ଖରମୁଣ୍ଡା: ପଶ୍ଚିମ ଓଡିଶା ର ଗଣପର୍ବ ନୂଆଁଖାଇ ଉପଲକ୍ଷେ ଖରମୁଣ୍ଡା ଠାରେ ରେ 14ତମ ଗ୍ରାମାଞ୍ଚଳ ଫୁଟବଲ୍ ଟୁର୍ଣାମେଣ୍ଟର ର ଶୁଭାରମ୍ଭ ହୋଇଛି । 16ଟି ଦଳଙ୍କ ଦଳ କୁ ନେଇ ଆୟୋଜିତ ଏହି ପ୍ରତିଯୋଗିତାର ପ୍ରଥମ ଦିନ 23.08.2025 ରେ ଉଦ୍ଘାଟନ କାର୍ଯ୍ୟକ୍ରମ ସମ୍ପନ୍ନ ହେଲା । ଏଥିରେ ଖରମୁଣ୍ଡା ଗ୍ରାମ ପଞ୍ଚାୟତର ସରପଞ୍ଚ ମନୋଜ ପଧାନ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି, ଟୁର୍ଣାମେଣ୍ଟର ଶୁଭାରମ୍ଭ କରିଥିଲେ । ପ୍ରଥମ ଦିନରେ 4ଟି ଦଳ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ପ୍ରଥମ ମ୍ୟାଚ୍ ପତେଇପାଳି ଓ ଧୋବାପାଳି ମଧ୍ୟରେ ହୋଇଥିଲା । ଉଭୟ ପକ୍ଷରୁ ରୋମାଞ୍ଚକ ପ୍ରଦର୍ଶନ ପରେ, ମ୍ୟାଚ୍ ଟ୍ରାଇବ୍ରେକର୍କୁ ଯାଇଥିଲା ଏବଂ ସେଠାରେ ଧୋବାପାଳି ଦଳ ବିଜେତା ଭାବେ ଘୋଷିତ ହୋଇଥିଲା । ଦ୍ଵିତୀୟ ମ୍ୟାଚ୍ରେ ଆଇମାଳ ଓ ଛଞ୍ଚାଣୀ ମୁହାଁମୁହିଁ ହୋଇଥିଲେ । ଏଥିରେ ଆଇମାଳ ଦଳ 1-0 ଗୋଲ୍ରେ ବିଜୟୀ ହୋଇଥିଲା। ଏହି ଦୁଇ ବିଜେତା ଦଳ ଧୋବାପାଳି ଓ ଆଇମାଳ ପ୍ରଥମ କ୍ଵାଟର ଫାଇନାଲ୍ରେ ମୁହାଁମୁହିଁ ହୋଇଥିଲେ । ଏହି କ୍ଵାଟର ଫାଇନାଲ୍ରେ ଆଇମାଳ ଦଳ 1-0 ଗୋଲ୍ରେ ଧୋବାପାଳିକୁ ପରାସ୍ତ କରି, ସିଧାସଳଖ ସେମିଫାଇନାଲ୍ର ଟିକେଟ୍ ନିଶ୍ଚିତ କରିଥିଲା । ମ୍ୟାଚ୍ଗୁଡ଼ିକର ପରିଚାଳନା ସଚ୍ଛିଦାନନ୍ଦ ପଧାନ, ଗୌରାଙ୍ଗ ପାଣ୍ଡେ , ଦିଲ୍ଲୀପ ପଧାନ ଓ ତରଣୀ ଲୁହାଙ୍କ ଦ୍ବାରା ସମ୍ପାଦିତ ହୋଇଥିଲା ।
No comments:
Post a Comment