ବିଜେପୁର:- ବିଜେପୁର ହାଇସ୍କୁଲ ପଡିଆ ପରିସରରେ ୭୯ତମ ସ୍ୱାଧୀନତା ଦିବସ ମହାଆଡମ୍ବରରେ ପାଳିତ ହୋଇଯାଇଛି।ଏହି ଅବସରରେ ଏକ ସମ୍ମିଳିତ ପ୍ୟାରେଡ ଆୟୋଜିତ ହୋଇଥିଲା l ଏହି ଉତ୍ସବରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସରୋଜ କୁମାର ବିଶ୍ଵାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେ, ପ୍ୟାରେଡ୍ରେ ଅଭିବାଦନ ଗ୍ରହଣ କରି, ନିଜ ଅଭିଭାଷଣରେ ସୁନ୍ଦର ଭାରତ ଗଠନ ପାଇଁ ଶିକ୍ଷା, ସମୃଦ୍ଧି ଏବଂ ଉନ୍ନତ ମାନସିକତାର ଆବଶ୍ୟକତା ଅଛି ବୋଲି ଅଭିଭାଷଣ ରଖିଥିଲେ। ସେ ଏହା ସହିତ ସ୍ୱାଧୀନତା ସଂଗ୍ରାମୀମାନଙ୍କର ବଳିଦାନକୁ ସ୍ମରଣ କରି, ସେମାନଙ୍କୁ ସଲାମ ଜଣାଇବାକୁ ଆହ୍ୱାନ କରିଥିଲେ। ଏହି ପାବନ ଅବସରରେ ପୌର ପରିଷଦ କାର୍ଯ୍ୟନିବାହୀ ଯନ୍ତ୍ରୀ ବିଭୁଦତ୍ତ ସାହୁ, ଗୋଷ୍ଠୀ ଶିକ୍ଷା ଅଧିକାରୀ ବଲ୍ଲଭ ମେହେର, ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ କୁମାର ମିଶ୍ର, ଥାନାଧିକାରୀ ସୁଶାନ୍ତମଣି ମହାନ୍ତି ଆଦି ଉପସ୍ଥିତ ରହି ଜାତୀୟ ପତାକା କୁ ସମ୍ମାନ ଜଣାଇବା ସହିତ ସ୍ଵାଧୀନତା ସଂଗ୍ରାମୀ ମାନଙ୍କର ସ୍ମୃତିଚାରଣ କରିଥିଲେ l ୭୯ ତମ ସ୍ଵାଧୀନତା ଦିବସ ଉପଲକ୍ଷେ ଆୟୋଜିତ ସମ୍ମିଳିତ ପ୍ୟାରେଡ୍ରେ ସମୁଦାୟ ୨୮ଟି ପ୍ଲାଟୁନ୍ ଅଂଶଗ୍ରହଣ କରିଥିଲେ। ଏହା ବ୍ୟତୀତ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ବିଜୟୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।
Report- Sushanta Sahu
Talpadar TV
No comments:
Post a Comment