ବରପାଳିରେ ସୁବଳ ସାହୁଙ୍କ ୮ମ ପୁଣ୍ୟତିଥି ପାଳିତ - Talpadar TV

Breaking

Home Top Ad

Post Top Ad

Saturday, August 23, 2025

ବରପାଳିରେ ସୁବଳ ସାହୁଙ୍କ ୮ମ ପୁଣ୍ୟତିଥି ପାଳିତ

 

ବରପାଳି: ବରଗଡ଼ ଜିଲ୍ଲାର ବରପାଳିରେ, କଂଗ୍ରେସର ବଳୀୟାନ ନେତା ଓ ତିନିଥର ବିଜେପୁର ବିଧାୟକ ରହିଥିବା ସୁବଳ ସାହୁଙ୍କ ୮ମ ପୁଣ୍ୟତିଥି ପାଳିତ ହୋଇଛି । ସୁବଳ ସାହୁ ସ୍ମୃତି ଟ୍ରଷ୍ଟ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟ କାର୍ଯ୍ୟାଳୟରେ ତାଙ୍କ ପ୍ରତିଛବିକୁ ମାଲ୍ୟାର୍ପଣ କରାଯାଇଥିଲା I ଏହାପରେ ବରପାଳି ଶିଶୁଉଦ୍ୟାନରେ ସ୍ଥାପିତ ପ୍ରତିମୂର୍ତ୍ତିକୁ ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିଲା । ସୁବଳ ସାହୁଙ୍କ ମାନବିକ ମୂଲ୍ୟବୋଧକୁ ସ୍ମରଣ କରି, ଆହାର କେନ୍ଦ୍ରରେ ନିଶୁଳ୍କ ଖାଦ୍ୟ ବଣ୍ଟନ ସହିତ ବରପାଳି ହସ୍ପିଟାଲରେ ଇନଡୋର ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିଲା l ଅପରାହ୍ନ 4 ଟାରେ ପର୍ବତୀଗିରି ବୃଦ୍ଧାଶ୍ରମରେ ଅନ୍ତେବାସୀଙ୍କୁ ଖାଦ୍ୟ ଓ ବସ୍ତ୍ର ବଣ୍ଟନ କରାଯାଇଥିଲା । 1961 ମାର୍ଚ୍ଚ 11ରେ ବରପାଳିରେ ଜନ୍ମ ଗ୍ରହଣ କରିଥିଲେ ସୁବଳ ସାହୁ l 2004, 2009 ଓ 2014ରେ ବିଜେପୁରରୁ କ୍ରମାଗତ 3 ଥର କଂଗ୍ରେସ ବିଧାୟକ ଭାବେ ବିପୁଳ ଭୋଟରେ ବିଜୟୀ ହୋଇଥିଲେ । ସେ କେବଳ ଏକ ଲୋକପ୍ରିୟ ରାଜନୀତିଜ୍ଞ ନଥିଲେ, ଜଣେ ପାରଦର୍ଶୀ ଆଇନଜୀବୀ ଓ ଦକ୍ଷ ଭଲିବଲ୍‌ ଖେଳାଳି ମଧ୍ୟ ଥିଲେ । 2017 ଅଗଷ୍ଟ 22ରେ, ଦୀର୍ଘଦିନ ଧରି କ୍ୟାନ୍ସର ସହିତ ଯୁଦ୍ଧ କରି, ପରିସେଶରେ ସବୁଦିନ ପାଇଁ ସେ ଆମୁକୁ ଛାଡ଼ି ଚାଲି ଯାଇଥିଲେ । ତାଙ୍କର ଲୋକପ୍ରିୟତା ଏତେ ଥିଲା ଯେ ତାଙ୍କ ସ୍ମୃତି କୁ ମନେ ପକାଇ ଆଜି ମଧ୍ୟ ଲୋକଙ୍କ ଆଖିରୁ ଲୁହ ଝଡିପଡେ I ତାଙ୍କ ପୁଣ୍ୟତିଥିରେ, ତାଳପଦର ଟିଭି ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ I

No comments:

Post a Comment

Post Bottom Ad

Pages