ଚାରପାଲିରେ ହରିହର ବାବା ମଠ ପ୍ରାଙ୍ଗଣରେ ମାଁ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ - Talpadar TV

Breaking

Home Top Ad

Post Top Ad

Friday, August 15, 2025

ଚାରପାଲିରେ ହରିହର ବାବା ମଠ ପ୍ରାଙ୍ଗଣରେ ମାଁ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ

 




ବିଜେପୁର: ବିଜେପୁର ବ୍ଲକର ଚାରପାଲି ପଞ୍ଚାୟତ ଅଧୀନସ୍ଥ କର୍ଲେ ରାମପୁର ହରିହର ବାବା ମଠ ପ୍ରାଙ୍ଗଣରେ ଶୁକ୍ରବାର “ଏକ ପେଡ଼ ମା କେ ନାମ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ, ପରିବେଶ ସୁରକ୍ଷା ସହିତ ମା’ଙ୍କ ପ୍ରତି ସମ୍ମାନ ପ୍ରକାଶ କରିବା। କାର୍ଯ୍ୟକ୍ରମରେ ବିଜେପୁର ତହସିଲଦାର ମୁକୁତେଶ୍ୱର ପାଣିଗ୍ରାହୀ, ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ବିଭୁଦତ୍ତ ସାହୁ, ସିଡିପିଓ ଆମରିସିଏନ ଏକ୍କା, ଜିଲ୍ଲା ପରିଷଦ ସଦସ୍ୟ ସୁଶାନ୍ତ ଗଡ଼ତିଆ, ବିଜେପୁର ଥାନା ଅଧିକାରୀ କଳେନ୍ଦ୍ର ସେନାପତି, ସମାଜସେବୀ ଶୋଭାଗିନୀ ମାଝୀ, ଯୋଗୀନ୍ଦ୍ର ପଧାନ, ବାହାଦୁରୀ ମେହେର, ମଠ କମିଟିର ଜୟଦେବ ନାୟକ, ସଭାପତି ସୁନୀଲ ଭୋଇ, ଦେବାଶିଷ ଭୋଇ, ଅନିରୁଦ୍ଧ ପଟେଲ, ପଞ୍ଚମ ନାୟକ, ସନ୍ତୋଷ ଭୋଇ, ଲେହେରୁ ନାୟକ, ଜୟଲାଳ ପୁଟେଲ ଓ ବିହାରୀ ପୁଟେଲ ସହିତ ଅନ୍ୟାନ୍ୟ ଅତିଥିମାନେ ଉପସ୍ଥିତ ଥିଲେ। ଏହି ଅବସରରେ ସମସ୍ତେ ବୃକ୍ଷରୋପଣ କରିବା ସହିତ ବୃକ୍ଷର ମହତ୍ତ୍ୱ, ପରିବେଶ ସୁରକ୍ଷା ସଂପର୍କରେ ସଚେତନତା ବାର୍ତ୍ତା ଦେଇଥିଲେ।




No comments:

Post a Comment

Post Bottom Ad

Pages