ଭିଜିଲାନ୍ସ ଜାଲରେ ବିଜେପୁର ପୋଲିସ ସବ୍-ଇନ୍ସପେକ୍ଟର ଜଗା ବରିହା - Talpadar TV

Breaking

Home Top Ad

Post Top Ad

Tuesday, August 26, 2025

ଭିଜିଲାନ୍ସ ଜାଲରେ ବିଜେପୁର ପୋଲିସ ସବ୍-ଇନ୍ସପେକ୍ଟର ଜଗା ବରିହା

 


ବିଜେପୁର (ବରଗଡ଼): ବିଜେପୁର ଥାନାରେ କାର୍ଯ୍ୟରତ ସବ୍-ଇନ୍ସପେକ୍ଟର (SI) ଜଗା ବରିହା, ଶନିବାର ଦିନ ୭ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସୂତ୍ର ଅନୁସାରେ, ବରିହା ଜଣେ କବାଡି ବ୍ୟବସାୟୀଙ୍କୁ ବ୍ୟବସାୟ କୁ  ସୁଚାରୁ ଭାବେ ଚାଲିବା ପାଇଁ ୧୦,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। କିନ୍ତୁ, ବ୍ୟବସାୟୀ ଏତେ ଟଙ୍କା ଦେଇପାରିବେନାହିଁ ବୋଲି କହିବା ପରେ, ବରିହା ୭,୦୦୦ ଟଙ୍କା ନେବାକୁ ସମ୍ମତ ହୋଇଥିଲେ। ଏପରିକି ଲାଞ୍ଚ ନଦେଲେ କଠୋର କାର୍ଯ୍ୟନୁଷ୍ଠାନ ନେବେ ବୋଲି ବ୍ୟବସାୟୀଙ୍କୁ ଧମକ ଦେଇଥିଲେ। ବିକଳ୍ପ ନଥିବାରୁ, ବ୍ୟବସାୟୀ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ। ପ୍ରସ୍ତୁତି ପରେ, ଲାଞ୍ଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ବରିହାଙ୍କୁ କାରଭିତରୁ ଧରିଥିଲେ। ସେଥି ସମୟରେ ବ୍ୟବହୃତ ଲାଞ୍ଚ ଟଙ୍କାଗୁଡ଼ିକୁ ମଧ୍ୟ ଜବତ କରାଯାଇଛି। 

ଏହି ସମ୍ବନ୍ଧରେ, ସମ୍ବଲପୁର ଭିଜିଲାନ୍ସ ପୋଲିସ ଷ୍ଟେସନରେ କେସ ନମ୍ବର–16, ତା. 24.08.2025, U/s–7 PC (Amendment) Act, 2018 ଅନୁସାରେ ମାମଲା ରୁଜୁ ହୋଇଛି। ଭିଜିଲାନ୍ସ କହିବା ଅନୁସାରେ, ବରିହାଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଲାଞ୍ଚ ଗ୍ରହଣ କରିଥିବା ସନ୍ଦେହ ରହିଛି। ଏହିକାରଣରୁ, ବରିହାଙ୍କ ବିଭିନ୍ନ ବାସଭବନରେ ସମାନ୍ତରାଳ ଭାବେ ଚଢ଼ାଉ ଜାରି ରହିଛି। ରେଡ ସମାପ୍ତ ହେବା ପରେ ତାଙ୍କ ସମ୍ପତ୍ତିର ସମ୍ପୂର୍ଣ୍ଣ ଆକଳନ କରାଯିବ।

Report- Sushanta Sahu
Talpadar TV


No comments:

Post a Comment

Post Bottom Ad

Pages