞ୍ଚମାନେ ଓ ଶତାଧିକ ଜନସାଧାରଣ ଉପସ୍ଥିତ ହୋଇ, ନୂତନ ଅଧ୍ୟକ୍ଷଙ୍କୁ ଅଭିନନ୍ଦନ ଜଣାଇଥିଲେ।

Report- Sushanta Sahu
Talpadar TV

No comments:

Post a Comment

Post Bottom Ad

Pages