ବିଜେପୁର ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ - Talpadar TV

Breaking

Home Top Ad

Post Top Ad

Thursday, August 14, 2025

ବିଜେପୁର ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ




ତାରିଖ: 14/08/2025
ସ୍ଥାନ: ବରଗଡ଼, ବିଜେପୁର

ଆସନ୍ତା କାଲି ସାରା ଭାରତରେ 79ତମ ସ୍ବାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ଚାଲିଛି। ଏହି ପବିତ୍ର ଅବସରରେ ବରଗଡ଼ ଜିଲ୍ଲାର ବିଜେପୁରରେ ଜାରିଂ ମଣ୍ଡଳ ସ୍ତରୀୟ ବିରାଟ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ "ହର ଘର ତ୍ରିରଙ୍ଗା" ଡାକରା କୁ ଚରିତାର୍ଥ କରିବା ପାଇଁ, ଏହି ଯାତ୍ରାର ଆୟୋଜନ କରାଯାଇଥିଲା। ସମଗ୍ର ବିଜେପୁର ନଗର ପରିକ୍ରମା କରିଥିବା ଏହି ଶୋଭାଯାତ୍ରା ଲୋକମାନଙ୍କୁ ଜାତୀୟ ପତାକା ପ୍ରତି ସମ୍ମାନ ଓ ସଚେତନତାର ବାର୍ତା ଦେଇଥିଲା।


ଏହି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ସୁଶାନ୍ତ ଗଡ଼ତିଆ, ରାଜ୍ୟପରିଷଦ ସଦସ୍ୟ ଶରତ ବିଶି, ମଣ୍ଡଳ ସଭାପତି ଆନନ୍ଦ ବାରିକ, କାଉନସିଲର ସମାରି ମେହେର, ପୂର୍ବତନ ଜିଲ୍ଲାପରିଷଦ ଅଧକ୍ଷ ସୁନାଫୁଲ ସେଠ, ପୂର୍ବତନ ମଣ୍ଡଳ ସଭାପତି ଯୋଗୀନ୍ଦ୍ର ପଧାନ, ବିଜେପୁର ଡିଗ୍ରୀ ମହାବିଦ୍ୟାଳୟର ପ୍ରିନସିପାଲ ପ୍ରଦୀପ ମିଶ୍ର, ଚିନ୍ମୟ ସାହୁ, ଶାନ୍ତନୁ ସାହୁ, ସରୋଜ ମେହେର, ଥାନାଧିକାରୀ ଜଗା ବରିହା ଓ ଅନ୍ୟାନ୍ୟ ବିଜେପି କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ। ଧରଣୀ ମେହେର, ଆଲୋକ ଗିରି, ଯୋଗେଶ୍ୱରୀ ସେଠ, କ୍ରିଷ୍ଣା ଭୋଇ, ତାରାବତୀ ମେହେର, କସ୍ତୁରୀ ତରିଆ, ପଦ୍ମାବତୀ ସେହେରି, ଅରୁନ୍ଧତୀ ଡନସନ ସହ ଅନେକ ସ୍କୁଲ ଛାତ୍ର-ଛାତ୍ରୀ ଓ ସାଧାରଣ ଲୋକ ଏଥିରେ ଅଂଶଗ୍ରହଣ କରିଥିଲେ। ସମସ୍ତଙ୍କ ଉତ୍ସାହ, ଦେଶପ୍ରେମ ଓ ତ୍ରିରଙ୍ଗା ପ୍ରତି ଆଦର – ଏହି ଶୋଭାଯାତ୍ରାକୁ ଏକ ସ୍ମରଣୀୟ ଅଭିଯାନରେ ପରିଣତ କରିଥିଲା।

ସୂଚନା ଅନୁଯାୟୀ, ସମସ୍ତ ସରକାରୀ କାର୍ଯ୍ୟାଳୟ, ସ୍କୁଲ ଓ କଲେଜରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପାଳନ ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯାଇଛି।ଏହି ଅବସରରେ ଜିଲ୍ଲା ପରିଷଦ ସଦସ୍ୟ ସୁଶାନ୍ତ ଗଡ଼ତିଆ କହିଛନ୍ତି ଯେ ମାନ୍ୟବର ବିଧାୟକ ସନତ କୁମାର ଗଡତିଆ ଙ୍କ ଆହ୍ଵାନ କ୍ରମେ ଏହି କାର୍ଯ୍ୟକ୍ରମ ସମଗ୍ର ବିଜେପୁର ବ୍ଲକ ରେ ଅନୁଷ୍ଠିତ ହେଉଛି I ଜନତା ସ୍ଵତଃ ପ୍ରବୃତ ଭାବରେ ଭାରତ ମାତାର ସମ୍ମାନ ରେ, ଶ୍ରୀମାନ ନରେନ୍ଦ୍ର ମୋଦିଙ୍କ ସମ୍ମାନ ରେ  ବହୁ ସଂଖ୍ୟାରେ ଏଥିରେ ଯୋଗଦାନ କରିଥିଲେ I ଓଡିଶା ର ମୁଖ୍ୟମନ୍ତ୍ରୀ ଶ୍ରୀମାନ ମୋହନ ଚରଣ ମାଝୀଙ୍କ  ଆହ୍ଵାନ କ୍ରମେ ବହୁ ସଂଖା ରେ  ସ୍କୁଲ,କଲେଜ ର ଛାତ୍ର ଛାତ୍ରୀ ଏଥିରେ ଯୋଗଦାନ କରିଥିଲେ I



ରିପୋର୍ଟ - ସୁଶାନ୍ତ ସାହୁ 

ତାଳପଦର ଟିଭି 


No comments:

Post a Comment

Post Bottom Ad

Pages