ବରଗଡ଼ ଫିରିଙ୍ଗିମାଲ ରେ ଚାଂଚଲ୍ୟ I ପେଟ୍ରୋଲ ଢାଳି ଛାତ୍ରୀଙ୍କ ଆତ୍ମହତ୍ୟା - Talpadar TV

Breaking

Home Top Ad

Post Top Ad

Tuesday, August 12, 2025

ବରଗଡ଼ ଫିରିଙ୍ଗିମାଲ ରେ ଚାଂଚଲ୍ୟ I ପେଟ୍ରୋଲ ଢାଳି ଛାତ୍ରୀଙ୍କ ଆତ୍ମହତ୍ୟା

 

ବରଗଡ଼, ଫିରିଙ୍ଗିମାଲ - ବରଗଡ଼ ଜିଲ୍ଲାର ଗାଇସିଲେଟ୍ ପୋଲିସ ଥାନା ଅଧୀନସ୍ଥ ଫିରିଙ୍ଗିମାଲ ଗ୍ରାମରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ଦୁଃଖଦ ଓ ଆଶ୍ଚର୍ଯ୍ୟ କରିଦେଇଥିବା ମୃତ୍ୟୁ ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ସୋମବାର ପ୍ରାୟ ସକାଳ ୭ଟା ସମୟରେ, ସେ ତାଙ୍କ ଘର ପଛ ରେ ଥିବା ଏକ ଖେଳ ପଡିଆ ରେ ପେଟ୍ରୋଲ ଢାଳି ଆତ୍ମଦାହ ଚେଷ୍ଟା କରିଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକେ ଓ ପରିବାର ସଭ୍ୟମାନେ ତାଙ୍କୁ ତୁରନ୍ତ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଡାକିଥିଲେ ଓ ଗାଇସିଲେଟ୍ ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତରମାନେ ତାଙ୍କ ଦେହର ୭୦ ରୁ ୮୦ ପ୍ରତିଶତ ଅଂଶ ପୋଡ଼ିଥିବା ବୋଲି ନିଶ୍ଚିତ କରି, ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲାର ଭୀର ସୁରେନ୍ଦ୍ର ସାଇ ଇନଷ୍ଟିଟ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଅଣ୍ଡ ରିସର୍ଚ୍ଚ (VIMSAR) କୁ ପ୍ରେରଣ କରିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ, ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଜୀବନ ଯୁଦ୍ଧ ରେ ପରାଜିତ ହୋଇ ଯାଇଥିଲେ ।

Download Talpadar TV app

https://drive.usercontent.google.com/download?id=1X6TPkNu1zJn_BUfgvaqabLSyYhh5lIIZ&export=download&authuser=0

ମୃତ ଛାତ୍ରୀ ଜଣକ ଅଷ୍ଟମ ଶ୍ରେଣୀର ଛାତ୍ରୀ ଥିଲେ ଓ ପଦ୍ମପୁର ନିକଟ ସାପଲହରରେ ଅବସ୍ଥିତ ଗୋଟିଏ ରେସିଡେନ୍ସିଆଲ୍ ହୋଷ୍ଟେଲରେ ବସବାସ କରୁଥିଲେ। ଏକ ଦିନ ପୂର୍ବରୁ ଶାରୀରିକ ଅସୁସ୍ଥତାରୁ ସେ ହୋଷ୍ଟେଲ୍‌ ଛାଡ଼ି ମାମୂଁ ଘର କୁ  ଆସିଥିଲେ ମାତ୍ର ଘର ନିକଟ ଏକ ପଡିଆରେ ଜଳୁଥିବା ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲା I


ଘଟଣାର ଖବର ପାଇ, ଗାଇସିଲେଟ୍ ପୋଲିସ ସହ ବୈଜ୍ଞାନିକ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ପ୍ରମାଣ ସଂଗ୍ରହ କରିଥିଲେ । ସେମାନେ ଏକ ଜୋଡ଼ା ଚପଲ୍, ମାଚିସ ବକ୍ସ ଓ  ପ୍ଲାଷ୍ଟିକ ବୋତଲ ଜବତ କରିଥିଲେ । ପୋଲିସ ହାତକୁ ଏକ ଅଡିଓ କଥୋପକଥନ ଆସିଛ ଯେଉଁଥିରେ ଛାତ୍ରୀ ଜଣକ ଘଟଣାପୂର୍ବରୁ କହିଥିବା କିଛି କଥା ରହିଥିବା ଦାବି କରାଯାଉଛି, ଯାହାକୁ ବର୍ତ୍ତମାନ ବିଶ୍ଳେଷଣ କରାଯାଉଛି।

ପୋଲିସ ଇନସ୍ପେକ୍ଟର ଜେନେରାଲ୍‌ (IG) ହିମାଂଶୁ ଲାଲ୍ ପ୍ରାରମ୍ଭିକ ତଦନ୍ତରୁ ଜଣାଇଛନ୍ତି ଯେ ପରିବାରିକ କଳହ ଏହି ଘଟଣାର ପ୍ରମୁଖ କାରଣ ହୋଇଥିବା ସମ୍ଭାବନା ରହିଛି । ବରଗଡ଼ ନାବାଳିକାଙ୍କ ମୃତ୍ୟୁ ଘଟଣାରେ ଫିରିଙ୍ଗିମାଳ ଗାଁ ର ଜଣେ ଦୋକାନୀ ଓ ନିଜ ଅଜା ଙ୍କୁ ଗାଇସିଲେଟ ପୋଲିସ ଅଟକ ରଖିଛି। ଥାନାରେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଅନ୍ୟପଟେ ପୀଡ଼ିତାଙ୍କ ମୃତ୍ୟୁ ଘଟଣାରେ ବଡ଼ ଖୁଲାସା ହୋଇଛି । ଆଇ ଜି ହିମାଂଶୁ ଲାଲ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପରିବାର ଲୋକଙ୍କ ବୟାନ ରେକର୍ଡ କରାଯାଇଛି। ପାରିବାରିକ କଳହ ଘଟଣାରୁ ଏହା ଘଟିଛି ବୋଲି କହିଛନ୍ତି ଆଇ ଜି ହିମାଂଶୁ ଲାଲ। I ପୀଡ଼ିତାଙ୍କ ମାମୁ ଙ୍କ ନାବାଳିକା ଝିଅ ଯିଏକି ହୃଦରୋଗ ରେ ପିଡିତ ପୋଲିସର ମାତ୍ରାଧିକ ପଚରାଉଚରା ବେଳେ ଅସୁସ୍ଥ ସୋଇ ଚେତାଶୁନ୍ୟ ହୋଇ ପଡ଼ିଥିଲେ I ତାଙ୍କୁ ପ୍ରଥମେ ଗାଇସିଲେଟ ଓ ପରେ ପଦ୍ମପୁର ସରକାରୀ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି। ପଦ୍ମପୁର ଉପଖଣ୍ଡ ଡ଼ାକ୍ତରଖାନାରେ ଚିକତ୍ସିତ ହେଉଥିବା ବେଳେ ଭୟଭୀତ ଥିବା ତାଙ୍କର ତାଙ୍କ ମାଁ ସୂଚନା ଦେଇଛନ୍ତି।




No comments:

Post a Comment

Post Bottom Ad

Pages