ବରଗଡ଼ ଚାଷୀ ସମସ୍ୟା ର ସମାଧାନ କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ପ୍ରତିଶ୍ରୁତି - Talpadar TV

Breaking

Home Top Ad

Post Top Ad

Wednesday, August 13, 2025

ବରଗଡ଼ ଚାଷୀ ସମସ୍ୟା ର ସମାଧାନ କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ପ୍ରତିଶ୍ରୁତି


 


ବରଗଡ଼ ଚାଷୀ ସମସ୍ୟା ର ସମାଧାନ କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ପ୍ରତିଶ୍ରୁତି 

ଭୁବନେଶ୍ବର : ବରଗଡ଼ ଜିଲ୍ଲା  ପଶ୍ଚିମ ଓଡ଼ିଶାର  କୃଷି ମାନଚିତ୍ର ରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଏହାର ମହତ୍ଵ କୁ ଦେଖି ବରଗଡ଼ କୁ ଓଡିଶା ର  “ଧାନର ଗୋଦାମ” (Rice Bowl of Odisha) ରୂପେ ବର୍ଣ୍ଣନା କରାଯାଏ।ଜିଲ୍ଲାର ଅଧିକାଂଶ ଲୋକ କୃଷିରେ ନିର୍ଭର କରନ୍ତି। କୃଷି ଏଠାରେ କେବଳ ଜୀବିକା ନୁହେଁ, ଏହା ଜନଜୀବନର ଅଭିନ୍ନ ଅଂଶ। ମାତ୍ର ପରିତାପ  ର ବିଷୟ ଏହି ଅଂଚଳର ଚାଷୀ ମାନେ ବିଭିନ୍ନ ସମୟରେ ସରକାରୀ ଉଦାସୀନତା ଶିକାର ହୁଅନ୍ତି I ବର୍ତମାନ ପରିସ୍ଥିତି ରେ ବରଗଡ଼ ଅଂଚଳର ଚାଷୀ ମାନେ ପଞ୍ଜିକରଣ ପାଇଁ ଲାଗୁ ହେଇଥିବା ନୂତନ ନୀତି ଯୋଗୁଁ ଅସୁବିଧା ରେ ପଡିଛନ୍ତି  I ଧାନ କାର୍ଡ ତିଆରି ପାଇଁ ବଂଶାବଳୀ ର ଆବଶ୍ୟକତା ପଡୁଛି ତେଣୁ ଧାନ ବିକ୍ରୟ କରିବାରେ ନାନା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି I ସେମାନେ ଅନୁରୋଧ କରିଛନ୍ତି ଯେ ସ୍ଵଘୋଷଣାନାମା ରେ ପଞ୍ଜିକରଣ କରାଯାଉ I ଇତି ମଧ୍ୟରେ ବରଗଡ଼ ଜିଲ୍ଲା ର ସମସ୍ତ ସମସ୍ତ ବିଧାୟକ କୃଷକ ମାନଙ୍କ ଏହି ସମସ୍ୟାକୁ  ହୃଦୟଙ୍ଗମ କରି ସମସ୍ୟା ର ସମାଧାନ ପାଇଁ  ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ସାକ୍ଷାତ କରିଥିଲେ I ବରଗଡ଼ ବିଧାୟକ ଅଶ୍ଵିନୀ ଷଡ଼ଙ୍ଗୀ, ବିଜେପୁର ବିଧାୟକ ସନତ କୁମାର ଗଡତିଆ, ଅତାବିରା ବିଧାୟକ ନିହାର ମହାନନ୍ଦ ଓ ଭଟଲି ବିଧାୟକ ଇରାଶୀଷ ଆଚାର୍ଯ୍ୟଙ୍କ ଏଭଳି ପ୍ରୟାସ ବାସ୍ତବରେ ପ୍ରଶଂସନୀୟ ଥିଲା I 

Download Talpadar TV app

https://drive.usercontent.google.com/download?id=1X6TPkNu1zJn_BUfgvaqabLSyYhh5lIIZ&export=download&authuser=0

ଆଜି ବରଗଡ଼ ଜିଲ୍ଲାର ଭାରତୀୟ ଜନତା ପାର୍ଟି ଦଳର ସମସ୍ତ ବିଧାୟକମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ ମାନ୍ୟବର ଖାଦ୍ୟ ଯୋଗାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଭେଟିଥିଲେ । ଏହି ସାକ୍ଷାତରେ ବରଗଡ଼ ଜିଲ୍ଲାର ଚାଷୀ ପଞ୍ଚିକରଣ ପ୍ରକ୍ରିୟା ର ସରଳୀକରଣ , ଧାନ ବିକ୍ରୟ ବ୍ୟବସ୍ଥା ରେ ଉପୁଜିଥିବା ସମସ୍ୟା, ଏବଂ ଚାଷୀମାନଙ୍କ ସହ ସମ୍ପୃକ୍ତ ଅନେକ ସମସ୍ୟାକୁ ନେଇ ବିସ୍ତୃତ ଆଲୋଚନା ହୋଇଥିଲା । 


ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ ବରଗଡ଼ ଜିଲ୍ଲାର ଗୋଟିଏ ମଧ୍ୟ ଯୋଗ୍ୟ ଚାଷୀ ଧାନ ବିକ୍ରୟରେ ବଞ୍ଚିତ ହେବେ ନାହିଁ ବୋଲି ନିର୍ଭର ପ୍ରତିଶ୍ରୁତି ଦେବା ସହ ଚାଷୀ ଭାଇ ମାନଙ୍କୁ ସୁଦୃଢ଼ ଓ ଦଲାଲ ମୁକ୍ତ ମଣ୍ଡି କରିବା ପାଇଁ ସ୍ୱଷ୍ଟ. ଆଭିମୁଖ୍ୟ ରଖିଛନ୍ତି ବୋଲି କହିଥିଲେ। ଏହାର ଅର୍ଥ, ଚାଷୀମାନେ ନିଜ ଧାନର ନ୍ୟାୟସଙ୍ଗତ ମୂଲ୍ୟ  ପାଇବେ, ମଧ୍ୟସ୍ଥ ବା ଦଲାଲଙ୍କ ହସ୍ତକ୍ଷେପ ରହିବ ନାହିଁ । ଏହି ବୈଠକରେ ମାନ୍ୟବର ବରଗଡ଼ ଜିଲ୍ଲା ପ୍ରଭାରୀ ମନ୍ତ୍ରୀ ଶ୍ରୀ ଡ଼ ମୁକେଶ ମହାଲିଙ୍ଗ ଏବଂ ମୁଖ୍ୟମନ୍ତ୍ରୀ ଙ୍କ ପ୍ରମୁଖ ଶାସନ ସଚିବ ଶ୍ରୀ ଶ୍ୱାସତ ମିଶ୍ର ଏବଂ ଖାଦ୍ୟ ଯୋଗାଣ ମନ୍ତ୍ରୀ ଙ୍କ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ ସିଂ ତଥା ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ମନୋଜ ସାହୁ ମଧ୍ୟ ଉପସ୍ଥିତ ଥିଲେ I


 Report- Sushanta Sahu

Talpadar TV

No comments:

Post a Comment

Post Bottom Ad

Pages