ଖରମୁଣ୍ଡା ଠାରେ 79 ତମ ସ୍ବାଧୀନତା ଦିବସ ପାଳନ ଓ ମାଗଣା ସ୍ବାସ୍ଥ୍ୟ ଶିବିର - Talpadar TV

Breaking

Home Top Ad

Post Top Ad

Saturday, August 16, 2025

ଖରମୁଣ୍ଡା ଠାରେ 79 ତମ ସ୍ବାଧୀନତା ଦିବସ ପାଳନ ଓ ମାଗଣା ସ୍ବାସ୍ଥ୍ୟ ଶିବିର

 


ଖରମୁଣ୍ଡା ଠାରେ 79 ତମ ସ୍ବାଧୀନତା ଦିବସ ପାଳନ ଓ ମାଗଣା ସ୍ବାସ୍ଥ୍ୟ ଶିବିର 
ଖରମୁଣ୍ଡା, ବିଜେପୁର  ତା15.08.2025 : ଖରମୁଣ୍ଡାରେ କୋସଳ ପରିବାର ଦ୍ବାରା  ୭୯ତମ ସ୍ବାଧୀନତା ଦିବସ ପାଳନ କରାଯାଇଥିଲା। ଏହି ଅବସରରେ କୋସଳ ପରିବାରର ବରିଷ୍ଠ ସଦସ୍ୟ ପ୍ରେମରାଜ ବେହେରା ତ୍ରିରଙ୍ଗା ପତାକା ଉତ୍ତୋଳନ କରିଥିଲେ। ପରେ ମୁଖ୍ୟ ବକ୍ତା ଡ. ସୁଦାମ ସାହୁ କୋସଳ ପରିବାରକୁ ଅଧିକ ସୁଦୃଢ କରିବାପାଇଁ  ସମସ୍ତଙ୍କୁ ଆହ୍ବାନ ଦେଇଥିଲେ।ଏହି ଅବସର ରେ ଏକ  ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା। ଏହାର ଉଦ୍‌ଘାଟନ ଖରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଅଧିକାରୀ ସୁଶାନ୍ତ ମେହେର, କୋସଳ ପରିବାର ସଭାପତି ଡା. ସୁଦାମ ସାହୁ ଓ ସମ୍ପାଦକ ଅଚ୍ୟୁତ ତ୍ରିପାଠୀ ମିଳିତଭାବେ କରିଥିଲେ।ଶିବିରରେ ପ୍ରାୟ ୧୬୦ ରୋଗୀଙ୍କୁ ମାଗଣା ଚିକିତ୍ସା ଓ ଔଷଧ ସୁବିଧା ଯୋଗାଇ ଦିଆଯାଇଥିଲା। ଏହାର ପରିଚାଳନାରେ କୋସଳ ପରିବାରର ସଦସ୍ୟମାନେ — ବିଜୟ ତ୍ରିପାଠୀ, ଅଜିତ ତ୍ରିପାଠୀ, ରଶିକା ମେହେର, ଅଶୋକ ପୁଜାରୀ, ପ୍ରଦୀପ ସେଠ, ତ୍ରିଳୋଚନ ବେହେରା, ସଚ୍ଛିଦାନନ୍ଦ ପାଧାନ, ସଙ୍କିତ ପାଧାନ, ମହାଦେବ ରଥ, ପ୍ରେମରାଜ ବେହେରା, ସନିଶ୍ଚର ବେହେରା, ପଞ୍ଚାନନ ପାଧାନ, ତୁଳସୀରାମ ପୁଜାରୀ—ସକ୍ରିୟ ଭାବେ ସହଯୋଗ କରିଥିଲେ। ସେଥିସହିତ ବିଜେପୁର ସ୍ଵାସ୍ଥ୍ୟ କେନ୍ଦ୍ରର ଡାକ୍ତର ସୌମ୍ୟ ଦାସ, ରଞ୍ଜିତା କୁଜୁଳା, ବିଜୟିନୀ ସିଂହ, ରୁଦ୍ରଦାନ, ଯାସମିନ ମହାପାତ୍ର ମଧ୍ୟ ଶିବିରକୁ ସଫଳ କରିବାରେ ମୁଖ୍ୟ ଭୂମିକା ନେଇଥିଲେ।

Report- Sushanta Sahu
Talpadar TV

No comments:

Post a Comment

Post Bottom Ad

Pages