ବିଜେପୁର : ୟୁନିଅନ ବ୍ୟାଙ୍କର ତାଳପଦର ଶାଖାରେ “ସତର୍କତା ଆମର ମିଳିତ ଦାୟୀତ୍ୱ” ଶୀର୍ଷକରେ ବିଶେଷ ସଚେତନତା କାର୍ୟକ୍ରମ ଆୟୋଜିତ ହୋଇଥିଲା। ବର୍ତ୍ତମାନ ସମୟରେ ବ୍ୟାଙ୍କିଂ ସୁବିଧା ଡିଜିଟାଲ୍ ଓ ସହଜ ହୋଇଥିବାରୁ ଗ୍ରାହକମାନେ ବହୁତ ଲାଭାନ୍ବିତ ହେଉଛନ୍ତି। କିନ୍ତୁ ବେଳେ ବେଳେ ଗ୍ରାହକ ମାନେ ଠକେଇ ର ଶିକାର ହେଉଥିବାରୁ ସଚେତନତାର ଆବଶ୍ୟକତା ଅଧିକ ଅନୁଭବ ହେଉଛି। କାର୍ୟକ୍ରମରେ ଶାଖାପରିଚାଳକ ଦିବ୍ୟ ମହାପାତ୍ର, ସମ୍ବଲପୁର ଆର୍ଓର ଡିଜିଏମ ଧର୍ମେନ୍ଦ୍ର ରଜୋରିଆ, ଅଂଶୁମାନ ଦୁଇବେଦୀ, ଅବସରପ୍ରାପ୍ତ ଶିକ୍ଷକ ସୋମନାଥ ପଧାନ, ଗ୍ରାମର ଗୌତିଆ ଚୂଡ଼ାମଣି ପଧାନ ସହିତ ବ୍ୟାଙ୍କର ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ସମ୍ମିଳନୀରେ ବ୍ୟାଙ୍କ ଅଧିକାରୀମାନେ ବ୍ୟାଙ୍କିଂ ସୁରକ୍ଷା, ଡିଜିଟାଲ୍ ସୁବିଧା ଓ Loan ପ୍ରକ୍ରିୟା ବିଷୟରେ ବିସ୍ତୃତ ସୂଚନା ଯୋଗାଇଥିଲେ। ସେମାନଙ୍କ ପରାମର୍ଶ ଅନୁସାରେ — OTP, ATM PIN, CVV ଓ Internet Banking Password କେବେବି କାହାକୁ ଜଣାଇବା ଉଚିତ୍ ନୁହେଁ। ବ୍ୟାଙ୍କ କେବେବି ଫୋନ କଲ୍ କିମ୍ବା SMS/Email ଦ୍ୱାରା ଏହି ସୂଚନା ଚାହିଁନଥାଏ। ଯଦି କୌଣସି ସନ୍ଦେହଜନକ କଲ୍ କିମ୍ବା ଲିଙ୍କ୍ ମିଳିଲେ, ତାହାକୁ ଅନୁସରଣ ନକରି ବ୍ୟାଙ୍କ ସହିତ ଅତିଶୀଘ୍ର ସମ୍ପର୍କ କରିବାକୁ ପଡେ। ଡିଜିଏମ ଧର୍ମେନ୍ଦ୍ର ରଜୋରିଆ କହିଥିଲେ – “ସତର୍କତା କେବଳ ବ୍ୟାଙ୍କର କାମ ନୁହେଁ, ଗ୍ରାହକଙ୍କର ମଧ୍ୟ ସମାନ ଦାୟୀତ୍ୱ ଅଛି। ସମସ୍ତେ ସଚେତନ ହେଲେ, କୌଣସି ଠକ ସଫଳ ହୋଇପାରିବେ ନାହିଁ।” ଶାଖାପରିଚାଳକ ଦିବ୍ୟ ମହାପାତ୍ର ମଧ୍ୟ ଉଲ୍ଲେଖ କଲେ – “ଡିଜିଟାଲ୍ ଯୁଗରେ ବ୍ୟାଙ୍କିଂ ସୁବିଧା ଘରେ ବସିଲେ ମିଳୁଛି। କିନ୍ତୁ ତାର ଠକ ମାନେ ଅପବ୍ୟବହାର କରୁଛନ୍ତି। ସଚେତନତାରେ ହିଁ ସୁରକ୍ଷା ରହିଛି। କାର୍ୟକ୍ରମରେ ବିଭିନ୍ନ SHG (Self Help Group) ମହିଳା ଓ ଗ୍ରାମବାସୀ ସକ୍ରିୟ ଭାବରେ ଯୋଗଦେଇଥିଲେ। ସେମାନଙ୍କୁ Loan କେମିତି ସହଜ EMI ରେ ଫେରାଇବା, ସମୟରେ ସୁଧ ଦେବା ଏବଂ କିପରି Loan କୁ ବ୍ୟବସାୟ, ସୂକ୍ଷ୍ମ ଉଦ୍ୟମ ଓ ସ୍ୱୟଂରୋଜଗାର ପାଇଁ ବ୍ୟବହାର କରି ଆୟ ବଢ଼ାଇପାରିବେ ସେ ବିଷୟରେ ପ୍ରାୟୋଗିକ ପରାମର୍ଶ ଦିଆଗଲା। ସମୟରେ Loan Repayment କଲେ, ଭବିଷ୍ୟତରେ ବଡ଼ Loan ପାଇବା ସହଜ ହେବ ବୋଲି ଜଣାଇଥିଲେ।ଗ୍ରାମବାସୀଙ୍କୁ ATM ବ୍ୟବହାର, UPI, Online Transaction ଓ DBT (Direct Benefit Transfer) ବିଷୟରେ ପ୍ରାୟୋଗିକ ଉଦାହରଣ ସହିତ ଜଣାଇଦିଆଗଲା। ଏହା ମାଧ୍ୟମରେ SHG ମହିଳାମାନେ ସ୍ୱୟଂରୋଜଗାର କରି ପରିବାରର ଆୟ ବଢ଼ାଇପାରିବେ, ଗ୍ରାମବାସୀ ଡିଜିଟାଲ୍ ବ୍ୟାଙ୍କିଂର ସହଜତାର ଲାଭ ଉଠାଇପାରିବେ ଏବଂ ବ୍ୟାଙ୍କ-ଗ୍ରାହକ ସମ୍ପର୍କ ଆହୁରି ସୁଦୃଢ଼ ହେବ। କାର୍ୟକ୍ରମରେ ଉପସ୍ଥିତ SHG ମହିଳା, ଗ୍ରାମବାସୀ ଓ ଗ୍ରାହକମାନେ ବ୍ୟାଙ୍କ ଅଧିକାରୀଙ୍କୁ ପ୍ରଶ୍ନ କରି ନିଜର ସନ୍ଦେହ ଦୂର କରିଥିଲେ। ସମାଜର ସମସ୍ତ ଶ୍ରେଣୀରେ ସଚେତନତା ଆଣିବା ପାଇଁ, ୟୁନିଅନ ବ୍ୟାଙ୍କ ପକ୍ଷରୁ ଏପରି କାର୍ୟକ୍ରମ ନିୟମିତ ଭାବେ କରାଯିବ ବୋଲି ଘୋଷଣା କରାଗଲା।
Report- Sushanta Sahu
No comments:
Post a Comment